ETV Bharat / bharat

ଆଜିଠୁ ୬ ମାସ କେଦାରନାଥ-ଯମୁନୋତ୍ରୀ ଦର୍ଶନ ବନ୍ଦ - ଯମୁନୋତ୍ରୀ ଦର୍ଶନ ବନ୍ଦ

ଭାଇଦୂଜ ପାଳନ ପରେ ଆସନ୍ତା ୬ ମାସ ପର୍ଯ୍ୟନ୍ତ ଶୀତଋତୁ ପାଇଁ ବନ୍ଦ ରହିବ କେଦାରନାଥ ଏବଂ ଯମୁନୋତ୍ରୀ ଧାମ । ଅଧିକ ପଢନ୍ତୁ...

ଆଜି ଠାରୁ ୬ ମାସ କେଦାରନାଥ-ଯମୁନୋତ୍ରୀ ଦର୍ଶନ ବନ୍ଦ

author img

By

Published : Nov 6, 2021, 10:57 AM IST

ଡେରାଡୁନ: ଆଜିଠୁ ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥ ଏବଂ ଯମୁନେତ୍ରୀ ଧାମର କବାଟ ଶୀତଦିନ ପାଇଁ ବନ୍ଦ ରହିବ । କେଦାରନାଥ ଧାମର କବାଟ ଆଜି ସକାଳ ୮ ଟା ୩୦ରୁ ବନ୍ଦ ରହିଛି । ଆଜିଠୁ ଆସନ୍ତା 6 ମାସ ପର୍ଯ୍ୟନ୍ତ ବାବା କେଦାରନାଥଙ୍କ ଦର୍ଶନ କରିପାରିବେନି ଭକ୍ତ । ମନ୍ଦିରରେ କେବଳ ପ୍ରତିମା ପୂଜା ଚାଲୁରହିବ ।

ଆଜି ଠାରୁ ୬ ମାସ କେଦାରନାଥ-ଯମୁନୋତ୍ରୀ ଦର୍ଶନ ବନ୍ଦ

ଆସନ୍ତାକାଲି(ରବିବାର), ବାବାଙ୍କ ଡୋଲି ଶୀତକାଳୀନ ଆସନରେ ବସାଯିବ । ଆଜି ଭୋର ୪ଟାରୁ କେଦାରନାଥ ମନ୍ଦିରରେ ବାବାଙ୍କ ସ୍ୱତନ୍ତ୍ର ପୂଜା ଆରମ୍ଭ ହୋଇଥିଲା । ରୀତିନୀତି ଅନୁଯାୟୀ ବାବା କେଦାରଙ୍କୁ ଅଭିଷେକ କରିବା ପରେ ଆରତୀ ମୁଖ୍ୟ ପୁରୋହିତ ବାଗେଶ ଲିଙ୍ଗଙ୍କ ଦ୍ୱାରା କରାଯାଇଛି ।

ଏଥି ସହିତ ଲିଙ୍ଗକୁ ପାଉଁଶରେ ଆଚ୍ଛାଦିତ କରାଯାଇ ଜ୍ୟୋତିରଲିଙ୍ଗଙ୍କୁ ସମାଧୀର ରୂପ ଦିଆଯାଇଛି । ଏହା ପରେ ବାବା କେଦାରନାଥଙ୍କ ପଞ୍ଚମୁଖୀ ଭୋଗ ପ୍ରତିମାକୁ ସୁସଜ୍ଜିତ କରାଯାଇ ଏକ ଡୋଲିରେ ରଖାଯିବ । ପରମ୍ପରା ଅନୁଯାୟୀ, ବାବା କେଦାରନାଥଙ୍କ ପ୍ରତିମା ମନ୍ଦିର ପରିସରରେ ରଖାଯିବ । ସେଠାରେ ଭଗବାନଙ୍କ ଦର୍ଶନ କରିପାରିବେ ଭକ୍ତ ।

ସୂଚନାଯୋଗ୍ୟ ଯେ, ଉତ୍ତରାଖଣ୍ଡ ୪ ଧାମରେ ନଭେମ୍ବର ୨ରେ ଶୀତଋତୁ ପାଇଁ ଶ୍ରୀ ଗଙ୍ଗୋତ୍ରୀ ଧାମର କବାଟ ବନ୍ଦ ହୋଇ ଥିବାବେଳେ ଆଜି ଅପରାହ୍ନରେ ଶ୍ରୀ ଯମୁନୋତ୍ରି ଧାମର କବାଟ ବନ୍ଦ ରହିବ । ଏଥି ସହିତ, ନଭେମ୍ବର 20 ଶନିବାର ଶୀତଦିନ ପାଇଁ ଭଗବାନ ବଦ୍ରି ବିଶାଲଙ୍କ ଦ୍ୱାର ବନ୍ଦ ରହିବ । ଏହା ପରେ 22 ନଭେମ୍ବରରେ ପ୍ରଭୁ ମାଡମହେଶ୍ୱର ଜୀଙ୍କର କବାଟ ବନ୍ଦ ରହିବ । ଏଥି ସହିତ, ନଭେମ୍ବର 25ରେ ଉଖିମାଥରେ ମଦମହେଶ୍ୱର ମେଳା ଆୟୋଜିତ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.