ETV Bharat / bharat

Kerala Nipah alert: କେରଳରେ ବଢିଲା ନିପା ଭାଇସର ଭୟ, ଆତଙ୍କିତ ନହୋଇ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

author img

By ETV Bharat Odisha Team

Published : Sep 12, 2023, 5:16 PM IST

କେରଳରେ ବଢିଲା ନିପା ଭାଇସର ଭୟ । କୋଜିକୋଡେରେ ଦୁଇ ସନ୍ଦିଗ୍ଧଙ୍କ ମୃତ୍ୟୁ । ଆତଙ୍କିତ ନହୋଇ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା । ସ୍ବାସ୍ଥ୍ୟ ବିଭାଗ କଲା ନିର୍ଦ୍ଦେଶବଳୀ ଜାରି । ଅଧିକ ପଢନ୍ତୁ

କେରଳରେ ବଢିଲା ନିପା ଭାଇସର ଭୟ, ଆତଙ୍କିତ ନହୋଇ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଥିରୁଅନନ୍ତପୁରମ: କେରଳ କୋଜିକୋଡେରେ ଦୁଇ ସଂକ୍ରମିତଙ୍କ ମୃତ୍ଯୁ ନିପା ଭାଇରସ ସଂକ୍ରମଣରୁ ହୋଇଥିବା ସନ୍ଦେହ ପ୍ରକାଶ ପାଇବା ପରେ ତତ୍ପରତା ପ୍ରକାଶ ପାଇଛି । ସ୍ଥିତି ଉପରେ କଡା ନଜର ରଖାଯାଇଥିବା ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ସୂଚନା ଦେଇଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓ ସ୍ଥାନୀୟ ଜିଲ୍ଲା ପ୍ରଶାସନକୁ ହାଇଆଲର୍ଟରେ ରଖାଯାଇଛି । ସନ୍ଦେହଜନକ ମୃତ୍ୟୁ ମାମଲା ସାମ୍ନାକୁ ଆସିଥିବା କେଜିକୋଡେ ଜିଲ୍ଲାରେ ସ୍ବାସ୍ଥ୍ୟ ବିଭାଗ ଓ ସ୍ଥାନୀୟ ପ୍ରଶାସନ କଡା ନଜର ରଖିଛି । କୌଣସି ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଆଇସୋଲେସନ ଓ ଟେଷ୍ଟିଂ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।

କୋଜିକୋଡେ ଜିଲ୍ଲାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଦୁଇ ସନ୍ଦିଗ୍ଧଙ୍କ ମୃତ୍ୟୁ ହୋଇଥିଲା । ଉଭୟ ମୃତକ ନିପା ଭୂତାଣୁରେ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି । ହେଲେ ଡାକ୍ତରୀ ଭାବେ ଏହା ନିପା ଭୂତାଣୁ ବୋଲି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି । ମୃତକଙ୍କ ନମୂନା ସଂଗ୍ରହ କରାଯାଇ ପୁଣେ ସ୍ଥିତ ଭାଇରୋଲୋଜି ସଂସ୍ଥାନକୁ ପଠାଯାଇଛି । ଆଜି ସଂଧ୍ୟା ସୁଦ୍ଧା ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ନିପା ଭୂତାଣୁ କିମ୍ବା ଅନ୍ୟ କିଛି ତାହା ସ୍ପଷ୍ଟ ହେବ । ହେଲେ ନିପା ସଂକ୍ରମଣ ମୃତ୍ୟୁ ସନ୍ଦେହ ସୃଷ୍ଟି ହେବା ପରେ ରାଜ୍ୟରେ ଚିନ୍ତା ବଢିଛି ।

ଆଜି ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ସୋସିଆଲ ମିଡିଆରେ ଏକ ଭିଡିଓ ବାର୍ତ୍ତା ପୋଷ୍ଟ କରିଛନ୍ତି । ଏହି ଘଟଣାରେ ଆତଙ୍କିତ ହେବାର କାରଣ ନାହିଁ । ମୃତକଙ୍କ ସହ ଯେଉଁମାନେ ସଂସ୍ପର୍ଷରେ ଥିଲେ, ସେମାନଙ୍କୁ ଆଇସୋଲେସନରେ ରଖାଯାଇ ଚିକିତ୍ସା କରାଯାଉଛି । ଏପରି ସମୟରେ ସତର୍କ ରହିବାର ଆବଶ୍ୟକତା ରହିଛି । ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏକ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛନ୍ତି । ସମସ୍ତେ ଏହି ନିୟମ ପାଳନ କରି ସରକାରଙ୍କୁ ସହଯୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତାରେ ନିବେଦନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :-Nipah Virus: କୋଜିକୋଡରେ 2ଜଣଙ୍କ ମୃତ୍ୟୁ ପରେ ସ୍ବାସ୍ଥ୍ୟ ବିଭାଗ ଆଲର୍ଟ, ଲକ୍ଷଣ ଦେଖି ଚିହ୍ନନ୍ତୁ ରୋଗ

ଆଜି ପୂର୍ବାହ୍ନରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଗର୍ଗ କୋଜିକୋଡେରେ ପହଞ୍ଚି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ପ୍ରଶାସନ ସହ ଆଲୋଚନା କରିଛନ୍ତି । ପୂର୍ତ୍ତ ବିଭାଗ ମନ୍ତ୍ରୀ ମଧ୍ୟ କୋଜିକୋଡେ ଗସ୍ତ କରି ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରି ସ୍ଥିତି ସମୀକ୍ଷା କରିଛନ୍ତି । ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିଜୟନ ମଧ୍ୟ ଏକ ଭିଡିଓ ବାର୍ତ୍ତା ଜାରି କରି ଭୟଭୀତ ନହୋଇ ସତର୍କ ରହିବା ସହ ସରକାରଙ୍କୁ ସହଯୋଗ କରିବା ପାଇଁ ରାଜ୍ୟ ତଥା କୋଜିକୋଡେ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.