ETV Bharat / bharat

କାନାଡାରେ ଗ୍ୟାଙ୍ଗଷ୍ଟାର ସୁଖଦୁଲ ସିଂକୁ ହତ୍ୟା; ଭାରତରୁ ଥିଲା ଫେରାର୍ - କାନାଡା ଭାରତ କୂଟନୈତିକ ବିବାଦ

କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀପ ସିଂହର ସହଯୋଗୀ ଗ୍ୟାଙ୍ଗଷ୍ଟାର ସୁଖଦୁଲ ସିଂକୁ ହତ୍ୟା । NIAର ୱାଣ୍ଟେଡ୍‌ ଲିଷ୍ଟରେ ଥିଲା ସୁଖଦୁଲ । ଅଧିକ ପଢ଼ନ୍ତୁ

କାନାଡାରେ ଆଉ ଜଣେ ଗ୍ୟାଙ୍ଗଷ୍ଟାରକୁ ହତ୍ୟା
କାନାଡାରେ ଆଉ ଜଣେ ଗ୍ୟାଙ୍ଗଷ୍ଟାରକୁ ହତ୍ୟା
author img

By ETV Bharat Odisha Team

Published : Sep 21, 2023, 11:47 AM IST

Updated : Sep 21, 2023, 12:05 PM IST

ନୂଆଦିଲ୍ଲୀ: କାନାଡ଼ାରେ ଆଉ ଜଣେ ଗ୍ୟାଙ୍ଗଷ୍ଟାରକୁ ହତ୍ୟା । ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀପ ସିଂହର ସହଯୋଗୀ ଗ୍ୟାଙ୍ଗଷ୍ଟାର ସୁଖଦୁଲ ସିଂକୁ ଗୁଳି କରି ହତ୍ୟା କରାଯାଇଛି । କାନାଡାର ୱିନପେଗ୍ ସହରରେ ତାକୁ କେହି ହତ୍ୟା କରିଛି । ସୁଖଦୁଲ ୨୦୧୭ରୁ ଭାରତରୁ ଫେରାର ଥିଲା । ସେ NIAର ୱାଣ୍ଟେଡ୍‌ ଲିଷ୍ଟରେ ରହିଥିଲା । ତେବେ ଆନ୍ତଃ ଗ୍ୟାଙ୍ଗ ବିବାଦକୁ କେନ୍ଦ୍ର କରି ତାକୁ ହତ୍ୟା କରାଯାଇଥିବା ବିଭିନ୍ନ ସ୍ଥାନୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ।

ଏହାମଧ୍ୟ ପଢନ୍ତୁ: କାନାଡ଼ା ଯାଉଥିବା ଭାରତୀୟ ସତର୍କ ରୁହନ୍ତୁ: ବୈଦେଶିକ ମନ୍ତ୍ରଣାଳୟ

ଏ-କ୍ୟାଟାଗୋରୀର ଗ୍ୟାଙ୍ଗଷ୍ଟାର ଥିବା ସୁଖଦୁଲ ସିଂର ଘର ପଞ୍ଜାବର ମୋଗା ଜିଲ୍ଲାରେ । ତା' ବିରୋଧରେ ଅନେକ ଅପରାଧ ମାମଲା ରହିଥିବା ସତ୍ତ୍ବେ ୨୦୧୭ ମସିହାରେ ଜାଲ୍ ଡକ୍ୟୁମେଣ୍ଟ୍‌ ବଳରେ ସେ ପଞ୍ଜାବରୁ କାନାଡ଼ା ପଳାୟନ କରିଥିଲା । ଦୁଇ ଜଣ ପୋଲିସ ଅଧିକାରୀଙ୍କ ସହାୟତାରେ ସୁଖଦୁଲ କାନାଡ଼ା ଫେରାର୍ ହୋଇଯାଇଥିବା ଜଣା ପଡ଼ିଥିଲା । ପରବର୍ତ୍ତୀ ସମୟରେ ଏହି ଘଟଣାରେ ସମ୍ପୃକ୍ତ ପୋଲିସ ଅଧିକାରୀମାନେ ଗିରଫ ହୋଇଥିଲେ । ତେବେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟାକାଣ୍ଡକୁ ନେଇ ଭାରତ ଓ କାନାଡ଼ା ମଧ୍ୟରେ କୂଟନୈତିକ ବିବାଦ ତେଜିଥିବା ବେଳେ ଏବେ ଏଠାରେ ଆଉ ଜଣେ ଗ୍ୟାଙ୍ଗଷ୍ଟାର ସୁଖଦୁଲ ସିଂକୁ ହତ୍ୟା କରାଯାଇଛି ।

ଏହାମଧ୍ୟ ପଢନ୍ତୁ: Canada vs India: ହିନ୍ଦୁଙ୍କୁ କାନାଡା ଛାଡିବାକୁ ଖଲିସ୍ତାନୀଙ୍କ ଧମକ, ସତର୍କ ରହିବାକୁ ସାଂସଦଙ୍କ ପରାମର୍ଶ

ପ୍ରକାଶ ଥାଉକି, ନିଜ୍ଜର ଖଲିସ୍ତାନୀ ଟାଇଗର ଫୋର୍ସ(KTF) ସଂଗଠନର ମୁଖ୍ୟ ଥିଲା । ଚଳିତ ବର୍ଷ ଜୁନରେ କାନାଡା ବ୍ରିଟିଶ କାର୍ଲିଫର୍ଣ୍ଣିଆ ଅନ୍ତର୍ଗତ ସୁରୀ ଅଞ୍ଚଳରେ ଥିବା ଏକ ଗୁରୁଦ୍ବାର ପରିସରରେ ତାକୁ ଗୁଳି କରି ହତ୍ୟା କରାଯାଇଥିଲା । ଭାରତ ସହିତ ଜଡ଼ିତ ଥିବା ଏଜେଣ୍ଟ୍‌ ନିଜ୍ଜରକୁ ହତ୍ୟା କରିଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁ଼ଡୋ ହାଉସ୍ ଅଫ୍ କମନ୍ସରେ ଅଭିଯୋଗ ଆଣିଥିଲେ । ଯାହାକୁ ନେଇ ଦୁଇ ଦେଶର ବରିଷ୍ଠ କୂଟନୀତିଜ୍ଞଙ୍କୁ ବହିଷ୍କାର କରାଯିବା ପରେ କୂଟନୈତିକ ତିକ୍ତତା ପ୍ରକାଶ ପାଇଥିଲା ।

ଏହାପରେ ଭାରତ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କାନାଡା ଟ୍ରାଭେଲ ଆଡଭାଇଜରୀ ଜାରି କରିଥିଲା । ଏହାପରେ ଭାରତ ମଧ୍ୟ କନାଡା ଯାଉଥିବା ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି କରିଥିଲା । କାନାଡା ଯାଉଥିବା ଭାରତୀୟ ନାଗରିକମାନେ ଯାତାୟତ ସମୟରେ ଅଧିକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଥିଲା ।

Last Updated : Sep 21, 2023, 12:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.