ETV Bharat / bharat

ଡିଡିସି ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ 2 ଆତଙ୍କବାଦୀଙ୍କ ଆତ୍ମସମର୍ପଣ

author img

By

Published : Dec 22, 2020, 6:57 AM IST

Updated : Dec 22, 2020, 7:23 AM IST

ଆଜି ସକାଳ 9 ଟା ରୁ ଆରମ୍ଭ ହେବ ଜମ୍ମୁ-କାଶ୍ମୀରର ଡିଡିସି ନିର୍ବାଚନର ଭୋଟ ଗଣତି । ଏହା ପୂର୍ବରୁ 2 ଲଶ୍କର-ତୈଇ-ବାର ଆତଙ୍କବାଦୀ ଆତ୍ମସମର୍ପଣ ପରିଛନ୍ତି ।

ଡିଡିସି ନିର୍ବାଚନ ଫଳାଫଳରୁ 2 ଆତଙ୍କବାଦୀଙ୍କ ଆତ୍ମସମର୍ପଣ

ଶ୍ରୀନଗର: ଜମ୍ମୁ-କାଶ୍ମୀର ଡିଡିସି ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ 2 ସ୍ଥାନୀୟ ଆତଙ୍କବାଦୀଙ୍କ ଆତ୍ମସମର୍ପଣ । କୁଲଗାମ ଜିଲ୍ଲାର ଡୋଙ୍ଗଡୈନୁ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ସହ ଏନକାଉଣ୍ଟର ପରେ ଆତଙ୍କୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ ପାଇଁ ପରିବାର ଲୋକେ ନିବେଦନ କରିଥିଲେ ।

ଏହି ଦୁଇ ଆତଙ୍କୀ ଲଶ୍କର-ତୈଇ-ବା ପାଇଁ କାମ କରୁଥିଲେ । ଆତ୍ମସମର୍ପଣ ପରେ ସେମାନଙ୍କ ଠାରୁ 2ଟି ପିସ୍ତଲ ଓ ବହୁ ଗୁଳିଗୋଳା ଜବତ ହୋଇଛି ।

ସୂଚନାଯୋଗ୍ୟ, ଆଜି ଜମ୍ମୁ-କାଶ୍ମୀର ଜିଲ୍ଲା ବିକାଶ ପରିଷଦ (ଡିଡିସି)ର ଫଳାଫଳ ଆସିବ । ଧାରା 370 ଉଚ୍ଛେଦ ପରେ ପ୍ରଥମ ଥର ଜମ୍ମୁ-କାଶ୍ମୀରେର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନେଭେମ୍ବରର 28 ରୁ ମତାଦାନ ଆରମ୍ଭ ଗତ ଶନିବାର ଶେଷ ହୋଇଥିଲା । କ୍ରମାଗତ ଅଶାନ୍ତି ଓ ଆତଙ୍କବାଦକୁ ସାମ୍ନା କରୁଥିବା ଜମ୍ମୁ କାଶ୍ମୀରରେ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଏହି ନିର୍ବାଚନରେ ପିଡିପି, ନ୍ୟାସନାଲ କନଫରେନ୍ସ ଏବଂ ପିପୁଲ୍ସ କନଫରେନ୍ସ ସମେତ ପ୍ରମୁଖ ରାଜନୈତିକ ଦଳଗୁଡିକ ଏହି ଅଞ୍ଚଳରେ ବିଜେପି ଏବଂ ଏହାର ସହଯୋଗୀମାନଙ୍କ ବିରୋଧରେ ମିଳିତ ମେଣ୍ଟ ଭାବରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 22, 2020, 7:23 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.