ଶରୀରରୁ ଦୂଷିତ, ବର୍ଜ୍ୟବସ୍ତୁ ନିଷ୍କାସନ କରିବା ସହ ଲୋହିତ ରକ୍ତ କଣିକା ଉତ୍ପାଦନରେ ନିୟନ୍ତ୍ରଣ ସହ ସାମଗ୍ରିକ ଭାବେ ଶରୀରକୁ ସୁସ୍ଥ ରଖିବାରେ କିଡନୀର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଆମେ ଆମର ଅନ୍ତଃନଳୀ ପ୍ରତି ଯେମିତି ଧ୍ୟାନ ଦେଉ, କିଡନୀ ପ୍ରତି ବି ସେମିତି ଧ୍ୟାନ ଦେଉ କି ? କିଡନୀ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଆଜି ବିଶ୍ୱ କିଡନୀ ଦିବସ । ଏହି ଅବସରରେ ଆମେ କିଡନୀ ସଂପର୍କରେ ଆଲୋଚନା କରିବା ।
![କିଡନୀ ପ୍ରତି ଦିଅନ୍ତୁ ଧ୍ୟାନ](https://etvbharatimages.akamaized.net/etvbharat/prod-images/10965462_kidny.jpg)
ପ୍ରତିବର୍ଷ ମାର୍ଚ୍ଚ ମାସ ଦ୍ୱିତୀୟ ଗୁରୁବାରରେ ପାଳନ କରାଯାଏ ବିଶ୍ୱ କିଡନୀ ଦିବସ । ଆମ ଶରୀରରେ କିଡନୀର ଗୁରୁତ୍ୱ ଓ ଏହାର ଯତ୍ନ ସଂପର୍କରେ ସଚେତନତା ପ୍ରସାର କରିବା ହେଉଛି ଏହି ଦିବସର ଲକ୍ଷ୍ୟ । ଏ ବର୍ଷ ବିଶ୍ୱ କିଡନୀ ଦିବସର ଥିମ୍ ହେଉଛି ‘ଲିଭିଂ ୱେଲ୍ ୱିଥ୍ କିଡନୀ ଡିଜିଜ’ । ୨୦୦୬ରେ ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା । ଇଂଟରନ୍ୟାସନାଲ ସୋସାଇଟି ଅଫ୍ ନେଫ୍ରୋଲୋଜି ( ଆଇଏସଏନ ) ଓ ଇଂଟରନ୍ୟାସନାଲ ଫେଡେରେସନ ଅଫ୍ କିଡନୀ ଫାଉଣ୍ଡେସନ (ଆଇଏଫକେଏଫ )ର ମିଳିତ ଆନୁକୂଲ୍ୟରେ ପ୍ରତିବର୍ଷ ପାଳନ କରାଯାଏ ବିଶ୍ବ କିଡନୀ ଦିବସ ।
୨୦୧୭ରେ ଲାନସେଟ୍ ପତ୍ରିକାରେ ପ୍ରକାଶିକ ଏକ ଅଧ୍ୟୟନ ରିପୋର୍ଟ ଅନୁସାରେ ସେହି ବର୍ଷ ବିଶ୍ବରେ ଉତ୍କଟ କିଡନୀ ରୋଗ ବା କ୍ରନିକ ଡିଜିଜ୍-ସିକେଡିର ୬୯୭ ଦଶମିକ ୫ ମିଲିଅନ ମାମଲା ଥିଲା । ଏଥିରୁ ୧ ଦଶମିକ ୨ ମିଲିଅନ ଲୋକ ପ୍ରାଣ ହରାଇଥିଲେ । କେବଳ ଭାରତ ଓ ଚୀନରେ ଏହି ରୋଗରେ ପୀଡିତ ରୋଗୀଙ୍କ ସଂଖ୍ୟା ମୋଟ ରୋଗୀଙ୍କ ସଂଖ୍ୟାର ଦୁଇ ତୃତୀୟାଂଶ ।
