ETV Bharat / bharat

ନିକଟରେ ବିବାହ କରିଛନ୍ତି କି, Honeymoon ପାଇଁ ବାଛନ୍ତୁ ଏହି ସବୁ ଜାଗା - ଉତ୍ତରାଖଣ୍ଡର ପର୍ଯ୍ୟଟନସ୍ଥଳ

ବିବାହ ପର୍ଯ୍ୟନ୍ତ ଉଭୟ ଉଭୟଙ୍କ ପାଇଁ ଅଜଣା ହୋଇଥାନ୍ତି । ସମୟ ନଥାଏ ପରସ୍ପରକୁ ଜାଣିବାର । ତେଣୁ କିଛି କ୍ଷଣ ଆବଶ୍ୟକ ହୋଇଥାଏ ଉଭୟଙ୍କୁ ବୁଝିବା, ଜାଣିବା ଓ ପରଖିବାରେ । ପୁରୁଣାକାଳେ ଏହା ନଥିଲା, କିନ୍ତୁ ବର୍ତ୍ତମାନ ହନିମୁନ୍(Honeymoon) ଏକ ଫ୍ୟାସନ ପାଲଟିଛି । ପରିବାରରେ ସମ୍ପର୍କ ମଜବୁତ୍ କରିବା ପାଇଁ କିଛି ସମୟ ସାଥୀରେ ନିରୋଳାରେ ବିତାଇବା ଆବଶ୍ୟକ ହୋଇପଡିଥାଏ । ତେଣୁ ହନିମୁନ୍ ପାଇଁ ଭାରତର କେଉଁ କେଉଁ ଜାଗାକୁ ଯିବେ, ସେ ନେଇ ପ୍ରସ୍ତୁତ ହୋଇଛି ରିପୋର୍ଟ

ନିକଟରେ ବିବାହ କରିଛନ୍ତି କି, Honeymoon ପାଇଁ ବାଛନ୍ତୁ ଏହି ସବୁ ଜାଗା

author img

By

Published : Dec 14, 2021, 7:01 AM IST

ହାଇଦ୍ରାବାଦ: ଚାଲିଛି ବିବାହ ଋତୁ । ଯୁଆଡେ ଦେଖିବ ସିଆଡେ ବାହାଘର । କୋରୋନା ଯୋଗୁଁ ଫିକା ପଡିଯାଇଛି ସତ, କିନ୍ତୁ ଅଳ୍ପ ଲୋକରେ ମଧ୍ୟ ବାହାଘର ହୋଇଯାଉଛି । ଓଲିଉଡରୁ ବଲିଉଡ ପର୍ଯ୍ୟନ୍ତ ସବୁଆଡେ ସାହାନାଇର ସ୍ବର । ସୋସିଆଲ ମିଡିଆରେ ଘୁରି ବୁଲୁଛି ନବବିବାହିତା ଦମ୍ପତିଙ୍କ ଫଟୋ । ତେଣିକି ସେ ହଳଦୀ ରସମର ଫଟୋ ହେଉ କି ବରଯାତ୍ରୀଙ୍କ ଡ୍ୟାନ୍ସ । କୋରୋନା ପ୍ରକୋପ କମିବା ପରେ ଧୀରେ ଧୀରେ ପର୍ଯ୍ୟଟନସ୍ଥଳ ଖୋଲିବାରେ ଲାଗିଲାଣି । ତେଣୁ ଆପଣ ମଧ୍ୟ ଅନ୍ୟମାନଙ୍କ ପରି ହନିମୁନ ଟ୍ରିପ ପାଇଁ ପ୍ଲାନ କରନ୍ତୁ । ଆଉ ନିଜ ଜୀବନସାଥୀ ସହ କିଛି ସୁନେଲି ମୁହୂର୍ତ୍ତ ବିତାନ୍ତୁ । ଯାହା ଆପଣଙ୍କ ଜୀବନର ଏକ ଅଭୁଲା ଦିନ ହୋଇ ରହିଯିବ । ତେବେ ଏଥିପାଇଁ ବିଦେଶ ମଧ୍ୟ ଯିବା ଆବଶ୍ୟକ ନାହିଁ ।

