ETV Bharat / bharat

ଦିଦିଙ୍କ ହୁଙ୍କାର, ବିଜେପିକୁ କ୍ଷମତାରୁ ନ ହଟାଇବା ଯାଏଁ ଖେଲା ହେବ

author img

By

Published : Jul 21, 2021, 5:05 PM IST

ଜାତୀୟ ସ୍ତରରେ ସକ୍ରିୟ ରାଜନୀତିକୁ ଓହ୍ଲାଇବା ସହ ଭାରତୀୟ ଜନତା ପାର୍ଟିକୁ ସିଧା ଟକ୍କର ଦେବାକୁ ପ୍ରୟାସ କରୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଯେବେଯାଏଁ ବିଜେପିକୁ ବାହାର କରାଯାଇନାହିଁ, ସେବେଯାଏଁ ଖେଲା ହେବ ବୋଲି କହିଛନ୍ତି ଦିଦି । ଅଧିକ ପଢନ୍ତୁ...

ଦିଦିଙ୍କ ହୁଙ୍କାର, ବିଜେପିକୁ କ୍ଷମତାରୁ ନ ହଟାଇବା ଯାଏଁ ଖେଲା ହେବ
ଦିଦିଙ୍କ ହୁଙ୍କାର, ବିଜେପିକୁ କ୍ଷମତାରୁ ନ ହଟାଇବା ଯାଏଁ ଖେଲା ହେବ

କୋଲକାତା: ବଙ୍ଗରେ ବାଜି ମାରିବା ପରେ ଏବେ ଦେଶରେ ଦବଦବା ଜାହିର କରିବାକୁ ପ୍ରସ୍ତୁତ ହେଉଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତାଙ୍କ ଏହି ପ୍ରସ୍ତୁତିକୁ ୨୦୨୪ ରଣ ସହ ଯୋଡି ଦେଖାଯାଇପାରେ । ଜାତୀୟ ସ୍ତରରେ ସକ୍ରିୟ ରାଜନୀତିକୁ ଓହ୍ଲାଇବା ସହ ଭାରତୀୟ ଜନତା ପାର୍ଟିକୁ ସିଧା ଟକ୍କର ଦେବାକୁ ପ୍ରୟାସ କରୁଛନ୍ତି ଦିଦି ।

୨୧ ଜୁଲାଇ ଅର୍ଥାତ ଆଜି ଶହୀଦ ଦିବସ ପାଳନ କରୁଛି ପଶ୍ଚିମବଙ୍ଗରେ କ୍ଷମତାସୀନ ତୃଣମୂଳ କଂଗ୍ରେସ । ଏହି ଖାସ ଦିବସରେ ସମ୍ବୋଧନ କରି ମା', ମାଟି, ମାନୁଷ ଉପରେ ଜନତା ମୋହର ମାରିଥିବା କହିଛନ୍ତି ମମତା ।

ବିଜେପିକୁ ଜୋରଦାର ଟାର୍ଗେଟ କରି ଏକଛତ୍ରବାଦୀର ଆଖ୍ୟା ଦେଇଛନ୍ତି ଦିଦି । ଏହା କଣ ଗଣତନ୍ତ୍ର ବୋଲି ପ୍ରଶ୍ନ କରିଛନ୍ତି ସେ । ମୋଦି ସରକାରଙ୍କୁ ପ୍ଲାଷ୍ଟର କରିବା କରିବାର ଆବଶ୍ୟକତା ରହିଥିବା ଦିଦି କହିଛନ୍ତି ।

ସରକାର ପେଗାସସ ଜରିଆରେ ଗୁଇନ୍ଦାଗିରି କରୁଛନ୍ତି । ଜାସୁସି ପାଇଁ ଟଙ୍କା ଖର୍ଚ୍ଚ କରୁଛନ୍ତି । ଏଥିରେ ମନ୍ତ୍ରୀ ଓ ଜଜଙ୍କ ନମ୍ବର ଦିଆଯାଉଛି । ହେଲେ ଆମକୁ କୌଣସି ଫରକ ପଡିବନି ବୋଲି ଜୋର ଦେଇ କହିଛନ୍ତି ମମତା । ଜାସୁସି କାଣ୍ଡରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବା ଦରକାର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ବାନାର୍ଜୀ ।

