ETV Bharat / bharat

ଲିଭ୍‌ ଇନ୍‌ରେ ରହୁଥିବା ମହିଳା କରିପାରିବେ ଘରୋଇ ହିଂସାର ଅଭିଯୋଗ: କେରଳ ହାଇକୋର୍ଟ

author img

By

Published : Aug 16, 2023, 7:57 AM IST

ଲିଭ୍‌ ଇନ୍‌ରେ ରହୁଥିବା ମହିଳାମାନେ ଘରୋଇ ହିଂସା ଅଧୀନିୟମ ଅନୁଯାୟୀ ମାମଲା ରୁଜୁ କରିପାରିବେ ।ରାୟ ଦେଲେ କେରଳ ହାଇକୋର୍ଟ । ଅଧିକ ପଢ଼ନ୍ତୁ

କେରଳ ହାଇକୋର୍ଟଙ୍କ ରାୟ
କେରଳ ହାଇକୋର୍ଟଙ୍କ ରାୟ

ଥିରୁଅନନ୍ତପୁରମ: ଲିଭ୍‌ ଇନ୍‌ ରିଲେସନସିପକୁ ନେଇ କେରଳ ହାଇକୋର୍ଟଙ୍କ ବଡ଼ ରାୟ । ଲିଭ୍‌ ଇନ୍‌ରେ ରହୁଥିବା ମହିଳାମାନେ ଘରୋଇ ହିଂସା ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରିପାରିବେ । ଜଷ୍ଟିସ୍‌ ଅନିଲ କେ ନରେନ୍ଦ୍ରନ ଏବଂ ପିଜି ଅଜିତ କୁମାରଙ୍କୁ ନେଇ ଗଠିତ ଏକ ଡିଭିଜ୍‌ନାଲ ବେଞ୍ଚର ନିଷ୍ପତ୍ତି ଅନୁଯାୟୀ, ଲିଭ୍‌ ଇନ୍‌ ରିଲେସନସିପରେ ରହିବା ସମୟରେ ଯଦି କୌଣସି ମହିଳା ପୁରୁଷମାନଙ୍କ ଦ୍ବାରା ନିର୍ଯ୍ୟାତିତ ହୁଅନ୍ତି ତେବେ ମହିଳା ଘରୋଇ ହିଂସା ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେଇପାରିବେ ।

ତେବେ ବିବାହ ହେଉ କିମ୍ବା ନହେଉ, ପାରସ୍ପରିକ ସହମତି ଅନୁଯାୟୀ ଯଦି ଉଭୟ ଲିଭ୍‌ ଇନ୍‌ ରିଲେସନସିପରେ ରହିବା ସମୟରେ ମହିଳା ପାର୍ଟନର ପୁରୁଷ ପାର୍ଟନର ଦ୍ବାରା ନିର୍ଯାତନାର ଶିକାର ହୁଅନ୍ତି ତେବେ ଏହା ଘରୋଇ ହିଂସା ଆଇନ ପରିସରକୁ ଆସିବ । ଏହାସହ ଯଦି ଜଣେ ମହିଳା ବିବାହ ଭଳି ସମାନ ସମ୍ପର୍କ ରଖିଥାନ୍ତି ତେବେ ସେ ଘରୋଇ ହିଂସା ଆଇନ ଧାରା 12 ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ।

ଏହା ମଧ୍ୟ ପଢ଼ନ୍ତୁ...ବିବାହ ସାର୍ଟଫିକେଟକୁ ନକଲି କହିଲେ ଛାଡ଼ପତ୍ର ଆବେଦନକାରୀ ସ୍ବାମୀ, ଗଣିବେ 25000 ତଣ୍ଡ

ତେବେ ପୂର୍ବରୁ ହାଇକୋର୍ଟଙ୍କ ରାୟ ଅନୁସାରେ ଲିଭ୍‌ ଇନ୍‌ ରିଲେସନସିପରେ ରହୁଥିବା ପାର୍ଟନର ଆଇନଗତ ଛାଡପତ୍ର ନେଇପାରିବେ ନାହିଁ । କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଲିଭ୍‌ ଇନ୍‌ ରିଲେସନସିପ ଆଇନ ସ୍ବୀକୃତିପ୍ରାପ୍ତ ନୁହେଁ ଏବଂ ସେମାନଙ୍କ ଭିତରେ ଛାଡ଼ପତ୍ର ହୋଇପାରିବ ନାହିଁ । ଏହାସହ ଦୁଇଜଣ ଏକାଠି ରହିବାକୁ ବିବାହ ସମ୍ପର୍କ ଭାବରେ ଗ୍ରହଣ କରାଯିବନାହିଁ । ଜଷ୍ଟିସ୍‌ ସୋଫେଇ ଥୋମାସ ଏବଂ ମହମ୍ମଦ ମୁସ୍ତାକଙ୍କୁ ନେଇ ଗଠିତ ଡିଭିଜ୍‌ନାଲ ବେଞ୍ଚ ଅନୁସାରେ ସ୍ବତନ୍ତ୍ର ବିବାହ କିମ୍ବା ଆଇନ ଅନୁଯାୟୀ ହୋଇଥିବା ବିବାହ ଆଇନ ଦ୍ବାରା ବୈଧ ଅଟେ ।

ତେବେ 2006ରୁ ଲିଭ୍‌ ଇନ୍‌ ରିଲେସନସିପରେ ରହୁଥିବା ଦୁଇଜଣ ପାର୍ଟନର ସେମାନଙ୍କ ସହମତି କ୍ରମେ ଛାଡ଼ପତ୍ର ନେବା ପାଇଁ ଇର୍ନାକୁଲମ ଫ୍ୟାମିଲ କୋର୍ଟରେ ଆବେଦନ କରିଥିଲେ । ଏହି ଦମ୍ପତି ଆଇନଗତ ଭାବରେ ବିବାହିତ ନୁହଁନ୍ତି ବୋଲି ଦର୍ଶାଇ ଫ୍ୟାମିଲ କୋର୍ଟ ଛାଡ଼ପତ୍ର ଦେବାକୁ ମନା କରିଦେଇଥିଲେ । ପରେ ସେମାନେ ହାଇକୋର୍ଟରେ ଏ ସମ୍ପର୍କରେ ଆବେଦନ କରିଥିଲେ । ହାଇକୋର୍ଟ ଆଇନ ସମ୍ମତିରେ ହୋଇଥିବା ବିବାହରେ କେବଳ ଛାଡ଼ପତ୍ର ହୋଇପାରିବ ଦର୍ଶାଇ ଛାଡ଼ପତ୍ର ପାଇଁ ହୋଇଥିବା ଆବେଦନକୁ ଖାରଜ କରିଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.