ETV Bharat / bharat

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କେଜ୍ରିଓ୍ବାଲଙ୍କ ଚିଠି, ମେ’ ରୁ ଜୁଲାଇ ମଧ୍ୟରେ ଦିଲ୍ଲୀକୁ ଆବଶ୍ୟକ ମାସିକ 60 ଲକ୍ଷ ଡୋଜ

author img

By

Published : May 9, 2021, 9:15 PM IST

କୋରୋନା ଭ୍ୟାକକ୍ସିନକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଅଧିକ ପଢନ୍ତୁ...

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କେଜ୍ରୀଓ୍ବାଲଙ୍କ ଚିଠି, ମେ ରୁ ଜୁଲାଇ ମଧ୍ୟରେ ଦିଲ୍ଲୀକୁ ଆବଶ୍ୟକ ମାସିକ 60 ଲକ୍ଷ ଡୋଜ

ନୂଆଦିଲ୍ଲୀ: କୋରୋନା ଭ୍ୟାକକ୍ସିନକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଦିଲ୍ଲୀରେ କୋଭିଡ ସଙ୍କଟ ଶୀର୍ଷରେ ପହଞ୍ଚି ଥିବାବେଳେ ମେ‘ ରୁ ଜୁଲାଇ ମଧ୍ୟରେ ପ୍ରତ୍ୟକ ମାସ 60 ଲକ୍ଷ ଭ୍ୟାକ୍ସିନ ଯୋଗାଇବା ପାଇଁ ଦାବି କରିଥିବା ଜଣାପଡିଛି । ଦୁଇ ସ୍ବଦେଶୀ ଟିକା ଉତ୍ପାଦନକାରୀ ସଂସ୍ଥା ଭାରତ ବାୟୋଟେକ ଓ ସେରମ ପକ୍ଷରୁ ଏହି ଟିକା ଯୋଗାଇବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପଦକ୍ଷେପ ହାତକୁ ନେଉ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ।

ଏହା ସହ ରାଜ୍ୟମାନଙ୍କୁ ମଧ୍ୟ କୋରୋନା ମୁକାବିଲା ନେଇ ନିଜର ମେକାନିଜିମ ଆରମ୍ଭ କରିବାକୁ ଅନୁମତି ଦେବାପାଇଁ ସେ ଚିଠିରେ ଉଲ୍ଲେଖ କରିଥିବା ସୂଚନା ରହିଛି । ଦିଲ୍ଲୀରେ କେବଳ 18 ରୁ 45 ବର୍ଷ ବୟସ ମଧ୍ୟରେ 92 ଲକ୍ଷ ଲୋକ ଅଛନ୍ତି । ତେଣୁ ଏହି ଜନସଂଖ୍ୟାକୁ ଦୃଷ୍ଟିରେ ରଖି ମେ‘ ରୁ ଜୁଲାଇ ଦୁଇ 3 ମାସ ଭ୍ୟାକ୍ସିନର ପରିମାଣର ବଢାଇବା ସହ ପ୍ରତି ମାସ ପ୍ରାୟ 60 ଲକ୍ଷ ଡୋଜ ଯୋଗାଣ ପାଇଁ ଉକ୍ତ ଉତ୍ପାଦନକାରୀ ସଂସ୍ଥାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଉ ବୋଲି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ।

ଦିଲ୍ଲୀର ବର୍ତ୍ତମାନ ଲୋକସଂଖ୍ୟା ଅନୁସାରେ 18-45 ବର୍ଷ ଓ ଏହାର ଉର୍ଦ୍ଧ୍ବ ବୟସ୍କ ବର୍ଗଙ୍କୁ ମିଶାଇ ଆବଶ୍ୟକ ହେଉଥିବା ଟିକାର ପରିମାଣ ପ୍ରାୟ 83 ଲକ୍ଷ ଡୋଜ ବୋଲି କେଜ୍ରିଓ୍ବାଲ କହିଛନ୍ତି । ସେହିପରି ଦିଲ୍ଲୀରେ ବର୍ତ୍ତମାନ ପ୍ରତିଦିନ ପ୍ରାୟ 1 ଲକ୍ଷ ଲୋକଙ୍କୁ ଟିକା ପ୍ରଦାନ ଜାରି ରହିଛି । ତେଣୁ ବର୍ତ୍ତମାନ ସମୟରେ ଦିଲ୍ଲୀକୁ ଟିକାର ଯୋଗାଣ ନିହାତି ଆବଶ୍ୟକ । କେନ୍ଦ୍ର ସରକାର ଏହା ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା ରହିଥିବା କେଜ୍ରିଓ୍ବାଲ ଚିଠିରେ ଉଲ୍ଲେଖ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.