କର୍ଣ୍ଣାଟକ: କର୍ଣ୍ଣାଟକ ଏଲପିଜି ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି । ତେବେ ଫେବୃଆରୀ ୨୫ରେ ହୋଇଥିବା ବିସ୍ଫୋରଣରେ ଆଜି ଆଉ ୬ ଜଣଙ୍କର ମୃତ୍ୟୁ ହୋଇଛି । କର୍ଣ୍ଣାଟକର ୟାଦଗିରି ଜିଲ୍ଲା ଅନ୍ତର୍ଗତ ଡୋରାନାହାଲ୍ଲିରେ ଏହି ବିସ୍ଫୋରଣ ହୋଇଥିଲା ।
ସେହିପରି ଆହୁରି ଅନେକ ଗୁରୁତର ହୋଇ ହସ୍ପିଟାଲରେ ଏବେ ବି ଚିକିତ୍ସିତ ହେଉଛନ୍ତି । ବିସ୍ଫୋରଣ ଦିନ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଜି ଆଉ ୬ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ମୃତ୍ୟୁ ହୋଇଥିବା ୬ଜଣ ହେଉଛନ୍ତି, ବୀରବାସାପ୍ପା(୨୮), ଭୀମାରାୟା(୭୮), କଲ୍ଲାପ୍ପା ଲକ୍କାସେଟ୍ଟୀ(୫୦), ଚାନ୍ନବୀରା ମ୍ୟାଲାଗୀ(୩୦), ଚନ୍ନାପ୍ପା(୫୦) ଓ ସାଙ୍ଗାନାଗୌଡା ଲକ୍କାସେଟ୍ଟୀ(୫୫) ।
ଅନ୍ୟପଟେ ଏକ ଛୁଆର ସାୱାର କାର୍ଯ୍ୟକ୍ରମ ଚାଲିଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଏଥିସହ ଏବେ ବି ୧୩ ଜଣ ଗୁରୁତରଙ୍କ ସୋଲାପୁର ଏବଂ କଲାବୁରାଗି ହସ୍ପିଟାଲରେ ଚିକିତ୍ସା ଚାଲିଛି । କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ପୋଲିସର ଏହାର ତଦନ୍ତ ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