ETV Bharat / bharat

ମଧ୍ୟ ପ୍ରଦେଶରେ କଂଗ୍ରେସର ମିଶନ 150: 4 ବରିଷ୍ଠ ନେତାଙ୍କୁ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଦାୟିତ୍ବ

author img

By

Published : Jun 11, 2023, 10:14 PM IST

ମଧ୍ୟ ପ୍ରଦେଶରେ କଂଗ୍ରେସର ମିଶନ 150 । ଦଳ ଲଗାତାର ଖରାପ ପ୍ରଦର୍ଶନ କୁରଥିବା 66 ଆସନ ଉପରେ ଖଡଗେଙ୍କ ଫୋକସ । ନିଯୁକ୍ତ ହେଲେ 4 ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ । ଅଧିକ ପଢନ୍ତୁ

ମଧ୍ୟ ପ୍ରଦେଶରେ କଂଗ୍ରେସର ମିଶନ 150 : 4 ବରିଷ୍ଠ ନେତାଙ୍କୁ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଦାୟିତ୍ବ

ନୂଆଦିଲ୍ଲୀ: ଦକ୍ଷିଣ ରାଜ୍ୟ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଐତିହାସିକ ସଫଳତା ପାଇ ଭାରତୀୟ ଜନତା ପାର୍ଟିକୁ କ୍ଷମତାକୁ ବାଦ ଦେବା ପରେ କଂଗ୍ରେସ କ୍ୟାମ୍ପ୍‌ ଏବେ ବେଶ ଉତ୍ସାହୀ । ମଧ୍ୟ ଭାରତର ଅନ୍ୟତମ ବିଜେପି ଶାସିତ ରାଜ୍ୟ ମଧ୍ୟ ପ୍ରଦେଶରେ ଦଳ କର୍ଣ୍ଣାଟକର ସଫଳତାକୁ ଦୋହରାଇବା ପାଇଁ ଏବେଠାରୁ ଅଣ୍ଟା ଭିଡିଲାଣି । ନିକଟରେ ଦଳର ଅନ୍ୟତମ ନେତା ରାହୁଲ ଗାନ୍ଧୀ ମଧ୍ୟ ପ୍ରଦେଶରେ କଂଗ୍ରେସ 150 ଆସନ ସହ ସରକାର ଗଠନ କରିବାକୁ ଯାଉଛି ବୋଲି ମଧ୍ୟ ଦମ୍ଭୋକ୍ତି ଦେଖାଇ ସାରିଛନ୍ତି । ଏହି କ୍ରମରେ ଆଜି କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ ଦଳ ଲଗାତାର ଖରାପ ପ୍ରଦର୍ଶନ କରିଆସୁଥିବା 66 ନିର୍ଦ୍ଦିଷ୍ଠ ଆସନ ପାଇଁ 4ଜଣ ବରିଷ୍ଠ ନେତାଙ୍କୁ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି । ଏହି ନେତା ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ପରିଚାଳନା କରିବେ ।

