ଡେରାଡୁନ: ଉତ୍ତରାଖଣ୍ଡରେ ଲଜ୍ୟା । ମଦ ପିଇ ନର୍ସିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ । ଉତ୍ତରାଖଣ୍ଡର କୁଣ୍ଡା ଥାନା ଅଞ୍ଚଳରେ ଜଣେ ନର୍ସିଂ ଛାତ୍ରୀଙ୍କୁ ଅପହରଣ କରି ଗଣଦୁଷ୍କର୍ମ (Nursing student gang raped in Kashipur) । ପଡୋଶୀ ରାଜ୍ୟ ଉତ୍ତରପ୍ରଦେଶର ୨ ଜଣ ଯୁବକ ବାଇକରେ ଆସି ଛାତ୍ରୀଙ୍କୁ ଅପହରଣ ପରେ ଏପରି ଅପରାଧିକ କାଣ୍ଡ ଭିଆଇଛନ୍ତି (Bike riding youths abducted nursing student) । ଏ ନେଇ ପୋଲିସ ଏକ ମାମଲା ରୁଜୁ କରିଥିବା ବେଳେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ଦ୍ବୟ ଉତ୍ତରାଖଣ୍ଡରେ ଥିବା ସମ୍ପର୍କୀୟଙ୍କ ଘରକୁ ଆସିଥିବା ବେଳେ ଏଭଳି କାଣ୍ଡ କରିଥିବା ଜଣାପଡ଼ିଛି ।
ଏ ନେଇ ପୀଡ଼ିତା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ପୀଡିତାଙ୍କ କହିବାନୁସାରେ ସେ ପଡୋଶୀ ରାଜ୍ୟ ଉତ୍ତରପ୍ରଦେଶର ମୁରାଦାବାଦ ଜିଲ୍ଲାର ଠାକୁରଦ୍ବାରାରେ ଥିବା ଏକ କଲେଜରେ ନର୍ସିଂ କୋର୍ସ କରୁଥିଲେ । ସେ ଏବେ ଶେଷ ବର୍ଷର ଛାତ୍ରୀ ରହିଛନ୍ତି । ଏହାରି ମଧ୍ୟରେ ସେ କାଶୀପୁରରେ ଏକ ହସ୍ପିଟାଲରେ ଅଭ୍ୟାସ ଜାରି ରଖିଛନ୍ତି । ତେବେ ଗତ ନଭେମ୍ବର ୨୯ ତାରିଖରେ ସେ ସକାଳ ୭.୩୦ରେ କାଶୀପୁରରେ ଥିବା ହସ୍ପିଟାଲକୁ ଯାଇଥିଲେ । ସନ୍ଧ୍ୟା ୫.୩୦ରେ ସେ ରାମନଗର ରୋଡ଼ ଦେଇ ବୈଲଜୁଡିରେ ପହଞ୍ଚିଥିଲେ । ଅନ୍ଧାର ହେବା ପରେ ସେ ନିଜ ପରିଚିତ ବନ୍ଧୁ ଶିବମକୁ ଡାକିଥିଲେ ।
ଏହା ବି ପଢନ୍ତୁ- ହିନ୍ଦୁ ଝିଅଙ୍କୁ ମୁସଲମାନଙ୍କ ପରି ଅଳ୍ପ ବୟସରେ ବିବାହ କରିବାକୁ କହିଲେ AIUDF ସଭାପତି
ଏହାପରେ ସେ ଶିବମ ସହିତ ବାଇକରେ ଆସୁଥିଲେ । ବଗବାଡ଼ା ଠାରେ ବାଇକରେ ଥିବା ୨ ଜଣ ଯୁବକ ତାଙ୍କୁ ଅଟକାଇଥିଲେ । ଏହାପରେ ସେମାନେ ଜବରଦସ୍ତି ନିଜ ବାଇକରେ ତାଙ୍କୁ ବସାଇବା ସହିତ ଶିବମଙ୍କ ବାଇକକୁ ଲକ୍ କରି ଦେଇ ତାଙ୍କୁ ଅପହଣର କରି ନେଇଥିଲେ । ଏହାପରେ ୨ ଅଭିଯୁକ୍ତ ଭରତପୁର, କୁଣ୍ଡା, ହରିୟାୱାଲା ରାସ୍ତା ଦେଇ ଜସପୁରଙ୍କୁ ତାଙ୍କୁ ନେଇଥିଲେ । ଏହାପରେ ଏକ ଆଖୁ କ୍ଷେତରେ ତାଙ୍କୁ ଦୁଷ୍କର୍ମ କରିଥିବା ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି ।
ଅଭିଯୁକ୍ତଙ୍କ ମୋଟର ସାଇକେଲ ନଂ UK-18-D-4132 ବୋଲି ସେ କହିଛନ୍ତି । ଏ ସମ୍ପର୍କରେ କାହାରିକୁ ନ ଜଣାଇବାକୁ ୨ ଅଭିଯୁକ୍ତଙ୍କୁ ପୀଡ଼ିତାଙ୍କୁ ଧମକ ଦେଇଥିଲେ । ପୀଡିତା ଜସପୁରରୁ ବସ ଯୋଗେ କୁଣ୍ଡାରେ ପହଞ୍ଚିବା ପରେ ଶିବମଙ୍କୁ ଯୋଗାଯୋଗ କରିଥିଲେ । ଏହାପରେ ସେ ଘରେ ପହଞ୍ଚି ସମ୍ପର୍କୀୟଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରିଛି । ଏହାପରେ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । କାଶୀପୁର ଏସପି ଅଭୟ ସିଂ କହିଛନ୍ତି ଯେ ପୀଡିତାଙ୍କ ଅଭିଯୋଗକୁ ଭିତ୍ତି କରି ଘଟଣାର ଯାଞ୍ଚ କରାଯାଇଥିଲା । ଏହାପରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