ETV Bharat / bharat

2024 ପାଇଁ ବଳ ଗୋଟାଉଛି ବିରୋଧୀ ମେଣ୍ଟ ! ସାରା ଦେଶର କୃଷକଙ୍କ ପାଇଁ ବଡ ଘୋଷଣା କଲେ KCR, ଦିଲ୍ଲୀରେ ରାହୁଲଙ୍କୁ ଭେଟିଲେ ନୀତିଶ-କୁମାରସ୍ୱାମୀ - କେଜ୍ରିଓ୍ବାଲଙ୍କୁ ଭେଟିବେ ନୀତିଶ

2024 ପାଇଁ ଅଣ୍ଟା ଭିଡୁଛନ୍ତି ବିରୋଧୀ । ବିରୋଧୀଙ୍କୁ ଏକାଠି କରିବାରେ ଲାଗିଛନ୍ତି ନୀତିଶଙ୍କ ସାଙ୍ଗକୁ କେସିଆର । ଅଣ-ବିଜେପି ସରକାର ଆସିଲେ ସାରା ଦେଶର କୃଷକଙ୍କୁ ମାଗଣା ବିଜୁଳି ଯୋଗାଣ ଘୋଷଣା କଲେ କେସିଆର । ବିହାରରେ ଲାଲୁଙ୍କୁ ଭେଟି ଦିଲ୍ଲୀରେ ରାହୁଲଙ୍କ ସାଙ୍ଗରେ କଥା ହେଲେ ନୀତିଶ (Nitish meets Rahul Gandhi ) । ଅଧିକ ପଢନ୍ତୁ

2024 ପାଇଁ ରଣହୁଙ୍କାର: କେସିଆର କହିଲେ ଅଣ ବଜେପି ସରକାର ହେଲେ ସାରା ଦେଶର କୃଷକଙ୍କୁ ମାଗଣା ବିଜୁଳି, ଦିଲ୍ଲୀରେ ବିରୋଧୀ ନେତାଙ୍କୁ ଭେଟିଲେ ନୀତିଶ

author img

By

Published : Sep 5, 2022, 10:29 PM IST

Updated : Sep 6, 2022, 4:01 PM IST

ନୂଆଦିଲ୍ଲୀ: 2024 ସାଧାରଣ ନିର୍ବାଚନକୁ ମଝିରେ ମାତ୍ର ବର୍ଷେ । କିନ୍ତୁ ରାଜନୈତିକ ଉଷ୍ମତା ଏବେଠାରୁ ଅନୁଭବ ହେବା ଆରମ୍ଭ ହୋଇଗଲାଣି । ଗତ ଦୁଇଟି ସାଧାରଣ ନିର୍ବାଚନରେ ବିଜେପିର ପ୍ରଚଣ୍ଡ ମହୁମତ ଦେଖି ଛାନିଆ ବିରୋଧୀ । ବିଜେପି ବିରୋଧରେ ଏଥର ଏକକ ଲଢେଇ ନୁହେଁ ବରଂ ମିଳିତ ଲଢେଇ ପାଇଁ ଅଣ୍ଟା ଭିଡିବା ଆରମ୍ଭ କରିଛନ୍ତି ବିରୋଧୀ ଦଳ । ରାଷ୍ଟ୍ରପତି ନିର୍ବାଚନରେ ଗୋଟିଏ ମଞ୍ଚକୁ ଆସି ବିଜେପି ନେତୃତ୍ବାଧୀନ ଶାସକ ମେଣ୍ଟ NDA ବିରୋଧରେ ପ୍ରାର୍ଥୀ ଦେଇଥିବା ମିଳିତ ବିରୋଧୀ ସମାନ ଢଙ୍ଗରେ 2024 ସାଧାରଣ ନିର୍ବାଚନରେ ମଧ୍ୟ ବିଜେପିକୁ ମାତ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି ।

