ଥିରୁଅନନ୍ତପୁରମ: ଜମ୍ମୁ କାଶ୍ମୀରର ପାଞ୍ଚଜଣ ଚୋରା ବନ୍ଧୁକ କାରବାର ଅଭିଯୋଗରେ ଗିରଫ ହୋଇଛନ୍ତି । ଗତକାଲି(ବୁଧବାର) କେରଳରୁ ଏମାନଙ୍କୁ ଗିରଫ କରିଛି ପୋଲିସ । ଗିରଫ ସମସ୍ତ ଅଭିଯୁକ୍ତ ଏଟିଏମ୍ ରେ ଟଙ୍କା ଭରିବା ସହ ସୁରକ୍ଷାକର୍ମୀ ଭାବେ କାମ କରୁଥିବା ଜଣାପଡିଛି ।
ଗିରଫମାନେ ହେଉଛନ୍ତି ଶୌକତ ଅଲି, ଶକୁର ଅହମ୍ମଦ, ଗୁଲସମାନ, ମୁଶତାକ ହୁସେନ୍ ଏବଂ ମହମ୍ମଦ ଜାଭେଦ୍ । ପୋଲିସର ସୂଚନାନୁସାରେ, ଗିରଫ ବ୍ୟକ୍ତିମାନେ ଗତ ଏକ ବର୍ଷ ଧରି ମହାରାଷ୍ଟ୍ରର ଏକ ଏଜେନ୍ସି ଦ୍ୱାରା ଏଟିଏମ୍ କ୍ୟାସ୍ ଫିଲିଂ ଏଜେନ୍ସିରେ ନିଯୁକ୍ତି ପାଇବା ପରେ କେରଳରେ କାର୍ଯ୍ୟ କରିଆସୁଥିଲେ ।
ଏଟିଏମରେ ଟଙ୍କା ଭରିବାକୁ ଯାଉଥିବା ସମୟରେ ସେମାନଙ୍କ ପାଖରେ ଡବଲ ବ୍ୟାରେଲ ବନ୍ଧୁକ ରଖିଥିଲେ, ଯାହାର ଲାଇସେନ୍ସ ଏବଂ ରେକର୍ଡ ନଥିଲା । ଏହାକୁ ଆଧାର କରି ପୋଲିସ ସେମାନଙ୍କ ଦ୍ୱାରା ବ୍ୟବହୃତ ସମସ୍ତ ପାଞ୍ଚଟି ବନ୍ଧୁକ ଜବତ କରିବା ସହ ସେମାନଙ୍କୁ ଗିରଫ କରିଛି । ଅନ୍ୟପଟେ ପୋଲିସ ଏମାନଙ୍କ ନିକଟରୁ ୨୫ ରାଉଣ୍ଡ ଅଫୁଟା ଗୁଳି ମଧ୍ୟ ଜବତ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