@twitter
@twitter

ଭାରତରେ ଏମିତି ବହୁ ସୁନ୍ଦର ଜାଗା ଅଛି, ଯାହା ଆପଣଙ୍କ ହନିମୁନ ପାଇଁ ବେଷ୍ଟ ପ୍ଲେସ ହେବ । ବଜେଟ୍ ବି ବେଶୀ ଲାଗିବ ନାହିଁ । କମ୍ ବଜେଟ୍‌ରେ ଜୀବନର କିଛି ଖୁସି କିଣି ଆଣନ୍ତୁ । ଚାଲନ୍ତୁନା ଜାଣିବା ଭାରତରେ ଏମିତି କେଉଁ କେଉଁ ସ୍ଥାନ ଅଛି, ଯାହା ହନିମୁନ ପାଇଁ ବେଶ୍ ଲୋକପ୍ରିୟ...

@twitter
@twitter

କେରଳ(Kerala):

ଈଶ୍ବରଙ୍କ ନିଜ ଦେଶ(God's Own Country) କୁହାଯାଉଥିବା କେରଳ ନିଜର ଅଦ୍ଭୁତ ସୌନ୍ଦର୍ଯ୍ୟ ପାଇଁ ବେଶ୍ ଲୋକପ୍ରିୟ । ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ କେରଳ ହୋଇଥିବାବେଳେ ପ୍ରତିବର୍ଷ ଏଠାରେ ପର୍ଯ୍ୟଟକଙ୍କ ଭିଡ ଜମିଥାଏ । ପ୍ରାକୃତିକ ବୃକ୍ଷରାଜିରେ ଭରପୂର କେରଳ ସହର ନବବିବାହିତା ଦମ୍ପତିଙ୍କୁ ନିଜ ଆଡକୁ ଟାଣିଥାଏ । ଏଠାରେ ହାଉସ୍‌ବୋଟରେ ବସି ବୁଲିବାର ମଜା ଖୁବ୍ ନିଆରା । କେରଳର ଇରାଭିକୁଲାମ ଜାତୀୟ ପାର୍କ(Eravikulam National Park) , ଭାରକାଲା ବେଳାଭୂମି(Varkala Beach), ସାଇଲେଣ୍ଟ ଭ୍ୟାଲି ଜାତୀୟ ପାର୍କ(Silent Valley National Park), ୱାୟନାଡ ୱାଇଲ୍ଡଲାଇଫ୍ ସେଞ୍ଚୁରୀ(Wayanad Wildlife Sanctuary), ଟି ମ୍ୟୁଜିୟମ୍(Tea Museum) ଭଳି ଖୁବ୍ ସୁନ୍ଦର ବେଳାଭୂମି ଓ ହ୍ରଦ ଅଛି । ସବୁଜ ବନଲତାରେ ଭରପୁର କେରଳକୁ ପ୍ରତିବର୍ଷ ସବୁ ସମୟରେ ବିଦେଶୀ ପର୍ଯ୍ୟଟକଙ୍କ ଭିଡ ଜମିଥାଏ । ସମୁଦ୍ର ବେଳାଭୂମିର ସୁଲୁସୁଲିଆ ଥଣ୍ଡା ପବନରେ ଉଭୟ ନବବିବାହିତା ଦମ୍ପତି କ୍ୟାଣ୍ଡେଲ ନାଇଟ୍ ଡିନର ମଧ୍ୟ କରିପାରିବେ । କେରଳର ମୁଖ୍ୟ ଆକର୍ଷଣ ହେଉଛି ହ୍ରଦ କିମ୍ବା ନଦୀରେ ସଜା ବାଉଁଶ କିମ୍ବା ବେତରେ ସଜା ହୋଇଥିବା ବୋଟ୍ । ଯେଉଁଥିରେ ସବୁ ପ୍ରକାରର ସୁବିଧା ରହିଥାଏ । ଏଠାରେ ହନିମୁନ୍ କପଲ ଖୁବ୍ ଏନଜୟ କରିବା ସହ ଦିନଟିକୁ ସ୍ମରଣୀୟ କରିପାରିବେ ।

@twitter
@twitter
@twitter
@twitter

ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ(Andaman and Nicobar Islands):