2024 ପାଇଁ ରଣହୁଙ୍କାର: କେସିଆର କହିଲେ ଅଣ ବଜେପି ସରକାର ହେଲେ ସାରା ଦେଶର କୃଷକଙ୍କୁ ମାଗଣା ବିଜୁଳି, ଦିଲ୍ଲୀରେ ବିରୋଧୀ ନେତାଙ୍କୁ ଭେଟିଲେ ନୀତିଶ
2024 ପାଇଁ ରଣହୁଙ୍କାର: କେସିଆର କହିଲେ ଅଣ ବଜେପି ସରକାର ହେଲେ ସାରା ଦେଶର କୃଷକଙ୍କୁ ମାଗଣା ବିଜୁଳି, ଦିଲ୍ଲୀରେ ବିରୋଧୀ ନେତାଙ୍କୁ ଭେଟିଲେ ନୀତିଶ

ଏହି କ୍ରମରେ ବିହାରରେ ବିଜେପି ହାତ ଛାଡି ମହାମେଣ୍ଟ ସମର୍ଥନରେ ସରକାର ଗଠନ କିରଥିବା JDU ମୁଖ୍ୟ ନୀତିଶ କୁମାର ବିରୋଧୀଙ୍କୁ ମିଳିତ କରିବାରେ ପ୍ରାୟସ ଆରମ୍ଭ କରି ସାରିଥିବା ବେଳେ ଦକ୍ଷିଣରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା TRS ମୁଖ୍ୟ କେ.ଚନ୍ଦ୍ରଶେଖର ରାଓ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା TMC ମିଳିତ ବିରୋଧୀଙ୍କୁ ବିଜେପି ବିରୋଧରେ ମିଳିତ କରିବା ନେଇ ଖୋଲା ଘୋଷଣା କରି ସାରିଛନ୍ତି । ଏପଟେ ଆଜି ଦିଲ୍ଲୀରେ ନୀତିଶ କୁମାର ଏବଂ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ରାହୁଲ ଗାନ୍ଧୀଙ୍କୁ ଭେଟି ବିରୋଧୀ ମେଣ୍ଟକୁ ବଳ ଯୋଗାଇଛନ୍ତି ।

ତେବେ ନିକଟରେ ଦେଶର ରାଜନୈତିକ ମାନଚିତ୍ରରେ ଘଟିଥିବା ବଡ ପରିବର୍ତ୍ତନ ମଧ୍ୟରେ ବିରୋଧୀଙ୍କୁ ଏକାଠି କରିବା ଅଭିଯାନର ମଙ୍ଗ ଧରିଛନ୍ତି କେ.ସି.ଆର ଓ ନୀତିଶ କୁମାର । ବର୍ତ୍ତମାନ ବିଭିନ୍ନ ଅଣ ବିଜେପି ରାଜ୍ୟ ପରିକ୍ରମା କରି ଜଣଙ୍କ ପରେ ଜଣେ ବିରୋଧୀ ନେତାଙ୍କୁ ଭେଟିବାରେ ଲାଗିଥିବା କେ.ସି.ଆର ଆଜି 2024 ସାଧାରଣ ନିର୍ବାଚନ ନେଇ ଏକ ବଡ ଘୋଷଣା କରିଛନ୍ତି । ଆସନ୍ତା ସାଧାରଣ ନିର୍ବାଚନରେ ଅଣ ବିଜେପି ସରକାର ଗଠନ ହେଲେ ସାରା ଦେଶର କୃଷକଙ୍କୁ ଦେୟମୁକ୍ତ ବିଜୁଳି (KCR announce free power supply to all the farmers) ଯୋଗାଇ ଦିଆଯିବା ନେଇ ଘୋଷଣା କରିଛନ୍ତି । ଆଜି ତେଲେଙ୍ଗାନାର ନିଜାମାବାଦ ଜିଲ୍ଲାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ଅବସରରେ ସେ ଏହି ଘୋଷଣା କରିଛନ୍ତି ।

  • Today, I am announcing free power supply to all the farmers in the country if a non-BJP government comes to power in 2024: Telangana CM KC Rao at a public meeting in Nizamabad district pic.twitter.com/ftiyraGUVG

    — ANI (@ANI) September 5, 2022 " class="align-text-top noRightClick twitterSection" data=" ">

