ETV Bharat / bharat

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ କାନ୍ଧରେ କର୍ଣ୍ଣାଟକ ଭାର

author img

By

Published : Jul 27, 2021, 9:40 PM IST

ବିଏସ ୟେଦିୟୁରପ୍ପାଙ୍କ ଇସ୍ତଫା ପରେ ଏବେ ବାସବରାଜ ବୋମାଇ ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ । ଜନତା ଦଳର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିବା ବାସବରାଜ ବୋମାଇ ୟେଦିୟୁରପ୍ପା ସରକାରରେ ଗୃହମନ୍ତ୍ରୀ ମଧ୍ୟ ରହିଛନ୍ତି । ଅଧିକ ପଢନ୍ତୁ...

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ କାନ୍ଧରେ କର୍ଣ୍ଣାଟକ ଭାର
ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ କାନ୍ଧରେ କର୍ଣ୍ଣାଟକ ଭାର

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତିର ଧୂମିଳ ଆକାଶରୁ ହଟିସାରିଛି ସଂଶୟର ବାଦଲ । ସ୍ପଷ୍ଟ ହୋଇସାରିଛି ନେତୃତ୍ବ ଚିତ୍ର । ବିଏସ ୟେଦିୟୁରପ୍ପାଙ୍କ ଇସ୍ତଫା ପରେ ଏବେ ବାସବରାଜ ବୋମାଇ ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ।

ସମସ୍ତଙ୍କ ସହମତି ପରେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ବାସବରାଜଙ୍କ ନାଁ ଉପରେ ବାଜିଛି ମୋହର । ଜନତା ଦଳର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିବା ବାସବରାଜ ବୋମାଇ ୟେଦିୟୁରପ୍ପା ସରକାରରେ ଗୃହମନ୍ତ୍ରୀ ମଧ୍ୟ ରହିଛନ୍ତି । ବୋମାଇ ୟେଦିୟୁରପ୍ପାଙ୍କ ବେଶ ନିକଟତର ବୋଲି କୁହାଯାଏ ।

କର୍ଣ୍ଣାଟକ ରାଜନୀତିରେ ବେଶ ପ୍ରଭାବ ରଖୁଥିବା ଲିଙ୍ଗାୟତ ସମୁଦାୟରୁ ଆସନ୍ତି ବାସବରାଜ ବୋମାଇ । ୨୮ ଜାନୁଆରୀ ୧୯୬୦ରେ ବୋମାଇଙ୍କ ଜନ୍ମ । ତାଙ୍କ ବାପା ଏସଆର ବୋମାଇ ମଧ୍ୟ ଥିଲେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ।

୨୦୦୮ରେ ପଦ୍ମ ଧରି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ ବାସବରାଜ ବୋମାଇ । ସେବେଠାରୁ ସେ କ୍ରମାଗତ ଦଳ ପାଇଁ କାର୍ଯ୍ୟ କରି ରାଜ୍ୟ ରାଜନୀତିର ଗୋଟିଏ ପରେ ଗୋଟିଏ ପାହାଚ ଚଢି ଆସିଛନ୍ତି ।

ପ୍ରଥମେ କର୍ଣ୍ଣାଟକ ରାଜ୍ୟ ସରକାରରେ ଜଳ ସମ୍ପଦ ମନ୍ତ୍ରୀ ଥିଲେ ବସବାରାଜ । ଜନତା ଦଳ ପରିବାରରେ ପ୍ରବେଶ କରି ରାଜନୀତିରେ ପାଦ ଥାପିଥିଲେ ବୋମାଇ । ବୃତ୍ତିରେ ମେକାନିକାଲ ଇଞ୍ଜିନିୟର ବୋମାଇ ଟାଟା ଗ୍ରୁପରୁ ଆରମ୍ଭ କରିଥିଲେ ନିଜ କ୍ୟାରିଅର । ସେ ୨ ଥର ଏମଏଲସି ଓ ୩ ଥର ବିଧାୟକ ରହିସାରିଛନ୍ତି ।

୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ କର୍ଣ୍ଣାଟକ ବିଧାନପରିଷଦ ସଦସ୍ୟ ଭାବରେ ଚୟନ ହୋଇଥିଲେ । ବିଜେପିରେ ସାମିଲ ହେବା ପୂର୍ବରୁ ବୋମାଇ ଏଚଡି ଦେବଗୌଡା ଓ ରାମକୃଷ୍ଣ ହେଗଡେଙ୍କ ସମେତ ଅନେକ ବରିଷ୍ଠ ନେତାଙ୍କ ସହ କାର୍ଯ୍ୟ କରିଛନ୍ତି ।

ଜନତା ଦଳ ଛାଡିବା ପରେ ବୋମାଇ ଫେବୃଆରୀ 2008ରେ ପଦ୍ମ ଧରି ଗେରୁଆ ଶିବିରରେ ହୋଇଥିଲେ ସାମିଲ । ୨୦୦୮ କର୍ଣ୍ଣାଟକ ନିର୍ବାଚନରେ ହାଭେରୀ ଜିଲ୍ଲାର ଶଗଗାଁ ନିର୍ବାଚନମଣ୍ଡଳୀରୁ କର୍ଣ୍ଣାଟକ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ବାସବରାଜ ।

ଜଣେ ଇଞ୍ଜିନିୟର ଏବଂ କୃଷି ସହିତ ଜଡିତ କାରଣରୁ ବାସବାରାଜଙ୍କୁ କର୍ଣ୍ଣାଟକର ଜଳସେଚନ ପ୍ରସଙ୍ଗରେ ଏକ୍ସପର୍ଟ ଭାବରେ ବିବେଚନା କରାଯାଏ | ରାଜ୍ୟରେ ଅନେକ ଜଳସେଚନ ପ୍ରକଳ୍ପ ଆରମ୍ଭ କରି ଅନେକ ପ୍ରଶଂସା ସାଉଁଟିଛନନ୍ତି ବୋମାଇ । ନିଜ ନିର୍ବାଚନମଣ୍ଡଳୀରେ ଭାରତର ପ୍ରଥମ ଶତପ୍ରତିଶତ ପାଇପ ଯୋଗେଁ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିଥିବାରୁ ତାଙ୍କୁ ସମ୍ମାନିତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.