ETV Bharat / bharat

UDF କ୍ୟାମ୍ପରେ ଯୋଗଦେଲେ କେରଳ ବିଧାୟକ ମଣି କପ୍ପନ

author img

By

Published : Feb 14, 2021, 8:01 PM IST

ଶେଷରେ ସସପେନ୍ସ ଉପରରୁ ପରଦା ଉଠାଇ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ(UDF)ରେ ସାମିଲ ହୋଇଛନ୍ତି ପୂର୍ବତନ ଏନସିପି ନେତା ତଥା ପାଲା ବିଧାୟକ ମଣି କେ କପ୍ପନ । ଶନିବାର ଲେଫ୍ଟ ଡେମୋକ୍ରାଟିକ ଫ୍ରଣ୍ଟରୁ ନିଜର ସମର୍ଥନ ପ୍ରତ୍ୟାହାର କରି ଇସ୍ତଫା ଦେଇଥିଲେ ମଣି । ଅଧିକ ପଢନ୍ତୁ...

UDF କ୍ୟାମ୍ପରେ ଯୋଗଦେଲେ କେରଳ ବିଧାୟକ ମଣି କପ୍ପନ
UDF କ୍ୟାମ୍ପରେ ଯୋଗଦେଲେ କେରଳ ବିଧାୟକ ମଣି କପ୍ପନ

ଥିରୁଅନନ୍ତପୁରମ: କେରଳର ପାଲା ବିଧାନସଭା ଆସନରେ ସୃଷ୍ଟି ହୋଇଥିବା ରାଜନୈତିକ ଡ୍ରାମାରେ ପଡିଛି ପୂର୍ଣ୍ଣଛେଦ । ଶେଷରେ ସସପେନ୍ସ ଉପରରୁ ପରଦା ଉଠାଇ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ(UDF)ରେ ସାମିଲ ହୋଇଛନ୍ତି ପୂର୍ବତନ ଏନସିପି ନେତା ତଥା ପାଲା ବିଧାୟକ ମଣି କେ କପ୍ପନ । ଶନିବାର ଲେଫ୍ଟ ଡେମୋକ୍ରାଟିକ ଫ୍ରଣ୍ଟରୁ ନିଜର ସମର୍ଥନ ପ୍ରତ୍ୟାହାର କରି ଇସ୍ତଫା ଦେଇଥିଲେ ମଣି ।

ରବିବାର ପାଲା ସହରର ରାସ୍ତାରେ ଏକ ବିଶାଳ ରୋଡ୍ ଶୋ ପରେ କପ୍ପନ ବିରୋଧୀଦଳର ନେତା ରମେଶ ଚେନ୍ନାଇଥାଲାଙ୍କ ନେତୃତ୍ୱରେ ଆୟୋଜିତ ଐଶ୍ବର୍ଯ୍ୟ କେରଳ ଯାତ୍ରାରେ ପହଞ୍ଚି ତାଙ୍କ ଅଭିବାଦନ ଗ୍ରହଣ କରାଯାଇଥିଲା। ରମେଶଙ୍କ ବ୍ୟତୀତ ଓମେନ ଚାନ୍ଦି, ପି ଜେ ଜୋସେଫ୍ ଏବଂ ପିକେ କୁହ୍ନାଲିକୁଟ୍ଟି ମଧ୍ୟ ଏଠାରେ ଉପସ୍ଥିତ ଥିଲେ ।

ଏହି ଅବସରରେ କପ୍ପନ ପାଲାର ବିଧାୟକ ଥିବା ସମୟରେ ତାଙ୍କୁ ହୃଦୟରୁ ସମର୍ଥନ କରିଥିବାରୁ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଏବଂ ଲେଫ୍ଟ ଡେମୋକ୍ରାଟିକ ଫ୍ରଣ୍ଟ (LDF)କୁ କୃତଜ୍ଞତା ଜଣାଇଛନ୍ତି। ଗତ 16 ମାସ ମଧ୍ୟରେ ପାଲାରେ କାର୍ଯ୍ୟକାରୀ ହୋଇଥିବା 462 କୋଟି ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ସେ ତାଲିକା ଦେଇଛନ୍ତି ।

ଏହାପୂର୍ବରୁ କପ୍ପନ ଏବଂ ଏନସିପିର କିଛି ରାଜ୍ୟ ସ୍ତରୀୟ ନେତା ଦଳର ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ । ଯେଉଁମାନେ କପ୍ପନଙ୍କ ସହ ୟୁଡିଏଫରେ ଯୋଗ ଦେଇଛନ୍ତି ସେମାନଙ୍କ ମଧ୍ୟରେ ଦଳର କୋଷାଧ୍ୟକ୍ଷ ବାବୁ କାର୍ତ୍ତିକେୟାନଙ୍କ ସମେତ ଏନସିପି ରାଜ୍ୟ ସଚିବ ସଲିମ ପି ମୈଥୁ ଏବଂ ବାବୁ ଥୋମାସ ମଧ୍ୟ ସାମିଲ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.