ବିଭିନ୍ନ ରାଜ୍ୟ ବୁଲୁଛନ୍ତି KCR :-

ଅନ୍ୟପଟେ ବିହାରରେ ସତ୍ତା ପରିବର୍ତ୍ତନ ହେବା ପରେ ଗତ ସପ୍ତାହରେ କେ.ସି.ଆର ପାଟନା ଗସ୍ତ କରି ମୁଖ୍ୟମନ୍ତ୍ରୀ ନୀତିଶ ଓ ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ଭେଟି ଆଲୋଚନା କରିଥିଲେ । ପୂର୍ବରୁ ସେ ମଧ୍ୟ ଦିଲ୍ଲୀ ଗସ୍ତ କରି ସାମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଆପ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସାକ୍ଷାତ କରିଥିଲେ । ପରେ ସେ ପଞ୍ଜାବ ଗସ୍ତ କରି ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଭେଟି ଆଲୋଚନା କରିଥିଲେ । ତେବେ ମୋଦି ବିରୋଧୀ ଆଭିମୁଖ୍ୟ ପାଇଁ ଚର୍ଚ୍ଚାରେ ଥିବା କେ.ସି.ଆର ଜାତୀୟ ସ୍ତରରେ 2024 ରେ ଏକ ମିଳିତ ବିରୋଧୀ ମଞ୍ଚ ଗଠନ କରିବାର ପ୍ରୟାସକୁ ଆହୁରି ବ୍ୟାପକ କରିବାରେ ଲାଗିଛନ୍ତି ।

ନୀତିଶ ହେବେ କି ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ?

ଅନ୍ୟପଟେ ଜାତୀୟ ରାଜନୀତିରେ ପୂର୍ବରୁ ସକ୍ରିୟ ଥିବା ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ରାଜ୍ୟରେ ବିଜେପିକୁ ଝଟକା ଦେଇଛନ୍ତି । ହଠାତ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟରୁ ସମର୍ଥନ ପ୍ରତ୍ୟାହାର କରିବା ସହ ମହାମେଣ୍ଟ ସହଯୋଗରେ 24 ଘଣ୍ଟା ମଧ୍ୟରେ ନୂତନ ସରକାର ଗଠନ କରି ବିଜେପିକୁ ବିରୋଧୀ ଆସନକୁ ଠେଲି ଦେଇଛନ୍ତି । ରାଜନୀତିରେ ଲମ୍ବା ଇନିଂସ ଖେଲିଥିବା ସମାଜବାଦୀ ନେତା ନୀତିଶ କୁମାର ମିଳିତ ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ଅଭିଳାଷ ପାଇଁ ବିଜେପି ଛାଡିଥିବା ଚର୍ଚ୍ଚା ହେବାରେ ଲାଗିଛି । ଅନ୍ୟପଟେ ଏପରି ଚର୍ଚ୍ଚାକୁ ସମ୍ପୂର୍ଣ୍ଣ ଖଣ୍ଡନ ନକରି କେବଳ ଏଡାଇ ଚାଲିଛନ୍ତି ନୀତିଶ । ବର୍ତ୍ତମାନ ଯିଏ ଶାସନରେ ଅଛନ୍ତି ସେମାନେ 2024 ରେ କ୍ଷମତା ହରାଇବେ ବୋଲି ନୀତିଶ ପରୋକ୍ଷ ଇଙ୍ଗିତ କରିଛନ୍ତି । ସେହିପରି ଦଳର ପ୍ରାଦେଶିକ କାର୍ଯ୍ୟକାରିଣୀରେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି ନୀତିଶ କହିଛନ୍ତି, ଯଦି ମିଳିତ ବିରୋଧୀ ନିର୍ବାଚନ ଲଢନ୍ତି, ତେବେ ବିଜେପି ମାତ୍ର 50 ସିଟରେ ସୀମିତ ରହିବାକୁ ବାଧ୍ୟ ହେବ । ବିଜେପି ଏହାକୁ ନୀତିଶଙ୍କ ଦିବାସ୍ବପ୍ନ କହି କଟାକ୍ଷ କରିଛି ।

ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ସକ୍ରିୟ ନୀତିଶ:-

ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ନୀତିଶ ମଧ୍ୟ ଗୋଟିଏ ପରେ ଗୋଟିଏ ଅଣ ବିଜେପି ନେତାଙ୍କୁ ଭେଟିବା ଆରମ୍ଭ କରିଛନ୍ତି । ସେ ଆଜି ଦିଲ୍ଲୀ ଗସ୍ତ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଥିବା ବେଳେ APP ମୁଖ୍ୟ କେଜ୍ରିଓ୍ବାଲଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । କେଜ୍ରିଓ୍ବାଲଙ୍କ ନେତୃତ୍ବାଧୀନ APP ମିଳିତ ବିରୋଧୀ ମେଣ୍ଟରେ ସାମିଲ ହେବା ନେଇ ସିଧାସଳଖ ସଙ୍କେତ ଦେଇନଥିବା ବେଳେ ସିବିଆଇ ଓ ଇଡି କାର୍ଯ୍ୟାନୁଷ୍ଠାନରେ ଅତିଷ୍ଠ ହୋଇ ସାରିଲାଣି । ଏହାକୁ ବିଜେପିର ରାଜନୈତିକ ଆକ୍ରୋଷମୂଳକ କାର୍ଯ୍ୟ ବୋଲି କହିଛନ୍ତି । ତାଙ୍କ ସରକାରକୁ ବିଜେପି ଟଙ୍କା ଓ କେନ୍ଦ୍ରୀୟ ସଂସ୍ଥାର ଦ୍ବାରା ତଦନ୍ତ ଓ କାର୍ଯ୍ୟାନୁଷ୍ଠାନର ଧମକ ଦେଇ ବିଧାୟକଙ୍କୁ କିଣିବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି । ବର୍ତ୍ତମାନ ସମୟରେ APP ର ସ୍ଥିତିକୁ ଦେଖିବାକୁ ଗଲେ, ଯଦି 2024 ରେ ବିରୋଧୀ ମିଳିତ ହେଉଛନ୍ତି, ତେବେ ଆପ ମଧ୍ୟ ବିଜେପି ବିରୋଧୀ ମେଣ୍ଟରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାର ପୂର୍ବାକଳନ ପ୍ରକାଶ ପାଉଛି ।

ଗୁଜୁରାଟ ପାଇଁ ଅଣ୍ଟା ଭିଡୁଛି AAP:-

ଗୁଜୁରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ APP ପ୍ରତିଦ୍ବନ୍ଦିତା କରିବା ପାଇଁ ରଣନୀତି ଜାରି ରଖିଛି । ଜାତୀୟ ଦଳ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ପରେ ଆମ ଆଦମୀ ପାର୍ଟି (AAP) ଦେଶରେ ତୃତୀୟ ଦଳ ଭାବେ ଦିଲ୍ଲୀ ଓ ପଞ୍ଜାବରେ ଦୁଇଟି ସରକାର ଚଳାଉଛି । ଏପରି ସ୍ଥିତିରେ କେଜ୍ରିଓ୍ବାଲ ଗୁଜୁରାଟ ରାଜନୀତିରେ ମଧ୍ୟ ପ୍ରଭାବ ବିସ୍ତାର କରିବା ପାଇଁ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି । ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗୃହ ରାଜ୍ୟ ଗୁଜୁରାଟରେ ଦଳ ଯଦି ଆଖି ଦୃଶିଆ ଆସନ ଜିତିବାରେ ସଫଳ ହୁଏ, ତେବେ ଜାତୀୟ ରାଜନୀତିକୁ କେଜ୍ରିଓ୍ବାଲଙ୍କ ଏଣ୍ଟ୍ରି ଏକପ୍ରକାର ପରିଷ୍କାର ହୋଇଯିବ ।

