ETV Bharat / bharat

ଦଶହରାରେ ଜାତୀୟ ଦଳ ଘୋଷଣା କରିବେ କେସିଆର ! - କେସିଆରଙ୍କ ଜାତୀୟ ଦଳ

ଦଶହରାରେ ଆସିବ କେସିଆରଙ୍କ ଜାତୀୟ ଦଳ । ବିଜୟା ଦଶମୀରେ ପାର୍ଟିର କାର୍ଯ୍ୟକାରିଣୀ ବୈଠକରେ ହେବ ସଙ୍କଳ୍ପ ପାରିତ । ପରେ ନିର୍ବାଚନ ଆୟୋଗକୁ ସୁପାରିଶ କରିବ ଦଳ । ଅଧିକ ପଢନ୍ତୁ

ଦଶହରାରେ ଜାତୀୟ ଦଳ ଘୋଷଣା କରିବେ କେସିଆର !
ଦଶହରାରେ ଜାତୀୟ ଦଳ ଘୋଷଣା କରିବେ କେସିଆର !
author img

By

Published : Sep 29, 2022, 3:14 PM IST

ହାଇଦ୍ରାବାଦ: ଦଶହରାରେ ଜାତୀୟ ଦଳ ଘୋଷଣା କରିବେ କେସିଆର । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଜାତୀୟ ଦଳକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଗତ କିଛି ମାସ ପୂର୍ବରୁ କେସିଆର ନିଜେ ଜାତୀୟ ରାଜନୀତିରେ ପ୍ରବେଶ କରିବା ନେଇ ସଙ୍କେତ ଦେଇ ସାରିଥିବା ବେଳେ ଚଳିତ ଦଶହରାରେ ସେ ତାଙ୍କର ଜାତୀୟ ଦଳ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ବିଜୟା ଦଶମୀରେ କେସିଆରଙ୍କ ଦଳ ତେଲେଙ୍ଗାନା ରାଷ୍ଟ୍ର ସମିତି (TRS)ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ଜାତୀୟ ଦଳ ଗଠନ ନେଇ ସଙ୍କଳ୍ପ ପାରିତ ହେବା ନେଇ ଅନୁମାନ କରାଯାଉଛି ।

ଦଶରାରେ ଜାତୀୟ ଦଳ ଘୋଷଣା କରିବେ କେସିଆର !
ଦଶରାରେ ଜାତୀୟ ଦଳ ଘୋଷଣା କରିବେ କେସିଆର !

ସୂଚନା ଅନୁସାରେ, ଦଳୀୟ କାର୍ଯ୍ୟକାରିଣୀରେ ଦଳ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କେସିଆର ଅଧ୍ୟକ୍ଷତା କରିବାକୁ ଥିବା ବେଳେ ସମସ୍ତ ମନ୍ତ୍ରୀ, ବିଧାୟକ, ବିଧାନ ପରିଷଦ ସଦସ୍ୟ ଓ କାର୍ଯ୍ୟକାରିଣୀ ସଦସ୍ୟ ଅଂଶଗ୍ରହଣ କରିବେ । ଏହି ବୈଠକରେ ଜାତୀୟ ଦଳ ଗଠନ ନେଇ ସଙ୍କଳ୍ପ ପାରିତ ହେବ । ଅନ୍ୟ ଏକ ସୂଚନା ଅନୁସାରେ ନୂତନ ଜାତୀୟ ଦଳ ନୁହେଁ ବରଂ ବର୍ତ୍ତମାନର TRS କୁ ଜାତୀୟ ଦଳରେ ପରିବର୍ତ୍ତନ କରିବା ପାଇଁ ଦଳ ଲକ୍ଷ୍ୟ ରଖିଛି । ଉକ୍ତ ବୈଠକରେ ଏନେଇ ସଙ୍କଳ୍ପ ପାରିତ ହେବା ପରେ ଟିଆରଏସକୁ ଜାତୀୟ ଦଳ ଭାବେ ପଞ୍ଜୀକୃତ କରିବା ପାଇଁ ନିର୍ବାଚନ ଆୟୋଗକୁ ଅନୁରୋଧ କରିବ ଦଳ । ସେହିପରି ଦଳର ନାମ ‘ତେଲେଙ୍ଗାନା ରାଷ୍ଟ୍ର ସମିତି’ ପରିବର୍ତ୍ତେ ‘ଭାରତ ରାଷ୍ଟ୍ର ସମିତି’ ବୋଲି ରଖାଯିବା ନେଇ ମଧ୍ୟ ବିଚାର ବିମର୍ଶ ଜାରି ରହିଛି ।

ଅନ୍ୟପଟେ ଦଳର ବର୍ତ୍ତମାନର ନିର୍ବାଚନୀ ଚିହ୍ନ ‘ମୋଟର କାର’କୁ ମଧ୍ୟ ପରିବର୍ତ୍ତିତ ଜାତୀୟ ଦଳରେ ବଳବତ୍ତର ରଖିବା ପାଇଁ ନିର୍ବାଚନ କମିଶନଙ୍କୁ ଦଳ ଅନୁରୋଧ କରିବ । ସେହିପରି ଦଳୀୟ ପତାକାରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ କରାଯାଇପାରେ । ତେଲେଙ୍ଗାନା ରାଜ୍ୟ ମନଚିତ୍ର ବଦଳରେ ଭାରତର ମାନଚିତ୍ର ସ୍ଥାନ ପାଇବାକୁ ଥିବା ବେଳେ ରଙ୍ଗ କିନ୍ତୁ ପୂର୍ବ ପରି ଗୋଲାପି ରହିବା ନେଇ ଦଳ ଲକ୍ଷ୍ୟ ରଖିଛି ।

ତେବେ ଦଳୀୟ ସୂତ୍ରରୁ ମିଳିଥିବା ଅନ୍ୟ ଏକ ସୂଚନା ଅନୁସାରେ ଏସମସ୍ତ ପ୍ରକ୍ରିୟା ସାରି, ଜାତୀୟ ଦଳ ଭାବେ ନିର୍ବାଚନ ଆୟୋଗଙ୍କ ଅନୁମୋଦନ ପାଇସାରିବା ପରେ ଦଳ ମୁଖ୍ୟ କେସିଆର ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ । ଏହି ସମ୍ବୋଧନ କାର୍ଯ୍ୟକ୍ରମ ରାଜଧାନୀ ହାଇଦ୍ରାବାଦ କିମ୍ବା ଜାତୀୟ ରାଜଧାନୀ ଦିଲ୍ଲୀରେ ହୋଇପାରେ । କାର୍ଯ୍ୟକାରିଣୀ ବୈଠକରେ ଏନେଇ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ । ପୂର୍ବରୁ ବିଜେପିକୁ ବିରୋଧ କରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ବିରୋଧୀଙ୍କୁ ଏକାଠି କରିବାରେ ଲାଗିଛନ୍ତି । ଗତ କିଛି ମାସ ପୂର୍ବରୁ ସେ ଜାତୀୟ ରାଜନୀତିରେ ପ୍ରବେଶ କରିବା ନେଇ ସୂଚନା ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.