ETV Bharat / bharat

ପୂର୍ବତନ ବ୍ୟାଙ୍କ କର୍ମଚାରୀରୁ କ୍ରୀଡା ଫଟୋଗ୍ରାଫର, ନୀରଜଙ୍କ ମନଜିଣିଲା ଶେଷାଦ୍ରୀଙ୍କ ଫଟୋ - ଶେଷାଦ୍ରୀ ସୁକୁମାର

ଆଜି ଆମେ ଲେଖୁଛୁ କ୍ୟାମେରା ଧରି ନିଜ ଦର୍ଶନକୁ ଲେନ୍ସରେ କଏଦ କରିପାରୁଥିବା ଜଣେ ଫଟୋଗ୍ରାଫରର କାହାଣୀ, ଯିଏ ୧୫ ବର୍ଷରୁ ଅଧିକ ସମୟ ଧରି କ୍ରୀଡା ଫଟୋଗ୍ରାଫିକୁ କରିଛନ୍ତି ନିଜ ପେଶା । କ୍ରିକେଟ ବିଶ୍ବକପ ହେଉ କି ଟେନିସ ଟୁର୍ଣ୍ଣାମେଣ୍ଟ ଅବା ଟୋକିଓ ଅଲମ୍ପିକ, ସବୁଥିରେ ରହିଛି ତାଙ୍କର ସୃଜନଶୀଳତାର ଛାପ । ଅଧିକ ପଢନ୍ତୁ...

କ୍ରୀଡା ସଫଳତା ବଖାଣୁଛି ଶେଷାଦ୍ରୀଙ୍କ କ୍ୟାମେରା

author img

By

Published : Aug 12, 2021, 10:14 PM IST

Updated : Aug 17, 2021, 8:29 AM IST

ନୂଆଦିଲ୍ଲୀ: ଫଟୋଗ୍ରାଫି କାହା ପାଇଁ ପେଶା ତ ଆଉ କାହା ପାଇଁ ନିଶା । ଏଥିରେ ଭରି ରହିଥାଏ ଆବେଗ । ମଣିଷର ଆଖି ଯାହା ନଦେଖିପାରେ ତାକୁ କ୍ୟାମେରା ଦେଖିପାରେ । ଗୋଟିଏ ଫଟୋ ହଜାରେ ଶବ୍ଦର କଥା କହେ । ଜଡବସ୍ତୁକୁ ବି କରିପାରେ ଜୀବନ୍ତ । ସାଧନା, ସମର୍ପଣ ଓ ସୃଜନଶୀଳତାର ସମାହାର ହେଉଛି ଫଟୋଗ୍ରାଫି । ଆଉ ଏହି ଫଟୋଗ୍ରାଫି ପଛରେ ଲୁଚି ରହିଥାଏ ଜଣେ ଫଟୋଗ୍ରାଫରର ଦର୍ଶନ ।

କ୍ରୀଡା ସଫଳତା ବଖାଣୁଛି ଶେଷାଦ୍ରୀଙ୍କ କ୍ୟାମେରା
କ୍ରୀଡା ସଫଳତା ବଖାଣୁଛି ଶେଷାଦ୍ରୀଙ୍କ କ୍ୟାମେରା

ଆଜି ଆମେ ଲେଖୁଛୁ କ୍ୟାମେରା ଧରି ନିଜ ଦର୍ଶନକୁ ଲେନ୍ସରେ କଏଦ କରିପାରୁଥିବା ଜଣେ ଫଟୋଗ୍ରାଫରର କାହାଣୀ, ଯିଏ ୧୫ ବର୍ଷରୁ ଅଧିକ ସମୟ ଧରି କ୍ରୀଡା ଫଟୋଗ୍ରାଫିକୁ କରିଛନ୍ତି ନିଜ ପେଶା । କ୍ରିକେଟ ବିଶ୍ବକପ ହେଉ କି ଟେନିସ ଟୁର୍ଣ୍ଣାମେଣ୍ଟ ଅବା ଟୋକିଓ ଅଲମ୍ପିକ, ସବୁଥିରେ ରହିଛି ତାଙ୍କର ସୃଜନଶୀଳତାର ଛାପ ।

