ETV Bharat / bharat

ମନ ମୋହୁଛି ଥ୍ରୀଡି ରାମମନ୍ଦିର ମଡେଲ, କୋଟାରେ ଦୁଇ ଭାଇ କରୁଛନ୍ତି ନିର୍ମାଣ - Ayodhya Ram Temple

Kota brothers make 3D Ram Temple replicas : ରାଜସ୍ଥାନର କୋଟା ସହରରେ ୨ ଭାଇ ପ୍ରସ୍ତୁତ କରିଛନ୍ତି ଭବ୍ୟ ରାମ ମନ୍ଦିରର ଥ୍ରୀଡି ମଡେଲ । ମୁଖ୍ୟତଃ ଗୁଜୁରାଟ, ମହାରାଷ୍ଟ୍ର, ମୁମ୍ବାଇ, ଦିଲ୍ଲୀ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଏହି ଥ୍ରୀଡି ମଡେଲର ରହିଛି ପ୍ରବଳ ଡିମାଣ୍ଡ । ଅଧିକ ପଢନ୍ତୁ

ମନ ମୋହୁଛି ଥ୍ରୀ ଡି ରାମମନ୍ଦିର ମଡେଲ, କୋଟାରେ ଦୁଇ ଭାଇ କରୁଛନ୍ତି ନିର୍ମାଣ

author img

By ETV Bharat Odisha Team

Published : Jan 7, 2024, 7:08 PM IST

ଜୟପୁର: ଆସନ୍ତା ଜାନୁଆରୀ ୨୨ ତାରିଖରେ ପ୍ରତିଷ୍ଠା ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଅଯୋଧ୍ୟା ରାମ ମନ୍ଦିର । ଏଥିପାଇଁ ଦେଶ ଏବଂ ବିଦେଶରେ ଲୋକମାନଙ୍କ ମଧ୍ୟରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ଏହି ଅବସରରେ ରାଜସ୍ଥାନର କୋଟା ସହରରେ ୨ ଭାଇ ପ୍ରସ୍ତୁତ କରିଛନ୍ତି ଭବ୍ୟ ରାମ ମନ୍ଦିରର ଥ୍ରୀଡି ମଡେଲ । ଯାହାକୁ ସାଧାରଣ ଲୋକମାନେ ନିଜର ପ୍ରିୟଜନଙ୍କୁ ଉପହାର ଏବଂ ସ୍ମୃତିଚିହ୍ନ ରୂପେ ଦେବା ଉଦ୍ଦେଶ୍ୟରେ କିଣୁଛନ୍ତି ।

କୋଟା ସହରର ହାର୍ଦ୍ଦିକ ପଟେଲ ଓ ହର୍ଷ ପଟେଲଙ୍କ କ୍ୟାଣ୍ଟନମେଣ୍ଟ ଏରିଆରେ ନିଜର ଫର୍ଣ୍ଣିଚରର ବ୍ୟବସାୟ ଅଛି । ସେମାନେ ଗତ ଚାରି ମାସ ମଧ୍ୟରେ ୧୨୫ ରୁ ଅଧିକ ରାମ ମନ୍ଦିରର ଆକର୍ଷଣୀୟ ଥ୍ରୀଡି ପ୍ରତିରୂପ ତିଆରି କରିଛନ୍ତି । ଲୋକଙ୍କ ଆଦୃତି ପାଇବା ସହ ଏହି ଥ୍ରୀଡି ପ୍ରତିରୂପର ଚାହିଦା ମଧ୍ୟ ବଢିଛି । ଏ ନେଇ ହାର୍ଦ୍ଦିକ କହିଛନ୍ତି ଯେ ପାଞ୍ଚମାସ ପୂର୍ବେ ଯେବେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ସେବେ ଠାରୁ ସେ ଏହି ଏତିହାସିକ କ୍ଷଣ ଉପଲକ୍ଷେ କିଛି ସ୍ବତନ୍ତ୍ର କରିବାକୁ ଯୋଜନା କରିଥିଲେ । ତେଣୁ ସେ ରାମମନ୍ଦିରର ମିନି ପ୍ରତିରୂପ ତିଆରି ଆରମ୍ଭ କରିଥିଲେ । ଗୋଟିଏ ରାମ ମନ୍ଦିରର ମିନି ଥ୍ରୀଡି ମଡେଲକୁ କାଠରେ ମେସିନ ଜରିଆରେ ତିଆରି କରିବାକୁ ସେ ୧ ମାସ ସମୟ ନେଇଥିଲେ । ଏହି ଥ୍ରୀଡି ମଡେଲରେ ୫୦୦ରୁ ଅଧିକ କାଠ ଖଣ୍ଡ ବ୍ୟବହାର କରି ନିର୍ମାଣ କରାଯାଉଛି ବୋଲି ହାର୍ଦ୍ଦିକ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ରାମଲଲାଙ୍କ ପାଇଁ କାଶୀରୁ ଆସିବ ଖେଳନା

