ETV Bharat / bharat

ଋଣ ନଦେବାରୁ ବ୍ୟାଙ୍କରେ ନିଆଁ ଲଗାଇଦେଲେ ଆବେଦନକାରୀ - କାନାରା ବ୍ୟାଙ୍କରେ ଋଣ ଆବେଦନ

ଋଣ ଆବେଦନକୁ ପ୍ରତ୍ୟାଖ୍ୟାନ କରିବାରୁ କର୍ଣ୍ଣାଟକର ଏକ ବ୍ୟାଙ୍କରେ ନିଆଁ ଲଗାଇଦେଲେ ଆବେଦନକାରୀ । ଅଭିଯୋଗ ପରେ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

ଋଣ ନଦେବାରୁ ବ୍ୟାଙ୍କରେ ନିଆଁ ଲଗାଇଦେଲେ ଆବେଦନକାରୀ
ଋଣ ନଦେବାରୁ ବ୍ୟାଙ୍କରେ ନିଆଁ ଲଗାଋଣ ନଦେବାରୁ ବ୍ୟାଙ୍କରେ ନିଆଁ ଲଗାଇଦେଲେ ଆବେଦନକାରୀଦେଲେ ଆବେଦନକାରୀ
author img

By

Published : Jan 11, 2022, 8:22 AM IST

ବେଙ୍ଗାଲୁରୁ: ଋଣ ଆବେଦନକୁ ପ୍ରତ୍ୟାଖ୍ୟାନ ବ୍ୟାଙ୍କକୁ ପଡିଲା ମହଙ୍ଗା । ଉତ୍ୟକ୍ତ ହୋଇ ବ୍ୟାଙ୍କରେ ନିଆଁ ଲଗାଇ ଦେଲେ ଆବେଦନକାରୀ । ଏଭଳି ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକର ହାଭେରୀ ଜିଲ୍ଲାରେ । ଏନେଇ ଅଭିଯୋଗ ପରେ ବ୍ୟାଙ୍କରେ ନିଆଁ ଲଗାଇଥିବା ବ୍ୟକ୍ତିଙ୍କୁ ବାନ୍ଧିଲ ପୋଲିସ । ଗିରଫ ବ୍ୟକ୍ତି ଜଣଙ୍କ ହେଉଛନ୍ତି ରତିହାଲ୍ଲୀ ସହରର ବାସିନ୍ଦା ୱାସିମ ହାଜରାଟସାବ ।

ସୂଚନା ଅନୁଯାୟୀ ୱାସିମ ବ୍ୟାଙ୍କରୁ ଋଣ ଆଣିବା ପାଇଁ ହେଡିଗୋଣ୍ଡା ଗ୍ରାମରେ ଥିବା କାନାରା ବ୍ୟାଙ୍କ(Canara Bank)ରେ ଆବେଦନ କରିଥିଲେ । ହେଲେ ତାଙ୍କର CIBIL ସ୍କୋର କମ୍ ଥିବାରୁ ବ୍ୟାଙ୍କ ତାଙ୍କ ଋଣ ଆବେଦନକୁ ପ୍ରତ୍ୟାଖାନ କରିଥିଲା । ଫଳରେ ଏଥିରେ ଉତ୍ତ୍ୟକ୍ତ ହୋଇ ଓ୍ବାସିମ ଗତ ରବିବାର ବ୍ୟାଙ୍କରେ ନିଆଁ ଲଗାଇ ଦେଇଥିଲେ । ଏନେଇ ଅଭିଯୋଗ ହେବା ପରେ ପୋଲିସ ତାଙ୍କୁ ଗିରଫ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.