ETV Bharat / bharat

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ, ଖଲିସ୍ତାନୀ ଆତଙ୍କୀ ପନ୍ନୁ କହିଲା ଗଣତନ୍ତ୍ର ଦିବସରେ ଉଡ଼ାଇ ଦେବୁ - Punjab Chief Minister death threat

Death threat to Punjab Chief Minister: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ହତ୍ୟା ଧମକ । ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଦେଲା ଆତଙ୍କବାଦୀ ପନ୍ନୁ । ଅଧିକ ପଢନ୍ତୁ

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ହତ୍ୟା ଧମକ

author img

By ETV Bharat Odisha Team

Published : Jan 16, 2024, 12:53 PM IST

Updated : Jan 16, 2024, 3:15 PM IST

ହାଇଦ୍ରାବାଦ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ହତ୍ୟା ଧମକ । ଖଲିସ୍ତାନୀ ଆତଙ୍କବାଦୀ ତଥା ପ୍ରତିବନ୍ଧିତ ସଂସ୍ଥା ‘ଶିଖ୍ ଫର ଜଷ୍ଟିସ’ର ମୁଖ୍ୟ ଗୁରୁପତଓ୍ବନ୍ତ ସିଂ ପନ୍ନୁ ମୁଖ୍ୟମନ୍ତ୍ରୀ ମାନଙ୍କୁ ହତ୍ୟା ଧମକ ଦେଇଥିବା ସୂଚନା ମିଳିଛି । ସାଧାରଣତନ୍ତ୍ର ଦିବସ (ଜାନୁଆରୀ 26 ରେ) ମୁଖ୍ୟମନ୍ତ୍ରୀ ମାନଙ୍କୁ ଆକ୍ରମଣ କରି ହତ୍ୟା କରାଯିବା ନେଇ ଖୋଲା ଧମକ ଦେଇଛି ପନ୍ନୁ ।

ଖଲିସ୍ତାନୀ ଆନ୍ଦୋଳନ ଓ ଦେଶ ବାହାରେ ଭାରତ ବିରୋଧୀ କାର୍ଯ୍ୟକଳାପ ପାଇଁ ଭାରତ ସରକାର ପନ୍ନୁକୁ ଆତଙ୍କବାଦୀ ଘୋଷଣା କରି ସାରିଛନ୍ତି । ପନ୍ନୁ ବର୍ତ୍ତମାନ ଆମେରିକାରେ ରହୁଛି । ଜାନୁଆରୀ 26 ତାରିଖ ଅର୍ଥାତ୍ ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ କରିବା ପାଇଁ ଗ୍ୟାଙ୍ଗଷ୍ଟାରମାନଙ୍କୁ ଏକାଠି ହେବା ପାଇଁ ନିବେଦନ କରିଛି ପନ୍ନୁ। ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସହ ରାଜ୍ୟ ପୋଲିସ ନିର୍ଦ୍ଦେଶକ ଗୌରବ ଯାଦବଙ୍କୁ ମଧ୍ୟ ହତ୍ୟା ଧମକ ଦେଇଛି ପନ୍ନୁ । ତେବେ ପନ୍ନନୁର ଭାରତ ବିରୋଧରେ ଏହି ଧମକ କିଛି ନୂଆ କଥା କିମ୍ବା ପ୍ରଥମ ଘଟଣା ମଧ୍ୟ ନୁହେଁ ।

ଏହାପୂର୍ବରୁ ସଂସଦ ଉପରେ ଆକ୍ରମଣ କରିବା ନେଇ ଆତଙ୍କବାଦୀ ପନ୍ନୁ ଧମକ ଦେଇଥିଲା । ଡିସେମ୍ବର 13 ତାରିଖ ଦିନ ସଂସଦ ଉପରେ ଆକ୍ରମଣ କରିବା ନେଇ ଏକ ଭିଡିଓ ଜାରି କରିଥିଲା । ଏହା ପୂର୍ବରୁ ମଧ୍ୟ ସେ ଇସ୍ରାଏଲ ଉପରେ ହମାସ ଗୋଷ୍ଠୀର ଆକ୍ରମଣ ବେଳେ ଭାରତକୁ ଧମକ ଦେଇଥିଲା । ଭାରତ ଉପରେ ଆକ୍ରମଣ କରି ପଞ୍ଜାବକୁ ମୁକ୍ତ କରାଯିବା ନେଇ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁ ନେଇ ଏକ ଧମକପୂର୍ଣ୍ଣ ଭିଡିଓ ଜାରି କରିଥିଲା । ଅନ୍ୟଏକ ଘଟଣାକ୍ରମରେ ଆମେରିକାରେ ଲୁଚିଥିବା ଏହି ଆତଙ୍କବାଦୀ ଉପରେ ଭାରତୀୟ ଗୁଇନ୍ଦା ସଂସ୍ଥା ଜଣେ ଯୁବକଙ୍କୁ ନିୟୋଜିତ କରି ହତ୍ୟା ଯୋଜନା ରଖିଥିବା ଆମେରିକୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ.. ଆତଙ୍କବାଦୀ ପନ୍ନୁ ହତ୍ୟା ଷଡଯନ୍ତ୍ର ବିବାଦ: ଆମେରିକା ଅଭିଯୋଗକୁ ଭାରତ ନୀତିର ବିରୋଧ କହିଲା ବିଦେଶ ମନ୍ତ୍ରଣାଳୟ

ଯାହାକୁ ନେଇ ଓ୍ବାଶିଂଟନ ଓ ନୂଆଦିଲ୍ଲୀ ମଧ୍ୟରେ ତିକ୍ତତା ବଢିଥିଲା । ଭାରତ ପକ୍ଷରୁ ଏପରି ଖବରକୁ ଖଣ୍ଡନ କରାଯାଇଥିଲା । ନିକଟରେ ଏକ ବ୍ରିଟିଶ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ନିଜେ ଏହି ପ୍ରସଙ୍ଗ ଉଠାଇଥିଲେ । ଏପରି ଖବର ଭିତ୍ତିହୀନ ଓ ଏହା ଆମେରିକା-ଭାରତ ଦ୍ବିପାକ୍ଷିକ ସମ୍ପର୍କକୁ ପ୍ରଭାବିତ କରିପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 16, 2024, 3:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.