ପେଗାସସ ସମ୍ବନ୍ଧରେ ରାଜନୈତିକ ଦଳ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରୁଛନ୍ତି। ଏବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆକ୍ରାମକ ଭୂମିକାରେ ନଜର ଆସିଛନ୍ତି । ସିଏମ ମମତା କହିଛନ୍ତି ଯେ ବିଜେପି ସଂଘୀୟ ଢାଞ୍ଚାକୁ ଗଡାଇଦେଇଛି ।

ମମତା ବାନାର୍ଜୀ କହିଛନ୍ତି, ଆମର ଫୋନ ଟ୍ୟାପ୍ କରାଯାଉଛି। ପେଗାସସ ବିପଜ୍ଜନକ ଅଟେ । ମୁଁ କାହା ସହିତ କଥାବାର୍ତ୍ତା କରିପାରିବି ନାହିଁ । ଗୁପ୍ତଚର ପାଇଁ ଆପଣ ଅଧିକ ଅର୍ଥ ଦେଉଛନ୍ତି । ମୁଁ ମୋ ଫୋନକୁ ପ୍ଲାଷ୍ଟର କରିଛି । ଆମେ ମଧ୍ୟ କେନ୍ଦ୍ରକୁ ପ୍ଲାଷ୍ଟର କରିବା ଉଚିତ ନଚେତ ଦେଶ ଧ୍ବଂସ ହେବ ବୋଲି କହିଛନ୍ତି ବାନାର୍ଜୀ ।

ମମତା ବାନାର୍ଜୀ କହିଛନ୍ତି ଯେ ସମସ୍ତ ଫୋନ ରେକର୍ଡ କରାଯାଇଛି । ସେ କହିଛନ୍ତି, ବିଜେପି ଏକ ଅତ୍ୟଧିକ ଲୋଡେଡ ଭାଇରସ ପାର୍ଟି। ଫୋନ ଟ୍ୟାପ ନେଇ ପଦକ୍ଷେପ ଗ୍ରହଣ କରିବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଜେପିରେ ଅନେକ ଜଣ ମାନବାଧିକାର ସଦସ୍ୟ ବୋଲି ଅଭିଯୋଗ କରିଛନ୍ତି ମମତା । ମତଦାନ ପରେ କୌଣସି ହିଂସା ହୋଇନାହିଁ । ମତଦାନର ଠିକ ପୂର୍ବରୁ ଅନେକ ଚାପ ପ୍ରୋୟଗ କରାଯାଉଥିଲା । ତେବେ ଯେବେଯାଏଁ ବିଜେପିକୁ ବାହାର କରାଯାଇନାହିଁ, ସେବେଯାଏଁ ଖେଲା ହେବ ବୋଲି କହିଛନ୍ତି ଦିଦି । ଆଉ ୧୬ ଅଗଷ୍ଟରେ ଏହି ଖେଳା ଦିବସ ପାଳନ ହେବ ବୋଲି ମମତା ସୂଚନା ଦେଇଛନ୍ତି ।

ପଶ୍ଚିମବଙ୍ଗ ପରେ ଗୁଜୁରାଟରେ ବି ଖେଳା କରିବାର ମୁଡରେ ନଜର ଆସୁଛନ୍ତି ଦିଦି । ଆଉ ଏଥିପାଇଁ ସେ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି । ପ୍ରଥମ ଥର ଗୁଜୁରାଟରେ ମମତାଙ୍କ ଫଟୋ ଥିବା ବ୍ୟାନର ଅନେକ କିଛି କହୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.