ETV Bharat / bharat

SAJAG SHIP: ତଟରକ୍ଷୀ ବାହିନୀରେ ସାମିଲ ହେଲା ସଜଗ, ଜାଣନ୍ତୁ କଣ ରହିଛି ସ୍ବତନ୍ତ୍ରତା - ତଟରକ୍ଷୀ ବାହିନୀରେ ସାମିଲ ହେଲା ସଜଗ

କେନ୍ଦ୍ର ସରକାର ଗୁଜୁରାଟର ୧୬୦୦ କିମି ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳର ସୁରକ୍ଷାର ଦାୟିତ୍ବ ଭାରତୀୟ ତଟରକ୍ଷୀ ବାହିନୀକୁ ଦେଇଛନ୍ତି । ତଟରକ୍ଷୀ ବାହିନୀରେ ଏକ ନୂତନ ୱିଙ୍ଗ୍‌ ଯୋଡି ହୋଇଛି, ଯାହାର ନାମ 'ସଜଗ' । ଏହି ସ୍ମାର୍ଟ ଜାହାଜକୁ ଅତ୍ୟାଧୁନିକ ଜ୍ଞାନକୌଶଳ ଉପକରଣ ବ୍ୟବହାର କରି ନିର୍ମିତ କରାଯାଇଛି । ଅଧିକ ପଢନ୍ତୁ

SAJAG SHIP: ତଟରକ୍ଷୀ ବାହିନୀରେ ସାମିଲ ହେଲା ସଜଗ, ଜାଣନ୍ତୁ କଣ ରହିଛି ସ୍ବତନ୍ତ୍ରତା

author img

By

Published : Oct 23, 2022, 10:50 PM IST

Updated : Oct 23, 2022, 11:02 PM IST

ଗାନ୍ଧୀନଗର: କେନ୍ଦ୍ର ସରକାର ଗୁଜୁରାଟର ୧୬୦୦ କିମି ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳର ସୁରକ୍ଷାର ଦାୟିତ୍ବ ଭାରତୀୟ ତଟରକ୍ଷୀ ବାହିନୀକୁ ଦେଇଛନ୍ତି । ୨୦୨୧ ମସିହାଠାରୁ ଗୁଜୁରାଟ ସମେତ ଦେଶକୁ ସୁରକ୍ଷା ଦେଉଥିବା ତଟରକ୍ଷୀ ବାହିନୀରେ ଏକ ନୂତନ ୱିଙ୍ଗ ଯୋଡି ହୋଇଛି । ଯାହାର ନାମ 'ସଜଗ' । ଗୋଆ ସିପୟାର୍ଡରେ ନିର୍ମିତ ହୋଇଥିବାରୁ ଏହା ଭାରତରେ ସମ୍ପୂର୍ଣ୍ଣ ଭାବେ ନିର୍ମିତ ହୋଇଥିବା କୁହାଯାଉଛି ।

ଏ ନେଇ ଜାହାଜର କମାଣ୍ଡିଂ ଅଫିସର ଏସ.ଆର ପାଟିଲ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, "ସଜଗ ଜାହାଜର (Sajag Ship) ଲମ୍ବ ୧୦୫ ମିଟର । ଏଥିରେ ୨ଟି ଇଞ୍ଜିନ ଥିବା ହେଲିକପ୍ଟର ମଧ୍ୟ ପରିବହନ କରିବାର କ୍ଷମତା ରହିଛି । ଜାହାଜରେ ଉନ୍ନତ ଜ୍ଞାନକୌଶଳ ଏବଂ ନାଭିଗେସନ ଟେକ୍ନୋଲୋଜି ରହିଛି । ଅସ୍ତ୍ରଶସ୍ତ୍ର ଏବଂ ସେନ୍ସର ମଧ୍ୟ ସୁବିଧା ରହିଛି । ଆଣ୍ଟି-ପାୟରସି (anti-piracy), ଆଣ୍ଟି-କଣ୍ଟ୍ରୋଲ୍, ପ୍ରଦୂଷଣ ନିୟନ୍ତ୍ରଣ, ସର୍ଚ୍ଚ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ସଜଗ ଜାହାଜ ସ୍ବତନ୍ତ୍ର ଭାବେ ଡିଜାଇନ ହୋଇଛି ।

ସ୍ବଦେଶୀ 'ସଜଗ'

