ETV Bharat / bharat

Trans Couple Pregnancy: ସନ୍ତାନ ଜନ୍ମ ଦଲେ ଟ୍ରାନ୍ସମେନ୍

ନବଜାତକୁ ଜନ୍ମ ଦେଲେ ଗର୍ଭବତୀ ପୁରୁଷ । ଏହାସହିତ ଦେଶରେ ପ୍ରଥମ ଲାଗି ପିତାମାତା ହେଲେ କେରଳର ଟ୍ରାନ୍ସଜେଣ୍ଡର କପଲ । ଅଧିକ ପଢନ୍ତୁ

Trans Couple Pregnancy
Trans Couple Pregnancy
author img

By

Published : Feb 8, 2023, 11:06 PM IST

ଥିରୁଅନନ୍ତପୁରମ: ପିତାମାତାର ସୌଭାଗ୍ୟ ଅର୍ଜନ କଲେ ଟ୍ରାନ୍ସ କପଲ୍‌ । ଦେଶରେ ଘଟିଛି ଏହି ପ୍ରଥମ ଘଟଣା । ଝିଅରୁ ଲିଙ୍ଗ ପରିବର୍ତ୍ତନ କରି ପୁଅ ହୋଇଥିବା ଟ୍ରାନ୍ସ ମ୍ୟାନ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । କେରଳ କୋଝିକୋଡ ମେଡିକାଲ କଲେଜରେ ସର୍ଜରୀ ଦ୍ବାରା ଏହି ସନ୍ତାନକୁ ଜନ୍ମଗ୍ରହଣ କରିଛି । ତେବେ ସନ୍ତାନଟିର ଲିଙ୍ଗ ଲୋକଲୋଚନକୁ ଅଣାଯିବ ନାହିଁ ବୋଲି ଏହି ଟ୍ରାନ୍ସ କପଲ୍‌ ଘୋଷଣା କରିଛନ୍ତି ।

ବୁଧବାର ସକାଳେ କୋଝିକୋଡ ଡାକ୍ତର ସର୍ଜରୀ ମାଧ୍ୟମରେ ଏହି ଡେଲିଭରି କରିଛନ୍ତି । ଆସନ୍ତା ମାର୍ଚ୍ଚ ୪ ତାରିଖରେ ଡେଲିଭରି ତାରିଖ ରହିଥିବା ବେଳେ ଆଜି (ଫେବୃଆରୀ ୮) ତାରିଖରେ ନବଜାତ ଜନ୍ମ ନେଇଛି । ଭାରତର ତୃତୀୟ ଲିଙ୍ଗ ସମ୍ପ୍ରଦାୟରେ ଘଟିଛି ଏପରି ପ୍ରଥମ ଘଟଣା । ଏହି ଟ୍ରାନ୍ସ କପଲ୍‌ଙ୍କ ନାମ ହେଉଛି ଜାହାଦ ଓ ଜିୟା ପାଭଲ । କୋଝିକୋଡର ଉମାଲାଥୁର ଅଞ୍ଚଳରେ ବାସ କରନ୍ତି ଏହି ଟ୍ରାନ୍ସ କପଲ୍‌ । ଗତ ୩ବର୍ଷ ଧରି ଏହି ଟ୍ରାନ୍ସ କପଲ ଏକାଠି ରହିଆସୁଛନ୍ତି । ଅନ୍ୟ ଟ୍ରାନ୍ସ କପଲ୍‌ଙ୍କଠୁ ଅଲଗା ହେବା ଉଦ୍ଦେଶ୍ୟରେ ସେମାନେ ପିତାମାତା ହେବା ଲାଗି ଯୋଜନା କରିଥିଲେ ।

ଏହା ବି ପଢନ୍ତୁ- Trans Couple Pregnancy: ଦେଶରେ ପ୍ରଥମ, ଛୁଆ ଜନ୍ମ ଦେବେ ଗର୍ଭବତୀ ପୁରୁଷ !

ଅନ୍ୟପଟେ ନବଜାତ ଶିଶୁଟି ମା' କ୍ଷୀର ପାଇପାରିବ ନାହିଁ । ଏଣୁ ହସ୍ପିଟାଲରେ ରହିଥିବା ମିଲ୍କ ବ୍ୟାଙ୍କରୁ ଶିଶୁଟି ଖାଦ୍ୟ ଗ୍ରହଣ କରିବ ବୋଲି ଜଣାପଡ଼ିଛି । ସୂଚନା ଥାଉ କି ଶିଶୁକୁ ଜନ୍ମ ଦେଇଥିବା ଗର୍ଭବତୀ ପୁରୁଷ ହେଉଛନ୍ତି ଜଣେ ଟ୍ରାନ୍ସଜେଣ୍ଡର ପୁରୁଷ । ସେ ପୂର୍ବରୁ ମହିଳା ଥିବା ବେଳେ ସର୍ଜରୀ ଦ୍ବାରା ପୁରୁଷ ହୋଇଛନ୍ତି । ସେ ନିଜ ପାର୍ଟନର ଜିୟା ପାବଲଙ୍କ ସହିତ ଗତ ୩ ବର୍ଷ ଧରି ଏକାଠି ରହୁଛନ୍ତି । ଜିୟା ପୂର୍ବରୁ ପୁରୁଷ ଭାବେ ଜନ୍ମ ନେଇଥିବା ବେଳେ ମହିଳା ହେବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏହାପରେ ସେ ମହିଳା ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.