ETV Bharat / bharat

ବିଳମ୍ବ ନକରି ହାଜର ହେବା ପାଇଁ ନୁପୂର ଶର୍ମାଙ୍କୁ କୋଲକାତା ପୋଲିସର ନୋଟିସ୍‌

ନିଲମ୍ବିତ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କୁ ଶୀଘ୍ର ହାଜର ହେବା ପାଇଁ କହିଲା କୋଲକାତା ପୋଲିସ । ଏକାଧିକ ଥର ସମନ ପାଇବା ପରେ ମଧ୍ୟ ସୁରକ୍ଷା ସମ୍ପର୍କିତ କାରଣ ଦର୍ଶାଇ ସମୟ ମାଗିଥିଲେ ନୁପୂର । ଅଧିକ ପଢନ୍ତୁ

ବିଳମ୍ବ ନକରି ହାଜର ହେବା ପାଇଁ ନୁପୂର ଶର୍ମାଙ୍କୁ କୋଲକାତା ପୋଲିର ତାଗିଦ
ବିଳମ୍ବ ନକରି ହାଜର ହେବା ପାଇଁ ନୁପୂର ଶର୍ମାଙ୍କୁ କୋଲକାତା ପୋଲିସର ନୋଟିସ
author img

By

Published : Jul 7, 2022, 1:48 PM IST

କୋଲକାତା: ଇସଲାମ ମହାପୁରଷ ମହମ୍ମଦଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ମାମଲାରେ ନିଲମ୍ବିତ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କୁ ଶୀଘ୍ର ହାଜର ହେବା ପାଇଁ କହିଛି କୋଲକାତା ପୋଲିସ । ପୂର୍ବରୁ କୋଲକାତାରେ ଦାଏର ଏତଲା ଆଧାରରେ ତାଙ୍କୁ ଏକାଧିକ ଥର ସମନ ଜାରି କରାଯାଇଥିଲା । ତେବେ ସୁରକ୍ଷା ସମ୍ପର୍କିତ କାରଣ ଦର୍ଶାଇ ଅଧିକ ସମୟ ମାଗିଥିଲେ ନୂପୁର । ବର୍ତ୍ତମାନ କୋଲକାତା ପୋଲିସ ନୂପୁରଙ୍କ ଅନୁରୋଧ ନେଇ ଅସନ୍ତୋଷ ଜାହିର କରିବା ସମୟ ନଷ୍ଟ କରି ଶୀଘ୍ର ହାଜର ହେବାକୁ କହିଛି ।

ସମନ ପାଇବା ପରେ ସୁରକ୍ଷା ସମ୍ପର୍କିତ କାରଣ ଦର୍ଶାଇ ହାଜର ହେବା ପାଇଁ ପ୍ରାୟ 4 ସପ୍ତାହ ସମୟ ମାଗିଥିଲେ ନୂପୁର । ତେବେ ଏହି ଅନୁରୋଧକୁ ନେଇ କୋତକାତା ପୋଲିସ କହିଛି, ବର୍ତ୍ତମାନ ତାଙ୍କୁ ଆକ୍ରମଣ ହେବା ପରି ସ୍ଥିତି ଦୃଷ୍ଟିଗୋଚର ହେଉନାହିଁ । ତେଣୁ ସେ ପୋଲିସ ନିକଟରେ ହାଜର ହୋଇ ତଦନ୍ତରେ ସହଯୋଗ କରନ୍ତୁ । ଗତ ଶନିବାର କୋଲକାତା ପୋଲିସ ମଧ୍ୟ ନୂପୁରଙ୍କ ବିରୋଧରେ ଲୁକ-ଆଉଟ ନୋଟିସ ଜାରି କରିଥିଲା । କୋଲକାତା ପୋଲିସ ମୋଟ 4 ଥର ଶର୍ମାଙ୍କୁ ସମନ ଜାରି କରିସାରିଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.