ETV Bharat / bharat

Kerala: ବିଧାନସଭାରେ UCC ବିରୋଧରେ ସଙ୍କଳ୍ପ ପାରିତ - ଏକକ ନାଗରିକ ସିଂହିତା

ବିଧାନସଭାରେ UCC ବିରୋଧରେ ସଙ୍କଳ୍ପ ପାରିତ କଲା କେରଳ । ମୁଖ୍ୟମନ୍ତ୍ରୀ ବିଜୟନ କହିଲେ ଏହା ସଂଘ ପରିବାରର କଳ୍ପନା ଓ ଭାରତୀୟ ସମ୍ବିଧାନ ବିରୋଧୀ । ଅଧିକ ପଢନ୍ତୁ

Kerala: ବିଧାନସଭାରେ UCC ବିରୋଧରେ ସଙ୍କଳ୍ପ ପାରିତ

author img

By

Published : Aug 8, 2023, 9:01 PM IST

ଥିରୁଅନନ୍ତପୁରମ: କେନ୍ଦ୍ର ସରକାର ଦେଶରେ ଏକକ ନାଗରିକ ସଂହିତା (UCC)କୁ କାର୍ଯ୍ୟକାରୀ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିସାରିଛି । ତେବେ ଏହାକୁ କେରଳ ସରକାର ବିରୋଧ କରିବ । ଦେଶରେ ଏହି ଆଇନକୁ ଲାଗୁ ନକରିବା ପାଇଁ ଆଜି (ମଙ୍ଗଳବାର) କେରଳ ବିଧାନସଭାରେ ଏକ ସଙ୍କଳ୍ପ ପାରିତ ହୋଇଛି ।

ଆଜି (ମଙ୍ଗଳବାର) କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ନାଗରିକ ଏକକ ସଂହିତା (ୟୁସିସି) ବିରୋଧରେ ଗୃହରେ ଏକ ସଂକଳ୍ପ ଆଗତ କରିଥିଲେ । ଏହାକୁ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ଏକପାଖିଆ କାର୍ଯ୍ୟ ବୋଲି ମଧ୍ୟ ସେ କହିଥିଲେ । ମୁଖ୍ୟମନ୍ତ୍ରୀ ବିଜୟନ ଯୁକ୍ତି ରଖିଥିଲେ ଯେ, ଏହି ଅବଧାରଣା ସଙ୍ଘ ପରିବାର ବିଚାରରୁ ଆସିଛି । ଏହା ସାମ୍ବିଧାନିକ ନୁହେଁ, ବରଂ ହିନ୍ଦୁ ବିଚାର 'ମନୁସ୍ମୃତି' ଉପରେ ଆଧାରିତ । ୟୁସିସି କାର୍ଯ୍ୟକାରୀ କରିବାକୁ କେନ୍ଦ୍ରର ପଦକ୍ଷେପ ନେଇ କେରଳ ବିଧାନସଭା ଚିନ୍ତିତ ଏବଂ ନିରାଶ ହୋଇଛି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଏକପାଖିଆ ଏବଂ ତରବରିଆ ପଦକ୍ଷେପ ବୋଲି କହିଥିଲେ ବିଜୟନ ।

ବିଜୟନ ଆହୁରି ମଧ୍ୟ କହିଥିଲେ, ଭାରତୀୟ ସମ୍ବିଧାନ ଧାର୍ମିକ ସ୍ୱାଧୀନତାକୁ ସୁନିଶ୍ଚିତ କରେ । ସମ୍ବିଧାନର ଧାରା 25 ଅନୁଯାୟୀ ଧାର୍ମିକ ସ୍ୱାଧୀନତା ନିଶ୍ଚିତ ହୋଇଛି । ସମ୍ବିଧାନର ଧାରା 44 ଅନୁସାରେ କେବଳ ୟୁନିଫର୍ମ ସିଭିଲ କୋଡ କାର୍ଯ୍ୟକାରୀ କରିବାକୁ ସରକାର ପ୍ରୟାସ କରିପାରନ୍ତି । ଏହା ଲୋକଙ୍କ ମଧ୍ୟରେ ସହମତି ଭିତ୍ତିରେ ଆଲୋଚନା ମାଧ୍ୟମରେ ଗ୍ରହଣ କାରଯାଇପାରେ । ଏପରି ପ୍ରକ୍ରିୟା ଅନୁସରଣ କରି ଏହାକୁ କାର୍ଯ୍ୟକାରୀ କରିବା ନେଇ କେନ୍ଦ୍ର ସରକାରଙ୍କ ଉଦ୍ୟମ ଚିନ୍ତଜନକ ।

ଏହା ମଧ୍ୟ ପଢନ୍ତୁ:-Uniform Civil Code: ପ୍ରଧାନମନ୍ତ୍ରୀଙ୍କ ସ୍ପଷ୍ଟ ସଙ୍କେତ, ଦୁଇଟି ଆଇନରେ ଦେଶ ଚାଲିପାରିବ ନାହିଁ

କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଣ୍ଟ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (UDF) ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛି । ଏହା ସହିତ UDF ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ ଉପସ୍ଥାପିତ ହେବା ପରେ UCC ରେ ଅନେକ ସଂଶୋଧନ ଏବଂ ପରିବର୍ତ୍ତନର ଆବଶ୍ୟକତା ଥିବା କହିଥିଲା । ଏହା ପୂର୍ବରୁ ଉତ୍ତର-ପୂର୍ବରେ ମିଜୋରାମ ମଧ୍ୟ ଏହି ଆଇନକୁ ଦେଶରେ ଲାଗୁ ନକରିବା ପାଇଁ ଏକ ସଙ୍କଳ୍ପ ପାରିତ କରିସାରିଛି । ତେବେ ଏହାରି ମଧ୍ୟରେ କେନ୍ଦ୍ର ସରକାର ଏହାକୁ ନିକଟ ଭବିଷ୍ୟତରେ ଲାଗୁ କରିବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ମଧ୍ୟ ପ୍ରଦେଶରେ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର କାର୍ଯ୍ୟକାରିତା ନିହାତି ଆବଶ୍ୟକ ବୋଲି କହିସାରିଛନ୍ତି । ଦେଶରେ ଦୁଇଟି ଆଇନ ଚାଲି ପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.