ସଜଗ ଜାହାଜ ସ୍ବଦେଶୀ ଭାବରେ ନିର୍ମିତ ହୋଇଛି । ଜାହାଜଟି ଗୋଆ ସିପିୟାର୍ଡରେ ନିର୍ମିତ ହୋଇଥିବାବେଳେ ଜାହାଜରେ ଯେକୌଣସି ଉପକରଣ ବ୍ୟବହାର କରାଯାଇଛି, ସେଗୁଡ଼ିକ ମେଡ଼ ଇନ ଇଣ୍ଡିଆ ବା ଭାରତରେ ନିର୍ମିତ ହୋଇଛି । ସମଗ୍ର ବିଶ୍ବରେ କେବଳ ଭାରତର ଏପରି ଜାହାଜ ରହିଛି । ସଜଗ ଜାହାଜର କମାଣ୍ଡର ଜି. ମଣିକୁମାର କହିଛନ୍ତି, "ଏଭଳି ଜାହାଜ ସମଗ୍ର ବିଶ୍ବରେ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ । ଏହି ଜାହାଜ ବର୍ତ୍ତମାନ କେବଳ ଭାରତରେ ରହିଛି । ଜାହାଜଟି ବହୁତ ଉନ୍ନତ ଜ୍ଞାନକୌଶଳ ସହିତ ନିର୍ମାଣ କରାଯାଇଛି । ଅନ୍ୟାନ୍ୟ ବିକାଶଶୀଳ ଦେଶମାନଙ୍କରେ ମଧ୍ୟ ଏହି ପ୍ରକାରର ଜାହାଜ ନାହିଁ । ଗତ ଦେଢ ବର୍ଷରେ ଏହି ଜାହାଜଟି ବିଭିନ୍ନ ଅସୁବିଧାର ଦୃଢାତର ସହିତ ସାମନା କରିଛି ।

ଜାହାଜରେ ରହିଛି ଅଟୋ ଗନ୍‌

ଏହି ଜାହାଜରେ ୧୧ ହଜାର ରାଉଣ୍ଡ ପର୍ଯ୍ୟନ୍ତ ଫାୟାରିଂ କରାଇବାର ସୁବିଧା ରହିଛି । ଏହାବ୍ୟତୀତ ଏଥିରେ ଅଟୋ ଗନ୍‌ର ସୁବିଧା ରହିଛି । ଏହାକୁ ରିମୋଟ କଣ୍ଟ୍ରୋଲରେ ମଧ୍ୟ ଅପରେଟ କରାଯାଇହେବ । ବନ୍ଧୁକ ସ୍ବୟଂଚାଳିତ ଭାବରେ ଟାର୍ଗେଟକୁ ଟ୍ରାକ୍ କରିପାରିବାରେ ମଧ୍ୟ ସକ୍ଷମ ।

ଇଲେକ୍ର୍ଟିକ ଇଞ୍ଜିନିୟର ପରି କରିବ କାର୍ଯ୍ୟ

ଏହି ସଜଗ ଜାହାଜ ଇଲେକ୍ଟ୍ରିକ ଇଞ୍ଜିନିୟର ପରି କାର୍ଯ୍ୟ କରିବାରେ ସକ୍ଷମ । ଏଥିରେ ଜାହାଜରେ ୪ଟି ମୁଖ୍ୟ ଇଞ୍ଜିନ ସ୍ଥାପନ କରାଯାଇଛି । ଯାହାକି ଇଣ୍ଟିଗ୍ରେଟେଡ୍ ସିଷ୍ଟମ୍ ସହିତ ସଂଯୁକ୍ତ । ଯଦି କୌଣସି କ୍ଷେତ୍ରରେ ଇଲେକ୍ର୍ଟିକ ଇଞ୍ଜିନିୟର ମଧ୍ୟରୁ ଗୋଟିଏ ବିଫଳ ହୁଏ ଅନ୍ୟ ଇଲେକ୍ର୍ଟିକ ଇଞ୍ଜିନିୟର ଗୁଡିକ କେବଳ ୭ ସେକେଣ୍ଡ ମଧ୍ୟରେ ସକ୍ରିୟ ହୋଇଥାନ୍ତି । ଏହା ବ୍ୟତୀତ ଜାହାଜରେ ୨୨ଟି ବ୍ୟାଟେରୀ ଅଛି । ଏହି ସ୍ମାର୍ଟ ଜାହାଜକୁ ଅତ୍ୟାଧୁନିକ ଜ୍ଞାନକୌଶଳ ଉପକରଣ ବ୍ୟବହାର କରି ନିର୍ମିତ କରାଯାଇଛି ।

Last Updated : Oct 23, 2022, 11:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.