ETV Bharat / bharat

ତେଲେଙ୍ଗାନା ଆସିବେ ପ୍ରଧାନମନ୍ତ୍ରୀ, ଏଥର ବି ସ୍ବାଗତ କରିବେନି ମୁଖ୍ୟମନ୍ତ୍ରୀ - KCR not to receive PM Modi in airport

ତେଲେଙ୍ଗାନା ଆସିବେ ପ୍ରଧାନମନ୍ତ୍ରୀ ମୋଦି । ସ୍ବାଗତ ପାଇଁ ବିମାନ ବନ୍ଦର ଯିବେନାହିଁ ମୁଖ୍ୟମନ୍ତ୍ରୀ କେ.ସି.ଆର । ତେଲେଙ୍ଗାନା ଆସୁଥିବା ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ କେ.ସି.ଆର କରିବେ ସ୍ବାଗତ । ଅଧିକ ପଢନ୍ତୁ

ତେଲେଙ୍ଗାନାରେ ପ୍ରଧାନମନ୍ତ୍ରୀ, ତୃତୀୟ ଥର ପାଇଁ ସ୍ବାଗତ କରିବେନି ମୁଖ୍ୟମନ୍ତ୍ରୀ କେ.ସି.ଆର

author img

By

Published : Jul 2, 2022, 12:09 PM IST

ହାଇଦ୍ରାବାଦ: ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ସାମିଲ ହେବା ପାଇଁ ହାଇଦ୍ରାବାଦରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କିନ୍ତୁ ବିମାନ ବନ୍ଦରରେ ସ୍ବାଗତ କରିବେ ନାହିଁ ମୁଖ୍ୟମନ୍ତ୍ରୀ କେସିଆର । ଅନ୍ୟ କିଛି କାର୍ଯ୍ୟକ୍ରମ କାରଣରୁ କେସିଆର ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ବିମାନ ବନ୍ଦର ଯିବେ ନାହିଁ । ତାଙ୍କ ସ୍ଥାନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜଣେ ବରିଷ୍ଠ ମନ୍ତ୍ରୀ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ନେଇ ସୂଚନା ମିଳିଛି । ହାଇଦ୍ରାବାଦରେ ଆଜିଠୁ ଆୟୋଜିତ ହୋଇଥିବା 2 ଦିନିଆ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଅଂଶଗ୍ରହଣ କରୁଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀଙ୍କ ବିମାନ ଅବତରଣ କରିବାର ମାତ୍ର କିଛି ଘଣ୍ଟା ପୂର୍ବରୁ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଯଶୋବନ୍ତ ସିହ୍ନା ହାଇଦ୍ରାବାଦର ବେଗମପେଟ ବିମାନ ବନ୍ଦରରେ ପହଞ୍ଚିବେ । ତେବେ ମୁଖ୍ୟମନ୍ତ୍ରୀ କେ.ସି.ଆର ସେଠାରେ ଉପସ୍ଥିତ ରହି ସିହ୍ନାଙ୍କୁ ସ୍ବାଗତ କରିବେ । କିଛି ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରେ ଅବତରଣ କରିବା ପରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ କାର୍ଯ୍ୟକ୍ରମରେ ସାମିଲ ହେବେ । ପୂର୍ବରୁ ବିରୋଧୀ ପ୍ରାର୍ଥୀ ସିହ୍ନାଙ୍କୁ ସମର୍ଥନ ଦେବା ନେଇ କେ.ସି.ଆର ଘୋଷଣା କରିସାରିଛନ୍ତି ।

ତେବେ ଏଠାରେ ଆଉ ଏକ ରୋଚକ ତଥ୍ୟ ହେଉଛି, ରାଜ୍ୟ ଗସ୍ତ ସମୟରେ ପ୍ରୋଟୋକଲ ଅନୁସାରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ କେ.ସି.ଆରଙ୍କ ସ୍ବାଗତ ନକରିବାର ପ୍ରଥମ ଘଟଣା ନୁହେଁ । ଗତ 6 ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ 3 ଥର ତେଲେଙ୍ଗାନା ଗସ୍ତ କରିଥିଲେ ସୁଦ୍ଧା କୌଣସି କାରଣ ବଶତଃ କେସିଆର ଅନୁପସ୍ଥିତ ରହିଆସିଛନ୍ତି । ଗତ ଥର ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ କେ.ସି.ଆର ବେଙ୍ଗାଲୁରୁ ଗସ୍ତରେ ଯାଇ ଦେବେଗୌଡା ପରିବାରକୁ ଭେଟିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.