ETV Bharat / bharat

ଆତଙ୍କୀଙ୍କ ଭୟରେ ଘାଟି ଛାଡୁଛନ୍ତି ପ୍ରବାସୀ ଶ୍ରମିକ - Kashmir Valley

ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ଭୟର ବାତାବରଣ । ଘାଟି ଛାଡି ପଳାୟନ କରୁଛନ୍ତି ପ୍ରବାସୀ ଶ୍ରମିକ । ଅଧିକ ପଢନ୍ତୁ...

ଆତଙ୍କୀ ଭୟରେ ଘାଟି ଛାଡି ପଳାୟନ କରୁଛନ୍ତି ପ୍ରବାସୀ ଶ୍ରମିକ

author img

By

Published : Oct 18, 2021, 5:13 PM IST

ଶ୍ରୀନଗର: ଆତଙ୍କୀଙ୍କ ଚାର୍ଗେଟରେ ଅଣକାଶ୍ମୀରବାସୀ । ଏନେଇ ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ଭୟର ବାତାବରଣ । ଘାଟି ଛାଡି ପଳାୟନ କରୁଛନ୍ତି ପ୍ରବାସୀ ଶ୍ରମିକ । ରବିବାର ବିହାରର 2 ପ୍ରବାସୀ ଶ୍ରମିକଙ୍କୁ କାଶ୍ମୀରରେ ହତ୍ୟା କରାଯିବା ପରେ ବଦଳିଯାଇଛି ରେଳ ଷ୍ଟେସନର ଦୃଶ୍ୟ । ଜମ୍ମୁ ରେଳ ଷ୍ଟେସନରେ ପ୍ରବଳ ସଂଖ୍ୟାରେ ପ୍ରବାସୀ ଶ୍ରମିକଙ୍କ ଭିଡ ଦେଖିବାକୁ ମିଳିଛି । ଏମାନେ ସମସ୍ତେ ନିଜ ଘରକୁ ଫେରିଯିବାକୁ ଚାହୁଁଛନ୍ତି ।

ଜମ୍ମୁ ରେଳ ଷ୍ଟେସନର ଫୁଟପାଥ୍‌ରେ ଲୋକଙ୍କ ଭିଡ ଜମିଛି । ସମସ୍ତେ ନିଜ ନିଜ ଘରକୁ ଫେରିବା ପାଇଁ ଟ୍ରେନକୁ ଅପେକ୍ଷା କରି ବସିଛନ୍ତି । ନିଜ ପରିସ୍ଥତି ବୟାନ କରୁକରୁ ଶ୍ରମିକଙ୍କ ଆଖିରେ ଆସିଯାଉଛି ଲୁହ । ଭୋକ ବିକଳରେ ଆଉଟୁ ପାଉଟୁ ହେଉଛନ୍ତି ଶ୍ରମିକ ଓ ସେମାନଙ୍କ ପରିବାର । ଏମାନଙ୍କ ମଧ୍ୟରେ ଅନେକ ଛୋଟ ଛୋଟ ଶିଶୁ ମଧ୍ୟ ଅଛନ୍ତି ।

ଆମେ କେବେ ଘାଟି ଫେରିବୁ ନାହିଁ । କାରଣ ଆତଙ୍କବାଦୀମାନେ ଧମକ ଦେଉଛନ୍ତି ଓ ଖୋଜିଖୋଜି ମାରୁଥିବା କହିଛନ୍ତି କିଛି ପ୍ରବାସୀ ଶ୍ରମିକ । ଜୀବନ ପ୍ରତି ବିପଦ ରହିଛି । ସ୍ଥିତି ଏଭଳି ଯେ ସେମାନଙ୍କ ପାଖରେ କୌଣସି ଜମା ଅର୍ଥ ମଧ୍ୟ ନାହିଁ । ଇଟାଭାଟିରେ କାମ କରୁଥିବା ଶ୍ରମିକଙ୍କୁ ମାଲିକ ବକେୟା ଟଙ୍କା ଦେଇନଥିବା ଅଭିଯୋଗ ହୋଇଛି । ଏଥିପାଇଁ ଜୀବନ ବଞ୍ଚାଇ ଫେରିବାକୁ ବାଧ୍ୟ ହୋଇଛନ୍ତି ପ୍ରବାସୀ ଶ୍ରମିକ ।

ଘାଟିରେ ସେନାର ଆଣ୍ଟି ଟେରର ଅପରେସନ ଯୋଗୁଁ ବିଚଳିତ ଆତଙ୍କୀ ଜଣେ ପରେ ଜଣେ ଅଣକାଶ୍ମୀରବାସୀଙ୍କୁ କରୁଛନ୍ତି ଟାର୍ଗେଟ । ରବିବାର ମଧ୍ୟ ଅଣ-ସ୍ଥାନୀୟଙ୍କୁ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀମାନେ ବିହାରର ୨ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଥିଲେ ।

ଘାଟିରେ ଆତଙ୍କବାଦୀଙ୍କ ଗତିବିଧି ବୃଦ୍ଧି ପାଇଛି । ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛନ୍ତି ଆତଙ୍କୀ । ଜମ୍ମୁ କାଶ୍ମୀରରେ ଗତ କିଛି ଦିନ ହେବ ଆତଙ୍କବାଦୀଙ୍କ ଗୁଳିରେ ଅନେକ ସାଧାରଣ ଲୋକେ ପ୍ରାଣ ହରାଇସାରିଲେଣି । ଏମାନଙ୍କ ମଧ୍ୟରେ 2 ଶିକ୍ଷକ ଓ କାଶ୍ମୀର ପଣ୍ଡିତ ମଧ୍ୟ ସାମିଲ ଅଛନ୍ତି । ସେପଟେ ଅପରେସନ ସମୟରେ ଆତଙ୍କୀଙ୍କ ଗୁଳିରେ ୯ରୁ ଅଧିକ ସୁରକ୍ଷାକର୍ମୀ ଶହୀଦ ହୋଇସାରିଲେଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.