ETV Bharat / bharat

ଆଜିଠୁ କର୍ଣ୍ଣାଟକରେ କଂଗ୍ରେସ ରାଜ: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିଦ୍ଧରମୈୟା - ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିଦ୍ଧରମୈୟା

କର୍ଣ୍ଣାଟକରେ ଆରମ୍ଭ ହେଲା ସିଦ୍ଧରମୈୟାଙ୍କ ଦ୍ବିତୀୟ ପାଳି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିଦ୍ଧରମୈୟା । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିଦ୍ଧରମୈୟା
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିଦ୍ଧରମୈୟା
author img

By

Published : May 20, 2023, 1:33 PM IST

Updated : May 20, 2023, 2:05 PM IST

ବେଙ୍ଗାଲୁରୁ: ଆଜିଠୁ କର୍ଣ୍ଣାଟକରେ ଆରମ୍ଭ ହେଲା ସିଦ୍ଧରମୈୟାଙ୍କ ଶାସନ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିଦ୍ଧରମୈୟା । ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ ଆଜି ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା ଓ ଡିକେ ଶିବକୁମାରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ତାଙ୍କ ସହିତ ୮ ଜଣ ନବନିର୍ବାଚିତ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ବେଙ୍ଗାଲୁରୁ କାନ୍ତିରବା ଷ୍ଟାଡିୟମରେ ଆୟୋଜିତ ଏହି ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି । ସେହିପରି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ହିମାଚଳର ସୁଖବିନ୍ଦର ସିଂହ ସୁଖୁ, ଏମକେ ଷ୍ଟାଲିନ, ହେମନ୍ତ ସୋରେନ, ଅଶୋକ ଗେହଲଟ ପ୍ରମୁଖ ସାମିଲ ହୋଇଛନ୍ତି ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦ୍ବନ୍ଦର ଅବସାନ ପରେ ଆଜି ବେଙ୍ଗାଲୁରୁରେ ନୂଆ ସରକାରର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି । ରାଜ୍ୟରେ ସରକାର ଗଠନ କରିଛି କଂଗ୍ରେସ । ୨୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସିଦ୍ଧରମୈୟା । ଏହାରି ସହିତ ଏହି ଭେଟରାନ ରାଜନେତା ନିଜର ଦ୍ବିତୀୟ ଇନିଂସ ଆରମ୍ଭ କରିଛନ୍ତି । ସେହିପରି ସିଦ୍ଧରମୈୟା ଓ ଶିବକୁମାରଙ୍କ ସହିତ ମନ୍ତ୍ରୀ ଭାବେ ଶପଥ ନେଇଥିବା ଅନ୍ୟ ବିଧାୟକମାନେ ହେଲେ ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ପ୍ରିୟଙ୍କ ଖଡଗେ, ଜି ପରେମେଶ୍ବର, କେଏଚ ମୁନିୟାପ୍ପା, କେଜେ ଜର୍ଜ, ଏମ୍ ବି ପାଟିଲ, ସତୀଶ ଜାରକିହୋଲି, ରାମଲିଙ୍ଗା ରେଡ୍ଡୀ ଓ ବି ଜେ ଜମିର ଅହମ୍ମଦ ଖାନ ।

ଆଜି କର୍ଣ୍ଣାଟକ ଶପଥ ସମାରୋହରେ ସାମିଲ ହେବାକୁ କଂଗ୍ରେସ ପକ୍ଷରୁ ୧୯ଟି ଦଳର ଶୀର୍ଷ ନେତାଙ୍କୁ ଅତିଥି ଭାବେ ଆମନ୍ତ୍ରିତ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି, ମମତା ବାନାର୍ଜୀ, ହେମନ୍ତ ସୋରେନ ଓ ସମସ୍ତ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣ ଦିଆଯାଇଥିଲା । ନିୟନ୍ତ୍ରଣ ରକ୍ଷା କରି ବହୁ ବରିଷ୍ଠ ନେତା ଆଜିର ଶପଥ ସମାରୋହରେ ସାମିଲ ହୋଇଛନ୍ତି । କାନ୍ତିରବା ଷ୍ଟାଡିୟମରେ ଲକ୍ଷ ଲକ୍ଷ ସଂଖ୍ୟକ ଲୋକଙ୍କ ମଧ୍ୟ ସମାଗମ ହୋଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ଗତ ମେ' ୧୦ ତାରିଖରେ ମତଦାନ ହୋଇଥିଲା । ୧୩ରେ ଫଳାଫଳ ଘୋଷଣା ସହିତ ଐତିହାସିକ ବିଜୟ ହାସଲ କରିଥିଲା କଂଗ୍ରେସ । ବିଜେପିକୁ ମାତ୍ ଦେଇ ୧୩୫ ଆସନ ଜିତିଥିଲା । ପୂର୍ବରୁ ଶାସନରେ ଥିବା ବିଜେପି ମାତ୍ର ୬୫ ଆସନରେ ସୀମିତ ରହିଥିଲା । ଏହି ପ୍ରଚଣ୍ଡ ବିଜୟ ପରେ କଂଗ୍ରେସ ଆଜି ରାଜ୍ୟରେ ସରକାର ଗଠନ କରିଛି । ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟ କଂଗ୍ରେସ ମୁଖ୍ୟ ଶିବକୁମାର ଶପଥ ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 20, 2023, 2:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.