ETV Bharat / bharat

କର୍ଣ୍ଣାଟକ ପୌରନିର୍ବାଚନ: କଂଗ୍ରେସର ବାଜିମାତ, ପଛରେ ପଡିଲା BJP - କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ

କର୍ଣ୍ଣାଟକରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା । ପୌର ନିର୍ବାଚନରେ କଂଗ୍ରେସ ବାଜିମାତ । ଶାସକ ଦଳକୁ ପଛରେ ପକାଇ ଏକ ନମ୍ବର ହେଲା କଂଗ୍ରେସ । ଅଧିକ ପଢନ୍ତୁ

କର୍ଣ୍ଣାଟକ ପୌର ନିର୍ବାଚନରେ କଂଗ୍ରେସର ବାଜିମାତ, ହାସଲ ଏକକ ସଂଖ୍ୟା ଗରିଷ୍ଠ

author img

By

Published : Dec 31, 2021, 9:14 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ପୌରନିର୍ବାଚନରେ କଂଗ୍ରେସର ବାଜିମାତ । ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ଦଳକୁ ହରାଇ ଏକ ନମ୍ବର ସ୍ଥାନ ହାସଲ କରିଛି କଂଗ୍ରେସ । ତେବେ 2023 ବିଧାନସଭା ନିର୍ବାଚନ ବେଶ ରୋଚକ ହେବାର ସମ୍ଭାବନା ସୃଷ୍ଟି କରିଛି ପୌରନିର୍ବାଚନ ଫଳାଫଳ । ସେପଟେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ ଉଠିଛି ।

ଦକ୍ଷିଣ ଭାରତରେ ବିଜେପି ଗଡରେ କଂଗ୍ରେସ ନିଜର ଅସ୍ତିତ୍ବ ଜାହିର କରିଛି । ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଖୋଲା ଚ୍ୟାଲେଞ୍ଜ ଦେଇଛି କଂଗ୍ରେସ । ଯାହା ନିକଟରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ପୌରପରିଷଦ ନିର୍ବାଚନରେ ଦେଖିବାକୁ ମିଳିଛି । କର୍ଣ୍ଣାଟକର ପୌରପରିଷଦ ନିର୍ବାଚନରେ ମୋଟ ୧୧୮୪ ଆସନରୁ ୫୦୧ ଆସନ ହାସଲ କରିଛି କଂଗ୍ରେସ । ଶାସକ ଦଳକୁ ଚକମା ଦେଇ ରାଜ୍ୟରେ ଏକ ନମ୍ବର ହାସଲ କରିବା କଂଗ୍ରେସ ପାଇଁ ଏକ ଭଲ ସଂକେତ ।

ଆସନ୍ତା ୨୦୨୩ରେ କର୍ଣ୍ଣାଟକରେ ଅନୁଷ୍ଠିତ ହେବା ବିଧାନସଭା ନିର୍ବାଚନ । ସେପଟେ ବିଜେପି ୪୩୩ ଟି ଆସନ ହାସଲ କରିଥିବାବେଳେ ଜେଡିଏସକୁ ୪୫ ଟି ଆସନ ମିଳିଛି।

ତେବେ କର୍ଣ୍ଣାଟକରେ ବିଜେପି ପାଇଁ ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ଏହା ସତର୍କ ଘଣ୍ଟି ସଦୃଶ୍ୟ ହୋଇଛି। ତେବେ ଦଳରେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ନେତୃତ୍ବକୁ ନେଇ ମଧ୍ୟ ପ୍ରଶ୍ନ ସୃଷ୍ଟି ହୋଇଛି। ଏହାକୁ ନେଇ ବିଜେପିର ରାଷ୍ଟ୍ରୀୟ ଓ ରାଜ୍ୟ ନେତୃତ୍ବ କି ଭଳି ଗ୍ରହଣ କରୁଛନ୍ତି ତାହା ଉପରେ ରହିଛି ନଜର।

ସେପଟେ କଂଗ୍ରେସ ଆଗାମୀ ବିଧାନସଭା ନିର୍ବାଚନରେ ବିଜେପିକୁ ହରାଇ ସରକାର ଗଠନ କରିବା ପାଇଁ ଜୋରଦାର ପ୍ରୟାସ କରିବ ବୋଲି ଚର୍ଚ୍ଚା ହେଉଛି।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.