ETV Bharat / bharat

‘ବ୍ରହ୍ମପୁତ୍ର ଆମନ୍ତ୍ରଣ ଅଭିଯାନ’ର ଶୁଭାରମ୍ଭ କଲେ କେନ୍ଦ୍ର କ୍ରୀଡାମନ୍ତ୍ରୀ - ନଦୀ ଜଳର ଗୁଣବତ୍ତାକୁ ବୁଝିବା ଏହାର ଲକ୍ଷ୍ୟ

ଅରୁଣାଚଳପ୍ରଦେଶର ‘ବ୍ରହ୍ମପୁତ୍ର ଆମନ୍ତ୍ରଣ ଅଭିଯାନ’କୁ ବୁଧବାର ପତକା ଦେଖାଇ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜ୍ଜୁ । ଅଧିକ ପଢନ୍ତୁ...

ବ୍ରହ୍ମପୁତ୍ର ଆମନ୍ତ୍ରରଣ ଅଭିଯାନର ଶୁଭାରମ୍ଭ
ବ୍ରହ୍ମପୁତ୍ର ଆମନ୍ତ୍ରରଣ ଅଭିଯାନର ଶୁଭାରମ୍ଭ
author img

By

Published : Dec 24, 2020, 2:06 PM IST

ଇଟାନଗର: ଅରୁଣାଚଳପ୍ରଦେଶର ‘ବ୍ରହ୍ମପୁତ୍ର ଆମନ୍ତ୍ରଣ ଅଭିଯାନ’କୁ ବୁଧବାର ପତକା ଦେଖାଇ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜ୍ଜୁ । ଆଇଟିପିବିର ତଥ୍ୟ ଅନୁସାରେ, ଜଳ ଶକ୍ତି ମନ୍ତ୍ରଣାଳୟ, ଅନ୍ୟାନ୍ୟ ମନ୍ତ୍ରଣାଳୟ, ବିଭାଗ ଓ କେନ୍ଦ୍ରୀୟ ପିଏସୟୁର ସହଯୋଗରେ ଏହା ଆୟୋଜିତ ହୋଇଛି ।

ନଦୀ ଜଳର ଗୁଣବତ୍ତା, ନଦୀ ବନ୍ଧର କ୍ଷୟ ଏବଂ ମତ୍ସ୍ୟ ବାସସ୍ଥାନ ଉପରେ ତଥ୍ୟ ସଂଗ୍ରହ ତଥା ନମୁନା ସଂଗ୍ରହକୁ ଲକ୍ଷ୍ୟ କରି ଯୁବ ବ୍ୟାପାର ତଥା କ୍ରୀଡ଼ାମନ୍ତ୍ରୀ “ବ୍ରହ୍ମପୁତ୍ର ଆମନ୍ତ୍ରଣ ଅଭିଯାନ” ନାମକ ଅଭିଯାନକୁ ସର୍ବସାଧାରଣଙ୍କ ନିକଟରେ ପ୍ରଚାର କରିଛନ୍ତି । ବୁଧବାର ଅରୁଣାଚଳ ପ୍ରଦେଶର ସିଆଙ୍ଗ ଜିଲ୍ଲାର ଗେଲିଙ୍ଗ ଠାରୁ ହାଟସିଙ୍ଗମାରି ପର୍ଯ୍ୟନ୍ତ ଏହି ଅଭିଯାନ ଆରମ୍ଭ କରାଯାଇଥିଲା ।

ଏହା ଏକ ଜନସଚେତନତା କାର୍ଯ୍ୟକ୍ରମ ଯାହା ଯୁବକଗୋଷ୍ଠୀଙ୍କୁ ରାଫ୍ଟିଙ୍ଗ ଅଭିଯାନ ମାଧ୍ୟମରେ ନଦୀ ସହିତ ବଞ୍ଚିବାର ଲୋକପ୍ରିୟତା ସୃଷ୍ଟି କରିବ । ଏହି ଅଭିଯାନରେ ନଦୀ କୂଳ କ୍ଷୟ, ନଦୀ ଜଳର ଗୁଣବତ୍ତା ସହ ମତ୍ସ୍ୟ ବାସସ୍ଥାନ ଉପରେ ମିଳିତ ତଥ୍ୟ ସଂଗ୍ରହ ନେଇ ବିଭିନ୍ନ ପ୍ରତିଷ୍ଠାନ ସାହାଯ୍ୟ କରୁବା ନେଇ ଆଇଟିବିପି ପକ୍ଷରୁ ସୂଚନା ମିଳିଛି । ଏହି ରାଫ୍ଟି୍ଙ୍ଗ ଅଭିଯାମ ପ୍ରାୟ 900କିଲୋମିଟର ପର୍ଯ୍ୟନ୍ତ କରାଯାଇଛି ।ଭାରତ-ଚୀନ୍ ସୀମାର ଉପର ସିଆଙ୍ଗ ଜିଲ୍ଲା ଗେଲିଙ୍ଗରୁ ଆରମ୍ଭ ହୋଇ ସିଆଙ୍ଗ ନଦୀ କୂଳ ଦେଇ ପୂର୍ବ ସିଆଙ୍ଗ ଜିଲ୍ଲାର ପାସିଘାଟକୁ ଯିବ ବୋଲି ସୂଚନା ମିଳିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.