ETV Bharat / bharat

କେରଳରେ କାଳ ସାଜିଛି ବର୍ଷା, ୨୬ ଛୁଇଁଲା ମୃତ୍ୟୁ ସଂଖ୍ୟା

author img

By

Published : Oct 17, 2021, 10:16 PM IST

କେରଳରେ ଲଗାଣ ବର୍ଷା ଯୋଗୁଁ ଅନେକ ଜିଲ୍ଲାରେ ଜଳପ୍ରଳୟ । ବର୍ଷା ଓ ବନ୍ୟା କାରଣରୁ ବର୍ତ୍ତମାନ ସୁଦ୍ଧା ୨୬ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଅଧିକ ପଢନ୍ତୁ...

କେରଳରେ କାଳ ସାଜିଛି ବର୍ଷା, ୨୬ ଛୁଇଁଲା ମୃତ୍ୟୁ ସଂଖ୍ୟା
କେରଳରେ କାଳ ସାଜିଛି ବର୍ଷା, ୨୬ ଛୁଇଁଲା ମୃତ୍ୟୁ ସଂଖ୍ୟା

ଥିରୁଅନନ୍ତପୁରମ: କେରଳରେ ବର୍ଷା ବିତ୍ପାତର କରାଳରୂପ । ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଅନେକ ଜିଲ୍ଲାରେ ଜଳପ୍ରଳୟ । କେଉଁଠି ପୋଲ ଭାଙ୍ଗିଯାଇଛି ତ ଆଉ କେଉଁଠି ଯୋଗାଯୋଗ ବିଛିନ୍ନ । ସେପଟେ ଭୁସ୍ଖଳନ କାରଣରୁ ଅନେକ ଘର ଭାସିଯାଇଛି । କେରଳରେ ବର୍ଷା ଓ ବନ୍ୟା କାରଣରୁ ବର୍ତ୍ତମାନସୁଦ୍ଧା ୨୬ ଜଣଙ୍କ ମୃତ୍ୟୁ ହୋଇସାରିଲାଣି ।

ବର୍ଷା କାରଣରୁ ଦକ୍ଷିଣ ଓ କେନ୍ଦ୍ର କେରଳ ସବୁଠୁ ଅଧିକ ପ୍ରଭାବିତ ହୋଇଛି । କୋଟାୟମ ଓ ଇଡୁକ୍କୀରେ ରେକର୍ଡ ହୋଇଛି ସର୍ବାଧିକ ବର୍ଷା । ୨ ଜିଲ୍ଲା ସମ୍ପୂର୍ଣ୍ଣ ପାଣି ଘେରରେ ରହିଛି ।

ରାଜ୍ୟର କୋଟାୟମ ଜିଲ୍ଲାରେ ୧୩ ଜଣଙ୍କ ମୃତ୍ୟୁ ନେଇ ସୂଚନା ସାମ୍ନାକୁ ଆସିଛି । ସେହିପରି ଇଡ୍ଡୁକୀ ଜିଲ୍ଲାରୁ ଉଦ୍ଧାର ହୋଇଛି ୯ ମୃତଦେହ । ଅଲାପୁରା ଜିଲ୍ଲାରେ ମଧ୍ୟ ୪ ଜଣଙ୍କର ମୃତ୍ୟୁ ହୋଇଛି । ମଧ୍ୟ ଓ ଦକ୍ଷିଣ କେରଳରେ ବନ୍ୟା ଯୋଗୁଁ ସ୍ଥିତି ବେହାଲ ରହିଛି । ପରିସ୍ଥିତି ଗମ୍ଭୀର ଥିବା କହିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ।

ଆରବସାଗରରେ ଲଘୁଚାପ ଯୋଗୁଁ ପ୍ରବଳ ବର୍ଷିବା ନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ । ସେପଟେ ମୀନାଚଲ ଓ ମନୀମାଲା ନଦୀର ଜଳସ୍ତର ବଢିବାରେ ଲାଗିଛି । ଯାହାଫଳରେ ରାଜ୍ୟର ପାହାଡିଆ ଆଞ୍ଚଳର ଅନେକ ଛୋଟ ଛୋଟ ଗାଁ ବାହ୍ୟଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି ।

ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବା କେରଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବାୟୁସେନା ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିଛି । ଏହାସହିତ ଏନଡିଆରଏଫର ୧୧ଟି ଟିମକୁ ଉଦ୍ଧାର କାର୍ଯ୍ୟରେ ଲଗାଯାଇଛି । ଏହାରି ମଧ୍ୟରେ ବର୍ଷା ଓ ବନ୍ୟା ସ୍ଥିତିକୁ ନେଇ କେରଳ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ ଯୋଗେଁ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆହତଙ୍କୁ ଉଦ୍ଧାର ଓ ସହାୟତା ପାଇଁ ଗ୍ରାଉଣ୍ଡ ଜିରୋରେ କିଭଳି କାର୍ଯ୍ୟ ଚାଲିଛି ଏ ବିଷୟରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।

କେରଳ, ଥିରୁଅନନ୍ତପୁରମ୍, କୋଲାମ, ପଠାନମଥିଟ୍ଟା, କୋଟାୟମ, ଆଲ୍ଲାପୁଝା, ଏର୍ଣ୍ଣାକୁଲମ, ଇଡୁକ୍କୀ, ତ୍ରିସୁର, ପାଲକ୍କଡ, ମାଲାପୁରମ ଏବଂ କୋଝିକୋଡେରେ 11ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.