ସେହିପରି ହର୍ଷ କହିଛନ୍ତି ଯେ ଏହି ରାମମନ୍ଦିର ମଡେଲକୁ ପାରମ୍ପରିକ ନାଗର ଶୈଳୀରେ ନିର୍ମାଣ କରାଯାଇଛି । ପ୍ରକୃତ ରାମମନ୍ଦିର ଭଳି ଏହା ମଧ୍ୟ ୩୯୨ ସ୍ତମ୍ଭ ଉପରେ ଆଧାରିତ ୩ ମହଲା ବିଶିଷ୍ଟ ପ୍ରତିରୂପ ଅଟେ । ଅଯୋଧ୍ୟାର ରାମ ମନ୍ଦିର ଆକାର ୯୫୦୦୦ ସ୍କୋୟାର ଫୁଟ ଥିବା ବେଳେ ଏହି ଥ୍ରୀଡି ମଡେଲର ସାଇଜ ୧୧ ବାଇ ୯ ଇଞ୍ଚ ଅଟେ । ହାର୍ଦ୍ଦିକଙ୍କ କହିବା ମୁତାବକ ୪ରୁ ୫ ଜଣ କାରିଗର କାଠ ଖଣ୍ଡଗୁଡିକୁ ଏକାଠି ଯୋଡିବା ପାଇଁ ୫ ଘଣ୍ଟା ସମୟ ଲାଗୁଥିବା ବେଳେ ୧ରୁ ୨ ଘଣ୍ଟା ସମୟ ମେସିନ ସାହାଯ୍ୟରେ କାଠ ଉପରେ କାରୁକାର୍ଯ୍ୟ ଖୋଦେଇ କରାଯାଏ । ଏହାର ଦାମ ୩୦୦୦ରୁ ୩୫୦୦ ଟଙ୍କା ମଧ୍ୟରେ ରହିଛି ।

ମୁଖ୍ୟତଃ ଗୁଜୁରାଟ, ମହାରାଷ୍ଟ୍ର, ମୁମ୍ବାଇ, ଦିଲ୍ଲୀ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଏହି ଥ୍ରୀଡି ମଡେଲର ପ୍ରବଳ ଡିମାଣ୍ଡ ରହିଛି । ଆମେ ଲୋକସଭାର ବାଚସ୍ପତି ଓମ ବିର୍ଲାଙ୍କୁ ଏହି ପ୍ରତିରୂପ ଉପହାର ଦେବା ପରେ ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ପରବର୍ତ୍ତୀ ସମୟରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଓ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋଏଲଙ୍କ କୋଟା ଗସ୍ତ ସମୟରେ ତାଙ୍କୁ ମଧ୍ୟ ଏହା ଉପହାରରେ ପ୍ରଦାନ କରିଥିଲୁ ବୋଲି ହାର୍ଦ୍ଦିକ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.