ଯଦି ଆପଣଙ୍କୁ ବେଳାଭୂମି ବହୁତ ପସନ୍ଦ । ତେବେ ଆପଣ ହନିମୁନ୍ ଡେଷ୍ଟିନେସନ ପାଇଁ ଆଣ୍ଡାମାନ ନିକୋବର ବାଛି ପାରିବେ । ଶୁଣିବାକୁ ମିଳେ ଯେ, ନବବିବାହିତା ଦମ୍ପତିଙ୍କ ପାଇଁ ଏହା ସବୁଠାରୁ ରୋମାଣ୍ଟିକ ସ୍ଥାନ । ସମୁଦ୍ର କୂଳରୁ ଭାସି ଆସୁଥିବା ଥଣ୍ଡା ଜଳବାୟୁ, ରୋମାଞ୍ଚ ଭରି ଦେଉଥିବା ୱାଟର ସ୍ପୋର୍ଟସ ମନ କିଣି ନେଇଥାଏ । ଆଣ୍ଡାମାନ ନିକୋବରରେ ଭାରତପୁର ବେଳାଭୂମି(Bharatpur Beach), ସେଲୁଲାର ଜେଲ୍(Cellular Jail), ମାଉଣ୍ଟ ହାରିଏଟ୍ ଓ ମଧୁବନ(Mount Harriet And Madhuban), ଭାଇପର ଆଇସଲ୍ୟାଣ୍ଡ( Viper Island) ଭଳି ବିଭିନ୍ନ ଆକର୍ଷଣୀୟ ସ୍ଥାନ ରହିଛି । ଯାହା ଉଭୟ ଦମ୍ପତିଙ୍କୁ ବେଶ୍ ପସନ୍ଦ ଆସିବା ସହ ସ୍ମୃତିର କିଛି ସମୟ ପରସ୍ପର ସହ ବାଣ୍ଟିପାରିବେ ।

@twitter
@twitter
@twitter
@twitter

ଜମ୍ମୁ-କଶ୍ମୀର(Jammu and Kashmir):

ହନିମୁନ୍ ପାଇଁ ସବୁଠାରୁ ପରଫେକ୍ଟ ସ୍ଥାନ ହେଉଛି ଜମ୍ମୁ-କଶ୍ମୀର । ଜମ୍ମୁ-କଶ୍ମୀର ନାଁ ଶୁଣିଲା ମାତ୍ରେ ହିଁ ମନ ଖୁସିରେ ନାଚି ଉଠେ । ବିଶାଳ ବିଶାଳ ପାଇନ ଗଛ, ବରଫପାତ, ଡାଲ ହ୍ରଦରେ ନୌକା ଚାଳନା, ଥଣ୍ଡା ଜଳବାୟୁ କାଶ୍ମୀର ଯିବା ପାଇଁ ବାଧ୍ୟ କରେ । ତେଣୁ ପ୍ରତିବର୍ଷ ଏଠାରେ ପର୍ଯ୍ୟଟକଙ୍କ ଭିଡ ଜମିଥାଏ । ମୁଖ୍ୟତଃ ନବବିବାହିତା ଦମ୍ପତିଙ୍କ ପ୍ରଥମ ପସନ୍ଦ କଶ୍ମୀର । ଶ୍ରୀନଗର(Srinagar), ଲେହ ଲଦାଖ( Leh Ladakh), ଗୁଲମର୍ଗ(Gulmarg), ପହଲଗାମ(Pahalgam), ବୈଷ୍ଣୋଦେବୀ ମନ୍ଦିର( Vaishno Mata Mandir), ପଟନୀଟପ୍(Patnitop) ଆଦି ସ୍ଥାନ କଶ୍ମୀର ପ୍ରତି ଆକୃଷ୍ଟ କରେ ।

@twitter
@twitter
@twitter
@twitter
@twitter
@twitter
@twitter
@twitter

ଉତ୍ତରାଖଣ୍ଡ(Uttarakhand):

