ETV Bharat / bharat

'କେରଳ ସରକାର ରାଜ୍ୟର ସମସ୍ତ ବଜେଟକୁ KIIFBକୁ ଦେଇଛନ୍ତି'

author img

By

Published : Mar 1, 2021, 7:18 AM IST

କେରଳ ସରକାର ରାଜ୍ୟର ସମସ୍ତ ବଜେଟକୁ ଏକମାତ୍ର ସଂସ୍ଥା KIIFBକୁ ଦେଇଛନ୍ତି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଅଧିକ ପଢନ୍ତୁ...

'କେରଳ ସରକାର ରାଜ୍ୟର ସମସ୍ତ ବଜେଟକୁ KIIFBକୁ ଦେଇଛନ୍ତି'
'କେରଳ ସରକାର ରାଜ୍ୟର ସମସ୍ତ ବଜେଟକୁ KIIFBକୁ ଦେଇଛନ୍ତି'

ଥିରୁଅନନ୍ତପୁରମ: ରାଜ୍ୟ ବଜେଟକୁ ନେଇ କେରଳ ସରକାର ପିନାରାୟୀ ବିଜୟାନଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ରାଜ୍ୟ ସରକାର ଚଳିତ ବର୍ଷର ସମସ୍ତ ବଜେଟକୁ କେରଳ ଭିତ୍ତିଭୂମି ବିନିଯୋଗ ପାଣ୍ଠି ବୋର୍ଡ(KIIFB)କୁ ଦେଇଛନ୍ତି ବୋଲି ନିର୍ମଳା କହିଛନ୍ତି ।

ଏହି ଘଟଣାରେ ନିର୍ମଳା କହିଛନ୍ତି ଯେ କେରଳରେ ରାଜ୍ୟ ବଜେଟ ଉପସ୍ଥାପନା ହୋଇଛି । ତେବେ ରାଜ୍ୟ ସରକାର ସମସ୍ତ ବଜେଟକୁ ଗୋଟିଏ ମାତ୍ର ସଂଗଠନ କେରଳ ଭିତ୍ତିଭୂମି ବିନିଯୋଗ ପାଣ୍ଠି ବୋର୍ଡ(KIIFB)କୁ ଦେଇଛନ୍ତି । ତେବେ ଏହି ରାଜ୍ୟ ସରକାର କେଉଁ ପ୍ରକାରର ବଜେଟ ପ୍ରସ୍ତୁତ କରୁଥିଲେ ବୋଲି ଅର୍ଥମନ୍ତ୍ରୀ କୋଚିରେ ବିଜୟ ଯାତ୍ରା ସମସୟରେ ଅଭିଯୋଗ ଆଣିଛନ୍ତି । କେନ୍ଦ୍ର ବଜେଟ କୌଣସି ଏକ ସଂଗଠନକୁ ବଜେଟର ସମସ୍ତ ଅର୍ଥ ଦେବ ନାହିଁ ବୋଲି ସେ କହିଛନ୍ତି ।

କେନ୍ଦ୍ର ସରକାର ବଜେଟ ପ୍ରସ୍ତୁତ କରିଥାନ୍ତି । କିନ୍ତୁ ଦେଶର ଏକମାତ୍ର ସଂସ୍ଥାକୁ ସମସ୍ତ ବଜେଟ କେନ୍ଦ୍ର ସରକାର ଦେଇନଥାନ୍ତି । କେରଳ ସରକାରଙ୍କ ଏହି ବଜେଟକୁ ନିୟନ୍ତ୍ରକ ଓ ଅଡିଟର ସମାଲୋଚନା କରିଛନ୍ତି । କେରଳ ସରକାର ଯଦି ଏହିଭଳି ବଜେଟ ପ୍ରସ୍ତୁତ କରିବେ ତେବେ ସେ ଋଣ ଜାଲରେ ପଡିବେ ବୋଲି କହିଛନ୍ତି । ଏଭଳି ବଜେଟ ଏକ ପ୍ରକାର ଦୁର୍ନୀତି ବୋଲି ସେ ଅଭିଯୋଗ ଆଣିଛନ୍ତି । କେରଳର ଆଇନ ଏବଂ ଶୃଙ୍ଖଳା ଉପରେ ମନ୍ତବ୍ୟ ଦେଇ ନିର୍ମଳା କହିଛନ୍ତି ଯେ ଏହି ରାଜ୍ୟରେ ଯାହା ଘଟୁଛି ତାହା ଏକ ବଡ ଚିନ୍ତାର କାରଣ ପାଲଟିଛି । ଏଠାରେ ଯାହା ଘଟୁଛି ତାହା ଏହି ସୌନ୍ଦର୍ଯ୍ୟପୂର୍ଣ୍ଣ ଓ ଶାନ୍ତିପୂର୍ଣ୍ଣ ରାଜ୍ୟର ବିପକ୍ଷରେ ଯାଉଛି ବୋଲି ସେ କହିଛନ୍ତି ।

ଅର୍ଥମନ୍ତ୍ରୀ କେରଳ ରାଜ୍ୟକୁ ଭଗବାନଙ୍କ ନିଜସ୍ବ ଦେଶ ବୋଲି କହିଛନ୍ତି । ତେବେ ଏହି ରାଜ୍ୟର ସଂସ୍କୃତି ହିଂସା ଦିଗକୁ ଗତି କରୁଛି । ଏହା ବହୁତ ବର୍ଷ ଧରି ଚାଲି ଆସୁଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ ଗୁରୁତ୍ବାରୋପ କରିନାହାନ୍ତି ବୋଲି ସେ ରାଜ୍ୟ ସରକାରଙ୍କ ଉପରେ ଅଭିଯୋଗ ଆଣିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.