ETV Bharat / bharat

ଆଜି କର୍ତ୍ତବ୍ୟପଥର ଉଦଘାଟନ କରିବେ ମୋଦି - କର୍ତ୍ତବ୍ୟପଥର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଆଜି ସନ୍ଧ୍ୟାରେ କର୍ତ୍ତବ୍ୟପଥର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଆଜି କର୍ତ୍ତବ୍ୟପଥର ଉଦଘାଟନ କରିବେ ମୋଦି
ଆଜି କର୍ତ୍ତବ୍ୟପଥର ଉଦଘାଟନ କରିବେ ମୋଦି
author img

By

Published : Sep 8, 2022, 7:41 AM IST

ନୂଆଦିଲ୍ଲୀ: ଆଜି ଐତିହାସିକ ରାଜପଥ କର୍ତ୍ତବ୍ୟପଥ(Kartavya Path) ନାମରେ ନାମିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ଗୁରୁବାର) କର୍ତ୍ତବ୍ୟପଥର ଶୁଭାରମ୍ଭ କରିବେ । ଦିଲ୍ଲୀର ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ଏହି ରାସ୍ତାକୁ ସନ୍ଧ୍ୟା ୭ଟାରେ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ଆଜି ମୋଦି ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୨୮ ଫୁଟ ଉଚ୍ଚତା ବିଶିଷ୍ଟ ଏକ ପ୍ରତିମୂର୍ତ୍ତିକୁ ମଧ୍ୟ ଇଣ୍ଡିଆ ଗେଟ୍‌ରେ ଅନାବରଣ କରିବେ ।

ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ

ବର୍ଷ ବର୍ଷ ହେଲାଣି ରାଜପଥ ଓ ସେଣ୍ଟ୍ରାଲ ଭିଷ୍ଟା ଆଭିନ୍ୟୁ ଆଖପାଖ ଅଞ୍ଚଳରେ ବହୁସଂଖ୍ୟକ ପର୍ଯ୍ୟଟକଙ୍କ ସମାଗମ ଯୋଗୁଁ ଏହି ରାସ୍ତାର ଭିତ୍ତିଭୂମି ପ୍ରଭାବିତ ହୋଇଥିଲା । ଏଠାରେ ଶୌଚାଳୟ, ପାନୀୟ ଜଳ, ଷ୍ଟ୍ରିଟ ଫର୍ଣ୍ଣିଚର ଏବଂ ଆବଶ୍ୟକୀୟ ପାର୍କିଂ ସ୍ଥାନ ଭଳି ମୌଳିକ ସୁବିଧା ନଥିଲା । ଏହାସହିତ ଲୋକଙ୍କ ଯାତାୟତକୁ ପ୍ରଭାବିତ ନ କରି ବିଭିନ୍ନ ରାଷ୍ଟ୍ରୀୟ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଆବଶ୍ୟକୀୟ ସ୍ଥାନର ଆବଶ୍ୟକତା ରହିଥିଲା । ଏହାକୁ ଦୃଷ୍ଟିରେ ରଖି ସେଣ୍ଟ୍ରାଲ ଭିଷ୍ଟା ଆଭିନ୍ୟୁ ପ୍ରକଳ୍ପ ଅଧିନରେ ବିକାଶମୂଳକ କାର୍ଯ୍ୟକ୍ରମ କରାଯାଇଛି । କର୍ତ୍ତବ୍ୟପଥରେ ଲ୍ୟାଣ୍ଡସ୍କେପ, ଲନ, ନବୀକରଣ କରାଯାଇଥିବା କେନାଲ, ସାଇନବୋର୍ଡ, ଉନ୍ନତ ବ୍ଲକ ଓ ଭେଣ୍ଡିଂ କିଓସ୍କ ରହିବ ।

ରାଜପଥର ଉଦଘାଟନୀ ସମାରୋହ ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଜରୁରୀ ଆବଶ୍ୟକତା ନଥିବା କର୍ମଚାରୀ ଘରେ ରହି କାର୍ଯ୍ୟ କରିବାକୁ ଏବଂ କେତେକ କର୍ମଚାରୀଙ୍କୁ ବ୍ୟକ୍ତିଗତ ଗାଡି ବଦଳରେ ସର୍ବସାଧାରଣ ଯାନ ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି । ଏହାସହିତ ମଧ୍ୟାହ୍ନ ଭୋଜନ ପରେ ମନ୍ତ୍ରଣାଳୟ ଗୁଡିକର ଅଫିସ ଗୁଡିକୁ ବନ୍ଦ ରଖିବାକୁ ଦିଲ୍ଲୀ ପୋଲିସ କହିଛି ।

ଏହାମଧ୍ୟ ପଢନ୍ତୁ: ଖୁବଶୀଘ୍ର ଲୋକଙ୍କ ପାଇଁ ଖୋଲିବ କର୍ତ୍ତବ୍ୟ ପଥ, ଦେଖନ୍ତୁ ଭିଡିଓ

ଭାରତୀୟ ସ୍ବାଧୀନତା ସଂଗ୍ରାମ ଠାରୁ ଆରମ୍ଭ କରି ସ୍ବାଧୀନ ଭାରତର ସାର୍ବଭୌମତ୍ବ ଓ ଗାରିମାର ପ୍ରତୀକ ରହିଆସିଛି ରାଜପଥ । ଏହାର ନାମକରଣ ବ୍ରିଟିଶ ଅମଳରୁ ହୋଇଆସିଛି । ପ୍ରଥମେ ଏହି ରାଜମାର୍ଗର ନାମ ବ୍ରିଟିଶରମାନେ କିଙ୍ଗ୍ସଓ୍ବେ ରଖିଥିଲେ । ପରେ ଏହାର ପୁନଃନାମକରଣ କରାଯାଇ ରାଜପଥ ରଖାଯାଇଥିଲା । ତେବେ ଏବେ ନୂଆ ନିଷ୍ପତ୍ତି ଅନୁସାରେ ଏହି ରାଜପଥର ଇଣ୍ଡିଆ ଗେଟରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଠାରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଏହାର ନାମ ପରିବର୍ତ୍ତନ କରାଯାଇ କର୍ତ୍ତବ୍ୟ ପଥ ଭାବେ ନାମିତ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତୃତ୍ବାଧୀନ ଏନଡିଏ ସରକାର ଶାସନକୁ ଆସିବା ପରେ ପ୍ରଧାନମନ୍ତ୍ରୀଙ୍କ ଆବାସ ଥିବା ମାର୍ଗର ନାମ ମଧ୍ୟ ପରିବର୍ତ୍ତନ କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.