ETV Bharat / bharat

ଖାଟୁଶ୍ୟାମଜୀ ମନ୍ଦିରରେ ଦଳାଚକଟା, ୩ ମହିଳା ମୃତ - ଖାଟୁଶ୍ୟାମଜୀ ମନ୍ଦିରରେ ଦଳାଚକଟା

ଖାଟୁଶ୍ୟାମଜୀ ମନ୍ଦିରରେ ଦଳାଚକଟା ଯୋଗୁଁ ୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଖାଟୁଶ୍ୟାମଜୀ ମନ୍ଦିରରେ ଦଳାଚକଟା, ୩ ମହିଳା ମୃତ

author img

By

Published : Aug 8, 2022, 9:14 AM IST

Updated : Aug 8, 2022, 11:12 AM IST

ଜୟପୁର: ରାଜସ୍ଥାନ ସିକର ଜିଲ୍ଲାରେ ଖାଟୁଶ୍ୟାମଜୀ ମନ୍ଦିରରେ ଅଭାବନୀୟ ଘଟଣା । ମାସିକ ମେଳାରେ ସାମିଲ ହେବାକୁ ଭକ୍ତଙ୍କ ଭିଡ ଜମିଥିବା ବେଳେ ଦଳାଚକଟାରେ ୩ ଜଣ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳାଙ୍କ ମଧ୍ୟରୁ ଜଣେ ହିସାରର ହୋଇଥିବାବେଳେ ଅନ୍ୟ ଦୁଇଜଣଙ୍କ ପରିଚୟ ମିଳିପାରି ନାହିଁ । ତେବେ ଦଳାଚକଟାରେ ୩ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ଖାଟୁଶ୍ୟାମଜୀ ମନ୍ଦିରରେ ପୁତ୍ରଦା ଏକାଦଶୀ ପାଇଁ ମାସିକ ମେଳାର ଆୟୋଜନ କରାଯାଇଥିଲା । ଯେଉଁଥିରେ ବହୁସଂଖ୍ୟକୁ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ତେବେ ଭଗବାନଙ୍କୁ ଦର୍ଶନ ପାଇଁ ରାତିରୁ ଭିଡ ଜମିଥିଲା । ଏହି ସମୟରେ ଆଜି ଭୋର ୪ଟା ସମୟରେ ଆଳତୀ ପାଇଁ ମନ୍ଦିର ଦ୍ବାର ବନ୍ଦ କରିବା ସମୟରେ ଭକ୍ତଙ୍କ ମଧ୍ୟରେ ଦଳଚକଟା ଆରମ୍ଭ ହୋଇଥିଲା । ଫଳରେ ଭିଡରେ ଚାପି ହୋଇ ୩ଜଣ ମହିଳା ମୃତ୍ୟୁ ବରଣ କରିଥିଲେ ।

  • Saddened by the loss of lives due to a stampede at the Khatu Shyamji Temple complex in Sikar, Rajasthan. My thoughts are with the bereaved families. I pray that those who are injured recover at the earliest.

    — Narendra Modi (@narendramodi) August 8, 2022 " class="align-text-top noRightClick twitterSection" data=" ">

ଏହି ଦୁଃଖଦ ଖବର ଜାଣିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକବ୍ୟକ୍ତ କରିଛନ୍ତି । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ।

Last Updated : Aug 8, 2022, 11:12 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.