ETV Bharat / bharat

କେରଳରେ ଭୂତାଣୁର ସତର୍କ ଘଣ୍ଟି, ୨୪ ଘଣ୍ଟାରେ ୩୦ ହଜାର ଟପିଲା କୋଭିଡ ପଜିଟିଭ - କେରଳ କୋରୋନା ମାମଲା

ବୁଧବାର କେରଳରେ ୩୦ ହଜାରୁ ଊର୍ଦ୍ଧ୍ବ ମାମଲା ରିପୋର୍ଟ ହେବା ପରେ ବାଜିଛି ସତର୍କ ଘଣ୍ଟି । ୩ ମାସ ପରେ ପୁନର୍ବାର କେରଳରେ ଭୟଙ୍କର ରୂପ ଧାରଣ କରିଛି ମହାମାରୀ । ଅଧିକ ପଢନ୍ତୁ...

କେରଳରେ ଭୂତାଣୁର ସତର୍କ ଘଣ୍ଟି, ୨୪ ଘଣ୍ଟାରେ ୩୦ ହଜାର ଟପିଲା କୋଭିଡ ପଜିଟିଭ

author img

By

Published : Aug 25, 2021, 10:44 PM IST

ଥିରୁଅନନ୍ତପୁରମ: କେରଳରେ ପୁଣି ବେକାବୁ କୋରୋନା । କାୟା ବିସ୍ତାର କରୁଛି ଭୂତାଣୁ । ବୁଧବାର ରାଜ୍ୟରେ ୩୦ ହଜାରରୁ ଊର୍ଦ୍ଧ୍ବ ମାମଲା ରିପୋର୍ଟ ହେବା ପରେ ବାଜିଛି ସତର୍କ ଘଣ୍ଟି । ୩ ମାସ ପରେ ପୁନର୍ବାର କେରଳରେ ଭୟଙ୍କର ରୂପ ଧାରଣ କରିଛି ମହାମାରୀ ।

ଗତ ୨୪ ଘଣ୍ଟାରେ କେରଳରେ ୩୧ ହଜାର ୪୪୫ କୋରୋନା ପଜିଟିଭ ମାମଲା ରିପୋର୍ଟ ହୋଇଛି । ଏହାକୁ ମିଶାଇ କେରଳରେ କୋରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 3,883,429ରେ ପହଞ୍ଚିଛି । ସେହିପରି ୨୪ ଘଣ୍ଟାରେ ରାଜ୍ୟରେ କୋରୋନା ନେଇଛି ୨୧୫ ମୁଣ୍ଡ ।

ଶେଷ ଥର ପାଇଁ ମେ ୨୦ରେ କେରଳରେ ୩୦ ହଜାରରୁ ଊର୍ଦ୍ଧ୍ବ ମାମଲା ରେକର୍ଡ ହୋଇଥିଲା । ଗୋଟିଏ ଦିନରେ ସାମ୍ନାକୁ ଆସିଥିଲା ୩୦, ୪୯୧ ମାମଲା । ଏହି ସଂକ୍ରମଣର ବିସ୍ତାରକୁ ରୋକିବା ପାଇଁ ରାଜ୍ୟ ସରକାର ପୁଣି ସ୍କ୍ରିନିଂ ପ୍ରକ୍ରିୟା ଘୋଷଣା କରିଛନ୍ତି। ସ୍ବାସ୍ଥ୍ୟ କ୍ଷେତ୍ରର ବିଶେଷଜ୍ଞ ପୂର୍ବାନୁମାନ କରିଥିଲେ ଯେ ଓନମ ପର୍ବ ପରେ ରାଜ୍ୟରେ ସଂକ୍ରମଣ ମାମଲା ମଧ୍ୟ ବୃଦ୍ଧି ପାଇବ । ୨୧ ଅଗଷ୍ଟରେ କେରଳରେ ପାଳନ ହୋଇଥିଲା ଓନମ ପର୍ବ । ଓନମ ଦକ୍ଷିଣ ଭାରତର ଏକ ବଡ ପର୍ବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.