ETV Bharat / bharat

ଜମ୍ମୁରେ କାଶ୍ମୀର ପଣ୍ଡିତଙ୍କ ବିକ୍ଷୋଭ, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ବିରୋଧରେ ନାରାବାଜି - ଜମ୍ମୁରେ କାଶ୍ମୀର ପଣ୍ଡିତଙ୍କ ବିକ୍ଷୋଭ ପ୍ରଦର୍ଶନ ଜାରି

ସୁରକ୍ଷା ଦାବିରେ ରାତି ତମାମ ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିଛନ୍ତି କାଶ୍ମିରୀ ପଣ୍ଡିତ । ଗୁରୁବାର ଆତଙ୍କବାଦୀମାନେ ଜଣେ ୩୬ ବର୍ଷୀୟ କଶ୍ମୀର ପଣ୍ଡିତଙ୍କୁ ହତ୍ୟା କରିଥିଲେ । ଏହି ଘଟଣାପରେ ଉପତ୍ୟକାରେ ରହୁଥିବା ପଣ୍ତିତମାନେ ନିଜର ସୁରକ୍ଷା ପାଇଁ ଚିନ୍ତା ପ୍ରକଟ କରି ବିକ୍ଷୋଭ ପ୍ରଦର୍ଶନ କରି ସରକାରଙ୍କ ଉପରେ ଗର୍ଜିଛନ୍ତି । ଅଧିକ ପଢନ୍ତୁ

ଜମ୍ମୁରେ କାଶ୍ମୀର ପଣ୍ଡିତଙ୍କ ବିକ୍ଷୋଭ ପ୍ରଦର୍ଶନ

author img

By

Published : May 13, 2022, 1:04 PM IST

Updated : May 13, 2022, 1:34 PM IST

ଶ୍ରୀନଗର: ଦ୍ବିତୀୟ ଦିନରେ ପହଞ୍ଚିଛି କାଶ୍ମୀର ପଣ୍ଡିତଙ୍କ ବିକ୍ଷୋଭ । ସୁରକ୍ଷା ଦାବିରେ ରାତି ତମାମ ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିଛନ୍ତି କାଶ୍ମିରୀ ପଣ୍ଡିତ । ଗତକାଲି (ଗୁରୁବାର) ଆତଙ୍କବାଦୀମାନେ ଜଣେ କାଶ୍ମୀର ପଣ୍ଡିତଙ୍କୁ ହତ୍ୟା କରିଥିଲେ । ଏହି ଘଟଣା ପରେ ଉପତ୍ୟକାରେ ରହୁଥିବା ପଣ୍ତିତମାନେ ନିଜର ସୁରକ୍ଷା ପାଇଁ ଚିନ୍ତା ପ୍ରକଟ କରି ବିକ୍ଷୋଭ ପ୍ରଦର୍ଶନ କରି ସରକାରଙ୍କ ଉପରେ ଗର୍ଜିଛନ୍ତି । ଆତଙ୍କୀ ହମଲାକୁ ନିନ୍ଦା କରିବା ସହ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଛନ୍ତି ।

ଜମ୍ମୁରେ କାଶ୍ମୀର ପଣ୍ଡିତଙ୍କ ବିକ୍ଷୋଭ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ମଧ୍ୟ ନାରାବାଜି କରିଛନ୍ତି । ସୁରକ୍ଷାକର୍ମୀ ବିକ୍ଷୋଭକାରୀଙ୍କ ଉପରକୁ ଟିଅର ଗ୍ୟାସ ଛାଡିଥିବା ଦେଖିବାକୁ ମିଳିଛି । ରାହୁଲଙ୍କୁ ନ୍ୟାୟ ଦେବାକୁ ଦାବି କହିଛନ୍ତି ବିକ୍ଷୋଭକାରୀ । ଆତଙ୍କବାଦୀଙ୍କ ବର୍ବରତା ପରେ ୧୯୯୦ରୁ ମସିହାରୁ କଶ୍ମୀରରୁ ବିସ୍ଥାପିତ ହୋଇ ପଣ୍ଡିତମାନେ ଟ୍ରାଞ୍ଜିଟ କ୍ୟାମ୍ପରେ ରହୁଛନ୍ତି । ଗୁରୁବାର ଘଟଣା ପରେ ସେମାନେ ଟ୍ରାଞ୍ଜିଟ କ୍ୟାମ୍ପରୁ ବାହାରି ବିଭିନ୍ନ ସ୍ଥାନରେ ରାସ୍ତାରୋକ୍‌ କରିଛନ୍ତି ।

ସେମାନଙ୍କ ସୁରକ୍ଷା ପାଇଁ କେହି ବି ଚିନ୍ତିତ ନୁହନ୍ତି ବୋଲି ବିକ୍ଷୋଭକାରୀମାନେ ଅଭିଯୋଗ କରିଛନ୍ତି । ବିଭିନ୍ନ ସ୍ଥାନରେ ଲୋକମାନେ ଆତଙ୍କୀ ହମଲାକୁ ନିନ୍ଦା କରି ମହମବତୀ ଶୋଭାଯାତ୍ରା କରିଛନ୍ତି । ସମସ୍ତେ ଏକ ସ୍ବରରେ କଶ୍ମୀର ପଣ୍ଡିତଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ।

ପ୍ରକାଶ ଥାଉ କି, ଗୁରୁବାର ବୁଡଗାମ ଚଡୁରାସ୍ଥିତ ତହସିଲଦାର କାର୍ଯ୍ୟାଳୟରେ ପଶି ରାହୁଲ ଭଟ୍ଟଙ୍କୁ ଗୁଳି କରି ହତ୍ୟା କରିଥିଲେ ଅତଙ୍କବାଦୀ । ଏହା ପରେ କଶ୍ମୀରରେ ଏପରି ସ୍ଥିତି ଦେଖିବାକୁ ମିଳିଛି । ଅକ୍ଟୋବର ମାସରୁ ହିଁ କଶ୍ମୀର ପଣ୍ଡିତ ଓ କଶ୍ମୀର ଆସୁଥିବା ବାହାର ରାଜ୍ୟର ଲୋକଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 13, 2022, 1:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.