ପୂର୍ବତନ ବ୍ୟାଙ୍କ କର୍ମଚାରୀ ଶେଷାଦ୍ରୀ ସୁକୁମାର, ଯାହାଙ୍କ ସୃଜନଶୀଳତା ସ୍ପୋର୍ଟ୍ସ ଫଟୋଗ୍ରାଫି କ୍ଷେତ୍ରରେ ତାଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ । ବୃତ୍ତିରେ ସେ ଜଣେ ଥିଲେ ବ୍ୟଙ୍କ କର୍ମଚାରୀ । ହେଲେ ଛୋଟବେଳୁ ନିଶା ତାଙ୍କର ଥିଲା ଫଟୋଗ୍ରାଫି । ହେଲେ ଏକାସାଙ୍ଗରେ ଉଭୟକୁ ପେଶା କରି ନିଜ କ୍ୟାରିଅରର ଆରମ୍ଭ କରିଥିଲେ । ବ୍ୟାଙ୍କରୁ ଅବସରର ନେବାର କିଛି ବର୍ଷ ପୂର୍ବରୁ କ୍ରୀଡା ଫଟୋଗ୍ରାଫିକୁ ନିଜର ଏକମାତ୍ର ପେଶା ରୂପେ ସାଙ୍ଗରେ ନେଇ ଆଗେଇ ଚାଲିଛନ୍ତି ଶେଷାଦ୍ରୀ ।

ବିଗତ 15 ବର୍ଷ ମଧ୍ୟରେ ଶେଷାଦ୍ରୀ ଟୋକିଓ ଅଲିମ୍ପିକ୍ସ ସମେତ ବିଶ୍ବର ଅନ୍ୟ ସମସ୍ତ କ୍ରୀଡା ଇଭେଣ୍ଟକୁ କରିଛନ୍ତି କଭର । ସେ ଏକାଧିକ ଅଲିମ୍ପିକ୍ସ, ଏସୀୟ କ୍ରୀଡା, ଟେନିସ୍ ଟୁର୍ଣ୍ଣାମେଣ୍ଟ, କ୍ରିକେଟ୍ ବିଶ୍ବକପ୍, ଆଇପିଏଲ ଏବଂ ଅନ୍ୟାନ୍ୟ ଟୁର୍ଣ୍ଣାମେଣ୍ଟକୁ ନିଜ କ୍ୟାମେରାରେ କରିଛନ୍ତି କଏଦ । ଭାରତ ତଥା ବିଶ୍ବର ଅନ୍ୟ ସମସ୍ତ ଆଥଲେଟଙ୍କ ଫଟୋ ଉଠାଇଛନ୍ତି ସୁକୁମାର ।

ସୁରକୁମାରଙ୍କ କ୍ୟାରିୟରର ଗର୍ବ ଓ ଗୌରବ ମୁହୂର୍ତ୍ତ ସେବେ ଆସିଥିଲା, ଯେତେବେଳେ ତାଙ୍କ ଫଟୋଗ୍ରାଫ୍ ସଚିନ ତେନ୍ଦୁଲକରଙ୍କ ଦ୍ବାରା 2014ରେ ଉନ୍ମୋଚିତ ତାଙ୍କ ଆତ୍ମଜୀବନୀ କଭର ଫଟୋ ଭାବରେ ମନୋନୀତ ହୋଇଥିଲା।

ଶେଷାଦ୍ରୀଙ୍କ ଉତ୍ସାହର କୌଣସି ସୀମା ନାହିଁ ଏବଂ ଭବିଷ୍ୟତର ଅନେକ ଘଟଣାକୁ କଭର କରିବାକୁ ଏହି ଉତ୍ସାହ ସର୍ବଦା ବଢିଚାଲିଛି । ତାଙ୍କ ପାଇଁ ବୟସ କେବଳ ଏକ ସଂଖ୍ୟା।

ଯଦି ଆମ ଭିତରେ ଉତ୍ସାହ ଏବଂ ଲକ୍ଷ୍ୟ ଅଛି, ତେବେ ଏହାକୁ ଆଖି ଆଗରେ ରଖି ଅନୁସରଣ କରିବା ଆବଶ୍ୟକ । ତାହେଲେ ସଫଳତା ନିଶ୍ଚିତ ଭାବରେ ଆମର ହେବ, ଏଥିରେ କୌଣସି ଦ୍ବିମତ ନାହିଁ ବୋଲି ଶେଷାଦ୍ରୀଙ୍କ ସୃଜନଶୀଳତାର କାହାଣୀରୁ ଜୋର ଦେଇ କୁହାଯାଇପାରେ ।

ପ୍ରକାଶ ଯେ, ଶେଷାଦ୍ରୀଙ୍କ ଦ୍ବାରା ଉଠାଯାଇଥିବା ଫଟୋ ମଧ୍ୟ ଅଲମ୍ପିକ୍ ଗୋଲ୍ଡ ମେଡାଲିଷ୍ଟ ନୀରଜ ଚୋପ୍ରା ଦେଖି ଆଚମ୍ବିତ ହୋଇଥିଲେ । ନୀରଜଙ୍କ ମନ କିଣିଥିଲା ସମସ୍ତ ଫଟୋ । ଆଉ ଗୋଟିଏ ପରେ ଗୋଟିଏ ଫଟୋକୁ କ୍ୟାମେରାରେ ଚେକ୍ କରିଥିଲେ ନୀରଜ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 17, 2021, 8:29 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.