ETV Bharat / bharat

ସମ୍ବିଧାନ ସମ୍ପର୍କରେ ବିବାଦୀୟ ବୟାନ, ଇସ୍ତଫା ଦେଲେ କେରଳ ସଂସ୍କୃତି ମନ୍ତ୍ରୀ - କେରଳ ମନ୍ତ୍ରୀ ସାଜି ଚେରିୟନ

ସମ୍ବିଧାନ ବିରୁଦ୍ଧରେ ବିବାଦୀୟ ବୟାନ ଦେବା ପରେ ଇସ୍ତଫା ଦେଲେ କେରଳ ସଂସ୍କୃତି ମନ୍ତ୍ରୀ ସାଜି ଚେରିୟନ । ଏପଟେ ଚେରିୟନଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ସିପିଆଇଏମ୍ ମହାସଚିବ ସିତାରାମ ୟେଚୁରୀ କହିଛନ୍ତି, ଦଳ ତାଙ୍କ ବୟାନକୁ ସମର୍ଥନ କରୁନି । ଅଧିକ ପଢନ୍ତୁ

ସମ୍ବିଧାନ ସମ୍ପର୍କରେ ବିବାଦୀୟ ବୟାନ ପରେ ଇସ୍ତଫା ଦେଲେ କେରଳ ସଂସ୍କୃତି ମନ୍ତ୍ରୀ

author img

By

Published : Jul 6, 2022, 7:20 PM IST

ଥିରୁଅନନ୍ତପୁରମ: ଭାରତୀୟ ସମ୍ବିଧାନ ବିରୁଦ୍ଧରେ ଆପତ୍ତିଜନକ ବୟାନ ଦେବାର ଦିନକ ପରେ ଇସ୍ତଫା ଦେଲେ କେରଳ ମନ୍ତ୍ରୀ ସାଜି ଚେରିୟନ (Kerala Minister Saji Cheriyan resigns) । ଆଜି(ବୁଧବାର) ଚେରିୟନ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସେ କେରଳ ସରକାରରେ ମତ୍ସ୍ୟପାଳନ ଏବଂ ସଂସ୍କୃତି ମନ୍ତ୍ରୀ ଥିଲେ । ଚେରିୟାନ ଭାରତୀୟ ସମ୍ବିଧାନକୁ ନେଇ ବିବାଦୀୟ ବୟାନ ଦେଇଥିଲେ ।

ମାଲ୍ଲାପ୍ପଲ୍ଲୀ ଜିଲ୍ଲାର ଏକ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସାଜି ଚେରିୟନ କହିଥିଲେ ଯେ, ''ଭାରତୀୟ ସମ୍ବିଧାନ ଶୋଷଣକୁ ଅନୁମତି ଦେଉଛି । ଦେଶବାସୀଙ୍କୁ ଲୁଟିବା ପାଇଁ ଏହାର ବ୍ୟବହାର କରାଯାଉଛି ଏବଂ ବ୍ରିଟିଶ ଏହି ସମ୍ବିଧାନକୁ ପ୍ରସ୍ତୁତ କରିଛନ୍ତି ।''

ସଂସ୍କୃତି ମନ୍ତ୍ରୀଙ୍କ ଏପରି ବିବାଦୀୟ ବୟାନ ପରେ କଂଗ୍ରେସ ସହ ଅନ୍ୟ ବିରୋଧୀ ଦଳ ତାଙ୍କୁ ଘେରିଥିଲେ ଏବଂ ତାଙ୍କ ଇସ୍ତଫା ଦାବିରେ ଅଡି ବସିଥିଲେ । ଏହାରି ମଧ୍ୟରେ ଆଜି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଚେରିୟନ ନିଜ ଇସ୍ତଫା ସମ୍ପର୍କରେ ଘୋଷଣା କରିଛନ୍ତି । ସେ ନିଜର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ନିକଟକୁ ପଠାଇଛନ୍ତି ।

ଏପଟେ ଚେରିୟନଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ସିପିଆଇଏମ୍ ମହାସଚିବ ସିତାରାମ ୟେଚୁରୀ କହିଛନ୍ତି, ଦଳ ତାଙ୍କ ବୟାନକୁ ସମର୍ଥନ କରୁନି । ଏହାତାଙ୍କ ବ୍ୟକ୍ତିଗତ ମନ୍ତବ୍ୟ । ତେବେ ଦଳ ପକ୍ଷରୁ ଏନେଇ ବିଚାରବିମର୍ଶ ଜାରିରହିଛି । ଉଚିତ ପଦକ୍ଷେପ ଗ୍ରହଣ କରାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.