ETV Bharat / bharat

Kejriwal Bungalow Controversy: ବିଜେପିର ଅଭିଯୋଗ, 'ସିସ୍‌ ମହଲ ପାଇଁ ୨୨ଟି TV କିଣିଥିଲେ କେଜ୍ରିୱାଲ'

author img

By

Published : Apr 28, 2023, 8:06 PM IST

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ନିଜ ଘର ଲାଗି ୨୨ଟି ଟିଭି କିଣି ଜନତାଙ୍କ ଅର୍ଥକୁ ବରବାଦ କରୁଥିବା ଅଭିଯୋଗ କରିଛନ୍ତି ବିଜେପି ନେତା ହରିଶ ଖୁରାନା । ଅଧିକ ପଢନ୍ତୁ

Kejriwal Bungalow Controversy
Kejriwal Bungalow Controversy

ନୂଆଦିଲ୍ଲୀ: ନୂଆ ବିବାଦରେ ଫସିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ ନିଜ ବାସଭବନ ମରାମତି କରିବାକୁ ନେଇ ବିପୁଳ ଅର୍ଥ ଖର୍ଚ୍ଚ କରୁଥିବା ବିରୋଧୀ ଅଭିଯୋଗ ଆଣିଛନ୍ତି । କେଜ୍ରିୱାଲ ନିଜ ବିଳାସମୟ ବାସଭବନ ସିସ୍‌ ମହଲ ପାଇଁ ୨୨ଟି ଟେଲିଭିଜିନ କିଣିଥିବା କହିଛନ୍ତି ଦିଲ୍ଲୀ ପ୍ରଦେଶ ବିଜେପି ମୁଖପାତ୍ର ହରିଶ ଖୁରାନା । ତାଙ୍କ କହିବାନୁସାରେ କେଜ୍ରିୱାଲଙ୍କ ଘରେ ପ୍ରାୟ ୧.୪୨ କୋଟି ଟଙ୍କାର ଟିଭି କିଣୁଛନ୍ତି । ତେବେ ସେ କେତେ ଲୋକଙ୍କ କେତେ ଟଙ୍କା ଠକିଛନ୍ତି ଏଥିରୁ ଲୋକ ଜାଣିଯିବେ ବୋଲି କହିଛନ୍ତି ହରିଶ ।

ଏ ନେଇ ହରିଶ କହିଛନ୍ତି, "ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ପ୍ରଥମେ ୮୫ ଇଞ୍ଚର ୧୩ଟି ଟିଭି, ଦ୍ବିତୀୟ ଥର ୫୫ ଇଞ୍ଚର ୫ଟି ଟିଭି, ୩ୟ ଥର ୪୩ ଇଞ୍ଚର ୪ଟି ଟିଭି କିଣିଛନ୍ତି । ଏହି ଟିଭିଗୁଡ଼ିକ ଏକ କୋରିଆନ କମ୍ପାନୀର । ଏ ସମ୍ପର୍କରେ ମୁଁ ବିଶେଷ ସୂତ୍ରରୁ ଖବର ପାଇଛି । ଏହି କୋରିଆନ ଟିଭିର ଦାମ ୩ ଲକ୍ଷ ୨୫ ହଜାର । ହେଲେ କେଜ୍ରିୱାଲ ଗୋଟିଏ ଟିଭିକୁ ୧୦ ଲକ୍ଷ ଟଙ୍କାରେ କିଣିଛନ୍ତି । ଏଥିରୁ ଆପଣ ଜାଣିପାରୁଥିବେ ସେ କେତେ କୋଟି ଠୁଳ କରିଛନ୍ତି । କେଜ୍ରିୱାଲ ଏହାର ଉତ୍ତର ଦିଅନ୍ତୁ । ସେ ସବୁବେଳେ କୁହନ୍ତି ସେ ଜଣେ ସାଦାସିଧା ବ୍ୟକ୍ତି । ୪ଟି କୋଠରୀ ଥିବା ଘରେ ରହିପାରିବେ । ତେବେ ତାଙ୍କ ଘରେ ୨୨ଟି ଟିଭି କଣ କରୁଛି ?"

ଏହା ବି ପଢନ୍ତୁ-Wrestlers protest: ଆଜି ମାମଲା ରୁଜୁ କରିବ ଦିଲ୍ଲୀ ପୋଲିସ

ସେ ଆହୁରି କହିଛନ୍ତି, "ଏହି ଘଟଣାକୁ ଦେଖିଲେ କେଜ୍ରିୱାଲ କୌଣସି ସାଧାରଣ ବ୍ୟକ୍ତି ନୁହେଁ, ବରଂ ଖାସ ଲୋକ ବୋଲି ମନେ ହେଉଛନ୍ତି । କେଜ୍ରିୱାଲ ଲୋକଙ୍କଠାରୁ ଟଙ୍କା ଲୁଟି ଏପରି ଘର ତିଆରି କରୁଛନ୍ତି । ଏତେ ଟଙ୍କା ସେ କେଉଁଠୁ ଆଣିଲେ ତାହାର ଜବାବ ଜନତାକୁ ଦେବାକୁ ପଡ଼ିବ । ଗୋଟିଏ ପରିବାରରେ ମା' ବାପାଙ୍କ ସମେତ ୬ ଜଣ ଲୋକ ଅଛନ୍ତି । ହେଲେ ଘରେ ଲାଗିଛି ୨୨ଟି ଟିଭି । ଏହାକୁ ବିଳାସପୂର୍ଣ୍ଣ ଜୀବନ ତ କହିବ । ଏଭଳି ଅନାବଶ୍ୟକ ଭାବେ କେଜ୍ରିୱାଲଙ୍କୁ ଟଙ୍କା ବ୍ୟୟ କରିବା ଦ୍ବାରା କୌଣସି ଫରକ ପଡୁନାହିଁ । କାରଣ ଏହା ଜନତାଙ୍କ କଷ୍ଟ ଅର୍ଜିତ ଧନ ।"

ଏକ ଭିଡିଓ ଜାରି କରି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତା ହରିଶ ଖୁରାନା । କେଜ୍ରିୱାଲ ଏହି ଘଟଣା ଉପରେ ପ୍ରତିକ୍ରିୟା ରଖନ୍ତୁ ଓ ଲୋକଙ୍କୁ ଏହାର ଜବାବ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି । ସୂଚନା ଥାଉ କି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ନିଜ ଘର ମରାମତି କରୁଛନ୍ତି । ଏହି ବାସଭବନ ନବୀକରଣ ଲାଗି ସେ ଟିଭି କିଣିଥିବା ହରିଶ ଅଭିଯୋଗ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.