ଦଳୀୟ ସୂତ୍ରରୁ ମଳିଥିବା ସୂଚନା ଅନୁସାରେ, ହଇକମାଣ୍ଡ ଖଡଗେ ଦଳ ବରମ୍ବାର ଖାତା ଖୋଲିବାରେ ବିଫଳ ହୋଇଥିବା 66ଟି ଆସନ ଉପରେ ଫୋକସ କରୁଛନ୍ତି । ଏହି ଆସନ ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଉଛି । ସେହି ନିର୍ବାଚନ ମଣ୍ଡଳୀ ଆସୁଥିବା ଜିଲ୍ଲାଗୁଡ଼ିକରେ ଦଳକୁ ସୁଦୃଢ କରିବା ପାଇଁ 4ଜଣ ବରିଷ୍ଠ ଦଳୀୟ ନେତାଙ୍କୁ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି । ଦିଲ୍ଲୀ କଂଗ୍ରେସର ପୂର୍ବତନ ମୁଖ୍ୟ ସୁବାଷ ଚୋପ୍ରା, ଗୁଜୁରାଟର ପୂର୍ବତନ କଂଗ୍ରେସ ମୁଖ୍ୟ ଅର୍ଜୁନ ମୋଡୱାଡିଆ, ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟ କୁଲଦୀପ ସିଂ ରାଠୋର ଏବଂ ଉତ୍ତର ପ୍ରଦେଶର ପ୍ରଦୀପ ତମତଙ୍କ ପରି ବରିଷ୍ଠ ଓ ଅଭିଜ୍ଞ ନେତାଙ୍କ ଉପରେ ଏହି ସ୍ବତନ୍ତ୍ର ଦାୟିତ୍ବ ନ୍ୟସ୍ତ କରାଯାଇଛି । ଏହି ନେତାମାନେ ନିର୍ବାଚନ ପୂର୍ବରୁ ସଙ୍ଗଠନ ସଜାଡିବା କାର୍ଯ୍ୟରେ ଲାଗିପଡିବେ । ସମ୍ଭାବ୍ୟ ତଥା ଉକ୍ତ ଆସନ ପାଇଁ ଦକ୍ଷ ବା ଯୋଗ୍ୟ ପ୍ରାର୍ଥୀଙ୍କୁ ଚିହ୍ନଟ କରି କଂଗ୍ରେସ ହାଇକମାଣ୍ଡଙ୍କୁ ସୁପାରିଶ କରିବା ସହ ସଙ୍ଗଠନକୁ ସୁଦୃଢ କରିବା ଏହି ନେତାଙ୍କର ପ୍ରମୁଖ ଦାୟିତ୍ବ ରହିବ ।

ନିକଟରେ ରାହୁଲ ଗାନ୍ଧୀ ମଧ୍ୟ ପ୍ରଦେଶରେ ଫଳାଫଳ କର୍ଣ୍ଣାଟକ ଠାରୁ ଆହୁରି ଉତ୍ସାହପ୍ରଦ ହେବା ନେଇ କହିଥିଲେ । କର୍ଣ୍ଣାଟକରେ ଦଳ 137 ଆସନ ସହ ସରକାର ଗଠନ କରିଛି, ହେଲେ ମଧ୍ୟ ପ୍ରଦେଶରେ ଏହି ସଂଖ୍ୟା 150 ହେବାକୁ ଯାଉଛି ବୋଲି ରାହୁଲ କହିଥିଲେ । ସେହିପରି ସେ ମୁଖ୍ୟମନ୍ତ୍ରୀ ଚେହେରା ନେଇ କରାଯାଇଥିବା ପ୍ରଶ୍ନକୁ ଏଡାଇ ଯିବା ସହ କଂଗ୍ରେସ ସରକାରକୁ ଆସିବା ପରେ ସେକଥା ଚିନ୍ତା କରାଯିବା ନେଇ କହିଥିଲେ । ଅନ୍ୟପଟେ ଖଡଗେ ଦଳୀୟ ହାଇକମାଣ୍ଡ ଭାବେ ନିର୍ବାଚିତ ହେବା ପରେ ହିମାଚଳ ପ୍ରଦେଶରେ ଦଳକୁ କ୍ଷମତା ଦେଇଥିଲେ । ଦ୍ବିତୀୟ ରାଜ୍ୟ ଭାବେ କର୍ଣ୍ଣାଟକରେ ମଧ୍ୟ ତାଙ୍କ ନେତୃତ୍ବରେ ଦଳ ଭଲ ପ୍ରଦର୍ଶନ କରିବା ସହ ବିଜେପିକୁ କ୍ଷମତାରୁ ବାହାରକୁ ରାସ୍ତା ଦେଖାଇଥିଲା । ଏବେ ମଧ୍ୟ ପ୍ରଦେଶରେ ମଧ୍ୟ ଖଡେଗଙ୍କ ନେତୃତ୍ବର ଯାଦୁ କମ କରିବ ବୋଲି କଂଗ୍ରେସ ନେତା ଓ କର୍ମୀ ବେଶ ଆଶାବାଦୀ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.