ବିଶ୍ୱ କିଡନୀ ଦିବସର ଲକ୍ଷ୍ୟ ହେଲା –
- କିଡନୀ ସଂପର୍କିତ ରୋଗ ନେଇ ଲୋକଙ୍କୁ ସଚେତନ କରାଇବା ।
- ମଧୁମେହ ଓ ଉଚ୍ଚ ରକ୍ତଚାପ କ୍ରନିକ କିଡନୀ ଡିଜିଜ୍ –ସିକେଡିର ମୁଖ୍ୟ
- କାରଣ ବୋଲି ଲୋକଙ୍କୁ ସଚେତନ କରାଇବା ।
- ସିକେଡି ପାଇଁ ସବୁ ମଧୁମେହ ଓ ହାଇପରଟେନସନ ରୋଗୀଙ୍କ ସ୍କ୍ରିନିଂ
- ପ୍ରିଭେଂଟିଭ ବିହେଭିୟରକୁ ଉତ୍ସାହିତ କରିବା ।
- ସିକେଡିର ରିସ୍କ ହ୍ରାସ ଓ ଚିହ୍ନଟ ବାବଦରେ ସବୁ ମେଡିକାଲ
- ପ୍ରଫେସନାଲଙ୍କୁ ଶିକ୍ଷା ଦେବା ।
- ସ୍ଥାନୀୟ ଓ ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କୁ ସିକେଡି ନିୟନ୍ତ୍ରଣ ଉପରେ
- ଗୁରୁତ୍ୱ ଦେବା ପାଇଁ ପ୍ରବର୍ତ୍ତାଇବା ।
- କିଡନୀ ଫେଲର କ୍ଷେତ୍ରରେ କିଡନୀ ପ୍ରତିରୋପଣକୁ ଉତ୍ସାହିତ କରିବା
କିଡନୀର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ
ରକ୍ତରୁ ପ୍ରଦୂଷିତ ବସ୍ତୁ ଓ ଅତ୍ୟଧିକ ଫ୍ଲୁଏଡ ନିଷ୍କାସନ କରିବାରେ କିଡନର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହାଛଡା ରକ୍ତଚୀପକୁ ନିୟନ୍ତ୍ରଣରେ ରଖେ କିଡନୀ । ଲୋହିତ ରକ୍ତ କଣିକା ବି ସୃଷ୍ଟି କରିଥାଏ । ଆମର ବୋନ୍ ହେଲଥ ବି କିଡନୀ ଉପରେ ନିର୍ଭର କରେ । ଶରୀରର ସାମଗ୍ରିକ ସୁସ୍ୱାସ୍ଥ୍ୟ ବଜାୟ ରଖିବାରେ କିଡନୀର ଭୂମିକା ଗୁରୁତ୍ୱପୂର୍ଣ୍ଣ ।
ଉତ୍କଟ କିଡନୀ ରୋଗ ( ସିକେଡି )
ଉତ୍କଟ କିଡନୀ ରୋଗ-ସିକେଡି ହେଉଛି ଏପରି ଏକ ସ୍ଥିତି, ଯେଉଁଠି କିଡନୀ କ୍ଷତିଗ୍ରସ୍ତ ହୁଏ ଓ ରକ୍ତ ଫିଲଟର କରିପାରେ ନାହିଁ । ଏଥିଯୋଗୁଁ ଆବଶ୍ୟକତାଠାରୁ ଅଧିକ ଫ୍ଲୁଏଡ ଓ ରକ୍ତର ବର୍ଜ୍ୟପଦାର୍ଥ ଶରୀରର ଭିତରେ ହିଁ ରହିଯାଏ । ଏଥିଯୋଗୁଁ ହୃଦରୋଗ ଓ ଷ୍ଟ୍ରୋକର ଆଶଙ୍କା ବଢିଥାଏ ।
