ETV Bharat / bharat

Krishna Janambhoomi Case: ଶାହି ଇଦଗା ମସଜିଦରେ ସାଇନଟିଫିକ୍‌ ସର୍ଭେ ଦାବି, ସୁପ୍ରିମକୋର୍ଟରେ ମାମଲା

author img

By

Published : Aug 14, 2023, 5:43 PM IST

ମଥୁରାର ଶାହି ଇଦଗା ମସଜିଦରେ ସାଇନଟିଫିକ ସର୍ଭେ ପାଇଁ ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହେଲା ହିନ୍ଦୁପକ୍ଷ । ଏବେ ବାରାଣାସୀ ଜ୍ଞାନବ୍ୟାପୀ ମସଜିଦରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ଜାରି ରହିଛି ସାଇନଟିଫିକ ସର୍ଭେ । ଅଧିକ ପଢନ୍ତୁ

Krishna Janambhoomi case: ଶାହି ଇଦଗା ମସଜିଦରେ ସାଇନଟିଫିକ ସର୍ଭେ ପାଇଁ ସୁପ୍ରିମକୋର୍ଟରେ ମାମଲା

ନୂଆଦିଲ୍ଲୀ: ଜ୍ଞାନବ୍ୟାପୀ ମସଜିଦ ପରେ ଏବେ ମଥୁରାରର ଶ୍ରୀ କୃଷ୍ଣ ଜନ୍ମଭୂମୀ-ଶାହି ଇଦଗା ମସଜିଦ ମାମଲାରେ ମଧ୍ୟ ସାଇନଟିଫିକ୍‌ ସର୍ଭେ କରିବା ପାଇଁ ଦାବି ହୋଇଛି । ଏନେଇ ସର୍ବୋଚ୍ଚ କୋର୍ଟରେ ଏକ ଆବେଦନ କରିଛି ଶ୍ରୀ କୃଷ୍ଣ ଜନ୍ମଭୂମି ମୁକ୍ତି ନିର୍ମାଣ ଟ୍ରଷ୍ଟ । ଭାରତୀୟ ପ୍ରତ୍ନତାତ୍ବିକ ବିଭାଗ (ଏଏସଆଇ) ଦ୍ବାରା ମଥୁରାର ଏହି ବିବାଦୀୟ ଶାହି ଇଦଗା ମସଜିଦ କମ୍ପଲେକ୍ସରେ ବିଜ୍ଞାନଭିତ୍ତିକ ସର୍ଭେ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନରେ ଦର୍ଶାଯାଇଛି ।

ମଥୁରାରେ ଥିବା ଏହି ଇଦଗା ମସଜିଦ ଏକ ହିନ୍ଦୁ ମନ୍ଦିର ଧ୍ବଂସ କରାଯିବା ପରେ ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଥିଲା । ଏନେଇ ମଥୁରା ସିଭଲ ଜଜଙ୍କ ସିନିୟର ଡିଭିଜନରେ ଇଦଗା ମ୍ୟାନେଜମେଣ୍ଟ କମିଟି ବିରୋଧରେ ହିନ୍ଦୁପକ୍ଷ ମାମଲା ଦାଏର କରିଥିଲେ । ହିନ୍ଦୁପକ୍ଷରୁ ବରିଷ୍ଠ ଆଇନଜୀବୀ ହିଂମାଶୁ ଶେଖର ତ୍ରିପାଠୀଙ୍କ ଜରିଆରେ ଏହି ଆବେଦନ କରାଯାଇଛି । ଆବେଦନରେ ଏହା ଦର୍ଶାଯାଇଛି ଯେ, ବିବାଦୀୟ ଜମି ସମ୍ପର୍କରେ କରାଯାଇଥିବା ଦାବିର ବିଶ୍ୱସନୀୟତା ଓ ସତ୍ୟତା ଜାଣିବା ପାଇଁ ଏକ ପୁଙ୍ଖାନୁପୁଙ୍ଖ ବିଜ୍ଞାନଭିତ୍ତିକ ଅନୁଧ୍ୟାନର ଆବଶ୍ୟକତା ରହଛି । ଏହି ସର୍ବେକ୍ଷଣ ପରୀକ୍ଷାମୂଳକ ଅନେକ ତଥ୍ୟ ସାମ୍ନାକୁ ଆଣିପାରିବ । ଏହି ମାମଲାରେ ଯେକୌଣସି ପରବର୍ତ୍ତୀ ସିଦ୍ଧାନ୍ତ କିମ୍ବା ନିଷ୍ପତ୍ତି ପାଇଁ ଏହି ସର୍ବେକ୍ଷଣ ତଥ୍ୟ ସହାୟକ ମଧ୍ୟ ହେବ । ତେଣୁ ଏହି ମସଜିଦ କମ୍ପଲେକ୍ସରେ ଭାରତୀୟ ପ୍ରତ୍ନତାତ୍ବିକ ବିଭାଗ ଦ୍ବାରା ସାଇନଟିଫିକ୍‌ ସର୍ଭେର ଅନୁମତି ପ୍ରଦାନ କରାଯାଉ ।

ଏହା ମଧ୍ୟ ପଢନ୍ତୁ:- ଜ୍ଞାନବ୍ୟାପୀ ମସଜିଦ ମାମଲା: ହାଇକୋର୍ଟଙ୍କ ରାୟ ପରେ ASI ସର୍ଭେ ଆରମ୍ଭ

ଏବେ ବହୁଚର୍ଚ୍ଚିତ ବାରାଣାସୀର ଜ୍ଞାନବ୍ୟାପୀ ମସଜିଦ ପରିସରରେ ଏଏସଆଇ ତାର ସର୍ଭେ ଜାରି ରଖିଛି । ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ବିଜ୍ଞାନଭିତ୍ତିକ ସର୍ଭେ ଜାରି ରହିଛି । ପୂର୍ବରୁ ଭିଡିଓଗ୍ରାଫି ସର୍ଭେ ହୋଇସାରିଥିଲା । ଏଥିରେ ତଥାକଥିତ ଶିବଲିଙ୍ଗ ମିଳିଥିବା ଅଭିଯୋଗ କରିଥିଲେ ହିନ୍ଦୁପକ୍ଷ । ଏହା ପରେ ଏହାର ସାଇନଟିଫିକ୍‌ ସର୍ଭେ ପାଇଁ ଆବେଦନ କରାଯାଇଥିଲା । ଯାହାକୁ ବିରୋଧ କରି ସର୍ବୋଚ୍ଚ କୋର୍ଟଙ୍କ ପର୍ଯ୍ୟନ୍ତ ଯାଇଥିଲା ପ୍ରତିପକ୍ଷ ଇନ୍ତିଜାମିଆ କମିଟି । ହେଲେ ଶେଷରେ ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆହ୍ଲାବାଦ ହାଇକୋର୍ଟ ଏହାକୁ ଅନୁମତି ଦେବାପରେ ଏବେ ସର୍ଭେ ଜାରି ରହିଛି । ଏହାର ଫଳାଫଳ ଉପରେ ସମଗ୍ର ଦେଶର ନଜର ରହିଛି । ଏବେ କୃଷ୍ଣ ଜନ୍ମଭୂମି ଓ ଇଦଗା ମସଜିଦ ମାମଲାରେ ମଧ୍ୟ ସମାନ ତରିକାରେ ବିଜ୍ଞାନଭିତ୍ତିକ ସର୍ଭେ କରିବା ପାଇଁ ଆବେଦନ ହେଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.