ETV Bharat / bharat

କେରଳରେ ବର୍ଷା ବିତ୍ପାତ: ମୃତ୍ୟୁ ସଂଖ୍ୟା 10କୁ ବୃଦ୍ଧି, ଅନେକ ନିଖୋଜ - କେରଳରେ ବର୍ଷା ବିତ୍ପାତ'

ପ୍ରବଳ ବର୍ଷାରେ ବେହାଲ କେରଳ । ବର୍ତ୍ତମାନ ସୁଦ୍ଧା 10ଜଣଙ୍କ ମୃତ୍ୟୁ, ଅନେକ ନିଖୋଜ । ଆଲର୍ଟ ମୋଡରେ ଦକ୍ଷିଣ ନୌସେନା କମାଣ । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅଧିକ ପଢନ୍ତୁ...

କେରଳରେ ବର୍ଷା ବିତ୍ପାତ: ୬ ମୃତ, ୧୨ ରୁ ଉର୍ଦ୍ଧ୍ବ ନିଖୋଜ

author img

By

Published : Oct 16, 2021, 10:56 PM IST

Updated : Oct 17, 2021, 12:24 PM IST

ଥିରୁଅନନ୍ତପୁରମ: ପ୍ରବଳ ବର୍ଷାରେ ବେହାଲ କେରଳ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ବିତ୍ପାତ ଫଳରେ ବର୍ତ୍ତମାନ ସୁଦ୍ଧା 10ଜଣଙ୍କ ମୃତ୍ୟୁ ହୋଇ ସାରିଥିବାବେଳେ ଅନେକ ଏବେ ମଧ୍ୟ ନିଖୋଜ ଥିବା ସୂଚନା ରହିଛି । ପ୍ରବଳ ବର୍ଷା ଫଳରେ ଦକ୍ଷିଣ ଓ ମଧ୍ୟ କେରଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ କିଛି ସ୍ଥାନରେ ଭୁସ୍ଖଳନ ମଧ୍ୟ ହୋଇଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ଅନେକ ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ସେହିପରି ମାତ୍ରାଧିକ ବର୍ଷା ହେବା ଫଳରେ ରାଜ୍ୟରେ ଥିବା ଡ୍ୟାମ ଗୁଡିକ ମଧ୍ୟ ନିଜ ଜଳଧାରଣ କ୍ଷମତାର ଶୀର୍ଷରେ ପହଞ୍ଚିଛନ୍ତି, ଯାହା ବନ୍ୟା ସ୍ଥିତିର ଆଶଙ୍କା ସୃଷ୍ଟି କରିଛି । ପାହାଡ଼ିଆ ଅଞ୍ଚଳରେ ଥିବା ଛୋଟ ସହର ଏବଂ ଗ୍ରାମଗୁଡ଼ିକ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି । ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ଥଇଥାନ କାର୍ଯ୍ୟ ଜାରି ରହିଥିବାବେଳେ ଏବେବି ଅନେକଙ୍କ ପତ୍ତା ମିଳିପାରିନାହିଁ । ଦକ୍ଷିଣ ନାଭାଲ କମାଣ୍ଡକୁ ଆଲର୍ଟ ମୋଡରେ ରଖାଯାଇଛି । ରାଜ୍ୟର ୬ଟି ଜିଲ୍ଲା ପଠାନମୂର୍ତ୍ତି, କୋଟାୟାମ, ଏର୍ନାକୁଲମ୍, ଇଡୁକି, ପାଲକ୍କଡ ଏବଂ ଥ୍ରୀସୁରରେ ପ୍ରବଳ ବର୍ଷା ହୋଇଥିବାବେଳେ ଏହି ସବୁ ଜିଲ୍ଲା ପାଇଁ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ସେହିପରି ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏକ ଉଚ୍ଚ ସ୍ତରୀୟ ବୈଠକ ଡାକି ଉଦ୍ଧାର ଓ ରିଲିଫ କାର୍ଯ୍ୟର ସମୀକ୍ଷା ମଧ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀ ବିଜୟନ କହିଛନ୍ତି ଯେ, ରାଜ୍ୟରେ ପରିସ୍ଥିତି ଗମ୍ଭୀର ରହିଛି, କିନ୍ତୁ ସଦ୍ୟତମ ପାଣିପାଗ ରିପୋର୍ଟରେ ଅଧିକ ବର୍ଷା ହେବା ନେଇ କୌଣସି ପୂର୍ବାନୁମାନ ପ୍ରକାଶ କରାଯାଇନାହିଁ, ଯାହା ବର୍ତ୍ତମାନ ଏକ ଆଶ୍ବସ୍ତିକର ଖବର । ସେହିପରି ଅକ୍ଟୋବର 18ରୁ ଖୋଲିବାକୁ ଥିବା କଲେଜଗୁଡ଼ିକ ବର୍ତ୍ତମାନ ପରିସ୍ଥିତିରେ ଆଉ ଦୁଇ ଦିନ ବଳମ୍ବ ଅର୍ଥାତ ୨୦ ତାରିଖରେ ଖୋଲିବା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ପ୍ରସିଦ୍ଧ ସାବରୀମାଳା ଯାତ୍ରାକୁ ମଧ୍ୟ ୧୯ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ସରକାର ।

ବର୍ତ୍ତମାନ କେରଳରେ କୋଭିଡ ସଂକ୍ରମଣ ସଂଖ୍ୟା ଓ ହାର ମଧ୍ୟ ଢେର ଅଧିକ ଥିବାବେଳେ ଏପରି ସମୟରେ ସ୍ଥାନାନ୍ତରଣ ଓ ଥଇଥାନ ସରକାରଙ୍କ ପାଇଁ ଏକ ଆହ୍ବାନ ସୃଷ୍ଟି କରିଛି । ତେବେ ଆଶ୍ରୟସ୍ଥଳୀରେ କୋଭିଡ ଗାଇଡଲାଇନକୁ ପାଳନ କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସମ୍ପୃକ୍ତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

@ANI

Last Updated : Oct 17, 2021, 12:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.