ସିକେଡିର ଆଉ କିଛି କୁପ୍ରଭାବ ହେଲା –
- ଆମେନିଆ ବା କମ ସଂଖ୍ୟକ ଲୋହିତ ରକ୍ତ କଣିକା
- ବାରମ୍ବାର ସଂକ୍ରମଣ
- କ୍ୟାଲସିୟମ ସ୍ତର ହ୍ରାସ, ରକ୍ତରେ ପୋଟାସିୟମ ଓ ଫସଫରସ
- ସ୍ତର ଅଧିକ ରହିବା
- କ୍ଷୁଧାହୀନତା ବା କମ୍ ଖାଇବା
- ଡିପ୍ରେସନ
- କିଡନୀ ରୋଗର ଗମ୍ଭୀରତା ସବୁବେଳେ ସମାନ ନ ଥାଏ । ଯଦି ଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ତାହା ହେଲେ କିଡନୀ ଫେଲର
- ହେବା ସହ କାର୍ଡିଓଭସ୍କ୍ୟୁଲାର ରୋଗ ହୁଏ । କିଡନୀ କାମ କରିବା ବନ୍ଦ କରିଦେଲେ ଡାଇଲିସିସ ବା ପ୍ରତିରୋପଣ ଦରକାର ପଡେ । ତେବେ
- କିଡନୀ ରୋଗରେ ପୀଡିତ ସବୁ ରୋଗୀଙ୍କ କିଡନୀ ଅକାମୀ ହୋଇ ନ ଥାଏ ।
ପ୍ରମୁଖ ରିସ୍କ ଫ୍ୟାକ୍ଟର
- ମଧୁମେହ
- ହାଇ ବ୍ଲଡ ପ୍ରେସର
- ହୃଦରୋଗ
- ସିକେଡିର ପାରିବାରିକ ଇତିହାସ
- ମେଦବହୁଳତା
କିଡନୀକୁ ସୁସ୍ଥ ରଖିବେ କେମିତି ?
ବିଶେଷଜ୍ଞ ଡାକ୍ତର ସୁଜିତ ଚାଟାର୍ଜୀ କହନ୍ତି ଯେ, ଅଧିକ ମେଡିସିନ ଓ ପେନ୍ କିଲରୁ ଦୂରେଇ ରହିବା ଉଚିତ । ଅତ୍ୟଧିକ ମେଡିସିନ ନେବା କିଡନୀ ଅକାମୀର ପ୍ରମୁଖ କାରଣ ହେବା ସହ ଅନ୍ୟ ଉତ୍କଟ ରୋଗ ସୃଷ୍ଟି କରିଥାଏ । ତେଣୁ ସମ୍ଭବ ହେଲେ ନ୍ୟାଚୁରାଲ ଥେରାପିର ସହାୟତା ନିଅନ୍ତୁ । ଆୟୁର୍ବେଦିକ ବିକଳ୍ପର ବି ସହାୟତା ନିଆଯାଇପାରେ । କିଡନୀ ଭଲ ରଖିବା ପାଇଁ ୮ଟି ନିୟମ ପାଳନ କରିବା ଆବଶ୍ୟକ ।
- ରକ୍ତ ଶର୍କରା ନିୟନ୍ତ୍ରଣରେ ରଖନ୍ତୁ
- ପ୍ରଚୁର ପାଣି ପିଅନ୍ତୁ
- ସ୍ୱାଭାବିକ ଓଜନ ବଜାୟ ରଖନ୍ତୁ
- ଅତ୍ୟଧିକ ମଦ୍ୟପାନରୁ ଦୂରେଇ ରହନ୍ତି ଓ ଧୂମ୍ରପାନ ଛାଡନ୍ତୁ
- ରକ୍ତଚାପ ଉପରେ ନଜର ରଖନ୍ତୁ
- ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ
- ନିୟମିତ ବ୍ୟାୟାମ କରନ୍ତୁ
- ରୁଟିନ ଚେକଅପ କରନ୍ତୁ