ETV Bharat / bharat

Karnataka: କ୍ରାସ ହୋଇ ଖସିପଡିଲା ବାୟୁସେନା ବିମାନ, ଦୁଇ ପାଇଲଟ ସୁରକ୍ଷିତ

କର୍ଣ୍ଣାଟକର ଚାମରାଜନଗରରେ କ୍ରାସ ହୋଇ ଖସିପଡିଲା ବାୟୁସେନାର ‘କିରଣ’ ବିମାନ । ଦୁଇ ପାଇଲଟ ସୁରକ୍ଷିତ । ତଦନ୍ତ ନିର୍ଦ୍ଦେଶ ଦେଲା ବାୟୁସେନା । ଅଧିକ ପଢନ୍ତୁ

Karnataka: କ୍ରାସ ହୋଇ ଖସିପଡିଲା ବାୟୁସେନା ବିମାନ, ଦୁଇ ପାଇଲଟ ସୁରକ୍ଷିତ
Karnataka: କ୍ରାସ ହୋଇ ଖସିପଡିଲା ବାୟୁସେନା ବିମାନ, ଦୁଇ ପାଇଲଟ ସୁରକ୍ଷିତ
author img

By

Published : Jun 1, 2023, 3:27 PM IST

ବେଙ୍ଗାଲୁରୁ: ବାୟୁସେନାର ଏକ ‘କିରଣ’ ବିମାନ କର୍ଣ୍ଣାଟକର ଚାମରାଜନଗରରେ କ୍ରାସ ହୋଇ ଖସିପଡିଛି । ଏଥିରେ ଥିବା ଦୁଇ ପାଇଲଟ ସୁରକ୍ଷିତ ଭାବେ ପାରାସୁଟ୍‌ ମାଧ୍ୟମରେ ଅବତରଣ କରିବାରେ ସଫଳ ହୋଇଛନ୍ତି । ପ୍ରଶିକ୍ଷଣ ଉଦ୍ଦେଶ୍ୟରେ ରୁଟିନ ଉଡାଣ ବେଳେ ମଧ୍ୟାହ୍ନରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିନଥିଲା ସୁଦ୍ଧା ଯାନ୍ତ୍ରିକ ତ୍ରୁଟି ହୋଇଥାଇ ପାରେ ବୋଲି ଅନୁମାନ କରଯାଉଛି । ଦୁର୍ଘଟଣା ସମ୍ପର୍କରେ ସ୍ପଷ୍ଟ କରିବା ସହ କୋର୍ଟ ଅଫ୍‌ ଇନକ୍ବାରୀ ନିର୍ଦ୍ଦେଶ ମିଳିସାରିଥିବା ବାୟୁସେନା ଟ୍ବିଟ୍‌ କରି ସୂଚନା ଦେଇଛି ।

ସୂଚନା ଅନୁସାରେ, ନିକଟବର୍ତ୍ତୀ ଏୟାରବେସରୁ ଏହି ‘କିରଣ’ ବିମାନଟି ମଧ୍ୟାହ୍ନ ପ୍ରାୟ 12ଟାରେ ଉଡାଣ ଭରିଥିଲା । ପ୍ରଶିକ୍ଷଣ ଉଦ୍ଦେଶ୍ୟରେ ଏହି ବିମାନଟିକୁ ଦୁଇ ପାଇଲଟ ଉଡାଉଥିଲେ । ତେବେ କୌଣସି କାରଣରୁ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ଯୋଗୁଁ ଏହା କ୍ରାସ୍‌ ହୋଇ ଖସି ପଡିଥିଲା । ଏଥିରେ ଦୁଇ ପାଇଲଟ ପାରାଚ୍ୟୁଟ୍‌ ସାହାଯ୍ୟରେ ଇଜେକ୍ଟ କରିଥିଲେ । ଉଭୟ ସୁରକ୍ଷିତ ଲ୍ୟାଣ୍ଡିଂ ମଧ୍ୟ କରିଛନ୍ତି । ସେମାନଙ୍କୁ ବାୟୁସେନା ପକ୍ଷରୁ ହସ୍ପିଟାଲରେ ଭର୍ତ୍ତି ମଧ୍ୟ କରାଯାଇଛି । ଅନ୍ୟପଟେ ବିମାନଟି ଗ୍ରାମଠାରୁ ଦୂର ଏକ କ୍ଷେତରେ ଖସିଥିବାରୁ କୌଣସି ବଡ଼ ଅଘଟଣରୁ ବର୍ତ୍ତି ଯାଇଛି । ସ୍ଥାନୀୟ ପୋଲିସ ପହଞ୍ଚି ବିମାନର ଭଗ୍ନାବଶେଷକୁ କର୍ଡନ କରିଛି । ବାୟୁସେନା ମଧ୍ୟ ବିଭାଗୀୟ ତଦନ୍ତ (କୋର୍ଟ ଅଫ ଇନକ୍ବାରୀ) ନିର୍ଦ୍ଦେଶ ଦେଇଛି । ତଦନ୍ତ ପରେ ଦୁର୍ଘଟଣା ସମ୍ପର୍କରେ ସ୍ପଷ୍ଟ ହେବ ।

ଗତମାସ (ମେ’) 8 ତାରିଖରେ ରାଜସ୍ଥାନ ହନୁମାନଗଡ ଜିଲ୍ଲାରେ ଭାରତୀୟ ବାୟୁସେନାର ମିଗ-21 ବିମାନ କ୍ରାସ ହୋଇ ଖସିପଡିଥିଲା । ଏଥିରେ ପାଇଲଟ ସୁରକ୍ଷିତ ଇଜେକ୍ଟ କରିଥିଲେ ସୁଦ୍ଧା 3 ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ଗଙ୍ଗାନଗର ଜିଲ୍ଲାର ସୁରତଗଡରେ ଥିବା ବାୟୂସେନା ବେସରୁ ବିମାନଟି ଉଡାଣ ଭରିଥିଲା । ଟେକ୍‌ଅଫର ମାତ୍ର କିଛି ସମୟ ପରେ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ସହ ଏହା କ୍ରାସ୍‌ ହୋଇ ଏକ ଜନବସତି ଉପରେ ଖସିପଡିଥିଲା । ଏହି କ୍ରାସର ତଦନ୍ତ ଏବେ ମଧ୍ୟ ଜାରି ରହିଛି । ତଦନ୍ତ ନସରିବା ଯାଏଁ, ମିଗ-21 ବର୍ଗର ସମସ୍ତ ବିମାନର ଉଡାଣ ବନ୍ଦ ରଖିଛି ବାୟୁସେନା । ଚଳିତବର୍ଷ ଜାନୁଆରୀରେ ମଧ୍ୟ ଭାରତୀୟ ବାୟୁସେନର ଦୁଇଟି ଲଢୁଆ ବିମାନ ମଧ୍ୟ ପ୍ରଦେଶରେ ଦୁର୍ଘଟଣାର ଶିକାର ହୋଇଥିଲା । ପ୍ରାୟତଃ ଯାନ୍ତ୍ରିକ ତ୍ରୁଟି କାରଣରୁ ଏହି ବିମାନ କ୍ରାସ୍‌ ଘଟୁଥିବାର ତଦନ୍ତରୁ ଜଣାପଡୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.