ଯଦି ବଜେଟ୍ କମ୍ ଅଛି ଏବଂ ସୁନ୍ଦର ଜାଗା ବି ଯିବାର ଅଛି, ତେବେ ଆପଣଙ୍କ ପାଇଁ ସବୁଠୁ ବଢିଆ ସ୍ଥାନ ହେଉଛି ଉତ୍ତରାଖଣ୍ଡ । କଶ୍ମୀର ପରି ଉତ୍ତରାଖଣ୍ଡରେ ମଧ୍ୟ ବରଫପାତ ହେଉଥିବାରୁ ପ୍ରତିବର୍ଷ ଏଠାରେ ପର୍ଯ୍ୟଟକଙ୍କ ସମେତ ହନିମୁନ କପଲ୍ଙ୍କ ମଧ୍ୟ ଭିଡ ଜମେ । ଏଠାରେ ନା କେବଳ ପାହାଡର ସୌନ୍ଦର୍ଯ୍ୟ ଦେଖିବାକୁ ମିଳେ, ବରଂ ସାଂସ୍କୃତିକ ସଭ୍ୟତା ମଧ୍ୟ ଦେଖିବାକୁ ମିଳେ । ଋଷିକେଶ ଓ ହରିଦ୍ବାର( Rishikesh and Haridwar), କେଦାରନାଥ ଓ ବଦ୍ରିନାଥ(Kedarnath and Badrinath), ଡେରାଡୁନ୍(Dehradun), ମସୁରୀ ଓ ନୈନିତାଲ( Mussoorie and Nainital), ରାଣୀକ୍ଷେତ( Ranikhet), ଉତ୍ତରକାଶୀ(Uttarkashi) ଭଳି ସୁନ୍ଦର ଓ ମନମତାଣିଆ ସ୍ଥାନ ଉତ୍ତରାଖଣ୍ଡର ଶୋଭାରାଜି ବୃଦ୍ଧି କରିଥାଏ । ତେଣୁ ବିବାହ ପରେ ଥରେ ଉତ୍ତରାଖଣ୍ଡ ଯାଇ ବୁଲି ଆସନ୍ତୁ ।

@twitter
@twitter
@twitter
@twitter
@twitter
@twitter

ଗୋଆ(Goa):

ଯଦି କମ୍ ଖର୍ଚ୍ଚରେ ପାଖାପାଖି ଜାଗା ବୁଲି ଯିବାକୁ ଚାହୁଁଛନ୍ତି ତେବେ, ଥରେ ଗୋଆ ଯାଇ ବୁଲି ଆସନ୍ତୁ । ବେଳାଭୂମିର ମଜା ନେବା ପାଇଁ ପ୍ରତିବର୍ଷ ଏଠାରେ ପର୍ଯ୍ୟଟକଙ୍କ ଭିଡ ଜମିଥାଏ । ଖାସ୍ କରି ଶୀତଦିନେ ଏଠାରେ କପଲ୍‌ଙ୍କ ଆସର ଜମିଥାଏ । ଏଠାରେ ରହିବା, ଖାଇବା ଖୁବ୍ କମ୍ ବଜେଟ୍‌ରେ ହୋଇଯାଇଥାଏ । ଏଠାକାର ମୁଖ୍ୟ ଆକର୍ଷଣ ହେଉଛି ୱାଟର ସ୍ପୋର୍ଟସ(Water Sports) । ଅଞ୍ଜୁନା ବିଚ୍ (Anjuna Beach), ଭାଗାଟର ବିଚ୍ (Vagator Beach), ପୋଲୋଲମ ବିଚ୍(Palolem Beach), ଦୁଧ୍ ସାଗର ୱାଟରଫଲ୍ (Dudhsagar Waterfall), ତାମ୍ବଡି ସୁରଲା ଶିବ ମନ୍ଦିର (Tambdi Surla Mahadev Temple) ପରି ଅନେକ ଆକର୍ଷଣୀୟ ସ୍ଥାନ ରହିଛି । ଯାହା ପର୍ଯ୍ୟଟକଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ । ସମୁଦ୍ର ତଟ, ବେଳାଭୂମିରେ ନାଇଟଲାଇଫ୍, ସ୍ବାଦିଷ୍ଟ ସି-ଫୁଡ୍ ପାଇଁ ଗୋଆ ଖୁବ୍ ଲୋକପ୍ରିୟ । ତେଣୁ ବିବାହ ପରେ ଥରୁଟିଏ ହେଲେ ମଧ୍ୟ ନିଜ ଜୀବନସାଥୀ ସହ ଗୋଆ ଯାଇ ସ୍ମୃତିକୁ ସ୍ମରଣୀୟ କରନ୍ତୁ ।

@twitter
@twitter
@twitter
@twitter
@twitter
@twitter

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.