ମୋଦିଙ୍କ କଠୋର ବିରୋଧୀ ମମତା:-

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିକୁ କଡା ଜବାବ ଦେଇ ରାଜ୍ୟରେ କ୍ଷମତା ବଜାୟ ରଖିଥିବା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ପ୍ରଥମେ ବିରୋଧୀ ଏକତା ଆହ୍ବାନ ଦେଇଥିବା ବେଳେ ଏବେ ସାମାନ୍ୟ ନୀରବ ମୁଦ୍ରାରେ ରହିଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଙ୍କୁ ଏକାଠି କରି NDA ବିରୋଧରେ ପ୍ରାର୍ଥୀ ଦେବାର ନେତୃତ୍ବ ନେଇଥିଲେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ । କଂଗ୍ରେସ ଓ ବାମ ଦଳ ସମେତ ପ୍ରାୟ 18 ବିରୋଧୀ ଦଳ ମମତାଙ୍କ ଅହ୍ବାନରେ ରାଜଧାନୀ ଦିଲ୍ଲୀରେ ଏକାଠି ହେବା ସହ ଯଶୋବନ୍ତ ସିହ୍ନା ମିଳିତ ବିରୋଧୀଙ୍କ ପ୍ରାର୍ଥୀ ଭାବେ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିଲେ । ପରେ ଅବଶ୍ୟ ଉପ ରାଷ୍ଟ୍ରପତି ନିର୍ବାଚନରେ ମମତାଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଆସିଥିଲା । ବରିଷ୍ଠ କଂଗ୍ରେସ ନେତ୍ରୀ ମାର୍ଗାରେଟ ଆଲଭା ମିଳିତ ବିରୋଧୀଙ୍କ ଉପ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିଲେ ସୁଦ୍ଧା TMC କିନ୍ତୁ ଭୋଟ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଥିଲା ।

ଛିଡିବ ତ ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ପାର୍ଥୀତ୍ବ ଅଙ୍କ ?

ତେବେ 2024 ସାଧାରଣ ନିର୍ବାଚନ ଯେତିକି ପାଖଉଛି ମିଳିତ ବିରୋଧୀ ମଞ୍ଚ ଗଠନ ହେବା ନେଇ ସମ୍ଭାବନା ମଧ୍ୟ କ୍ରମଶଃ ବଢିବାରେ ଲାଗିଛି । ସାମ୍ପ୍ରତିକ ପରିସ୍ଥିତିରେ ନୀତିଶ କୁମାର ଓ କେ.ସି.ଆର ବିରୋଧୀ ମେଳି ଗଠନ ପ୍ରକ୍ରିୟାରେ ସବୁଠୁ ଆଗରେ ରହିଛନ୍ତି । କିନ୍ତୁ ରାଜନୈତିକ ମହଲରେ ଏହା ମଧ୍ୟ ଚର୍ଚ୍ଚା ହେଉଛି, ମିଳିତ ବିରୋଧୀ ଗୋଟିଏ ମଞ୍ଚକୁ ଆସିଲେ ସୁଦ୍ଧା ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଅଙ୍କ ଛିଡାଇବା କଷ୍ଟକର ବ୍ୟାପର ହୋଇପାରେ । ବିରୋଧୀ ଏକାଠି ହେଲେ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଳ୍ପ ଭାବେ ପାର୍ଥୀ ସ୍ଥିର କରିବାରେ ପଛରେ ପଡିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏସବୁ ଆକଳନ, ଆଶଙ୍କା ଓ ସମ୍ଭାବନା ମଧ୍ୟରେ ମିଳିତ ବିରୋଧୀ ମଞ୍ଚ ଗଠନର ଆକାଂକ୍ଷା କେତେ ସ୍ପଷ୍ଟ ହେଉଛି ତାହା ସମୟ କହିବ ।

କଂଗ୍ରେସ ଦଳର ଭାରତଯୋଡ ଅଭିଯାନ-

ପୂରାତନ ଦଳ କଂଗ୍ରେସ ବର୍ତ୍ତମାନ ଭାରତ ଯୋଡ ଅଭିଯାନ ଆରମ୍ଭ କରିଛି । ଦେଶରେ କଂଗ୍ରେସର ସ୍ଥିତିକୁ ମଜଭୁତ କରିବା ସହିତ କେନ୍ଦ୍ର ବିରୋଧରେ ସ୍ୱର ତୀବ୍ର କରିବାକୁ ମିଶନ ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ 10 ରାଜ୍ୟ ଏବଂ 2 କେନ୍ଦ୍ରଶାସିତ ଅଞ୍ଚଳରେ ଭାରତ ଯୋଡ କାର୍ଯ୍ୟକ୍ରମ କରିବ କଂଗ୍ରେସ ।

ବିନୋଦ କୁମାର ବେହେରା, ଇଟିଭି ଭାରତ

Last Updated : Sep 6, 2022, 4:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.