ETV Bharat / bharat

Hijab Row Case: ଆଜି ଆସିବ ମାମଲାର ଚୂଡାନ୍ତ ରାୟ

author img

By

Published : Mar 14, 2022, 7:42 PM IST

Updated : Mar 15, 2022, 6:42 AM IST

କର୍ଣ୍ଣାଟକ ହାଇକୋର୍ଟରେ ଜାରି ରହିଥିବା ହିଜାବ ମାମଲାର ଶୁଣାଣି ଆଜି ଶେଷ ହେବା ନେଇ ସୂଚନା । ଆସିପାରେ ଚୂଡାନ୍ତ ରାୟ । ଅଧିକ ପଢନ୍ତୁ

କାଲି ଆସିବ ମାମଲାର ଚୂଡାନ୍ତ ରାୟ
ଆସନ୍ତାକାଲି ଆସିବ ହିଜାବ ମାମଲାର ଚୂଡାନ୍ତ ରାୟ !

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଗତମାସରୁ ଚାଲି ଆସିଥିବା ହିଜାବ ବିବାଦ ମାମଲାର ଶୁଣାଣି ଶେଷ ହେବାକୁ ଯାଉଛି । ଦୀର୍ଘଦିନ ଧରି କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟରେ ଲାଗି ରହିଥିବା ଶୁଣାଣିର ଅନ୍ତ ଘଟିବାକୁ ଯାଉଛି । ଆଜି (ମଙ୍ଗଳବାର) ଏହି ମାମଲାର ଚୁଡାନ୍ତ ରାୟ ପ୍ରକାଶ କରିବେ କର୍ଣ୍ଣାଟକ ହାଇକୋର୍ଟ ।

ଶିକ୍ଷାନୁଷ୍ଠାନରୁ ଆରମ୍ଭ ହୋଇଥିବା ଏହି ବହୁଚର୍ଚ୍ଚିତ ହିଜାବ ବିବାଦ କର୍ଣ୍ଣାଟକ ରାଜନୀତିକୁ ମଧ୍ୟ ଉଷ୍ମ କରିଥିଲା । କିଛି ସ୍ଥାନରେ ହିଂସା ମଧ୍ୟ ଦେଖିବାକୁ ମିଳିଥିଲା । କିଛି ଦିନ ଶିକ୍ଷାନୁଷ୍ଠାନ ବନ୍ଦ ହେବା ସହ କିଛି ସ୍ଥାନରେ କର୍ଫ୍ୟୁ ମଧ୍ୟ ଲଗାଯାଇଥିଲା । ଏହି ଘଟଣାରେ ନିର୍ଦ୍ଦେଶ ଜାରି କରିଥିଲ ରାଜ୍ୟ ସରକାର । ଶିକ୍ଷାନୁଷ୍ଠାନରେ କେବଳ ନିର୍ଦ୍ଧାରିତ ସ୍କୁଲ ୟୁନିଫର୍ମ ବ୍ୟତୀତ ଅନ୍ୟ କୌଣସି ଧର୍ମୀୟ ପୋଷାକ ପରିଧାନ କରି ସ୍କୁଲ ଆସିବା ଉପରେ କର୍ଣ୍ଣାଟକ ସରକର ପ୍ରତିବନ୍ଧକ ଲଗାଇଥିଲେ ।

ଯାହାକୁ ବିରୋଧ କରି ସଂଖ୍ୟାଲଘୁ ପକ୍ଷ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏକାଧିକ ଥର ଶୁଣାଣି ହୋଇଥିଲେ ସୁଦ୍ଧା ଅଦ୍ୟାବଧି ଚୂଡାନ୍ତ ରାୟ ଆସିପାରି ନଥିଲା । କେବଳ ଅନ୍ତରୀଣ ରାୟ ଅନୁସାରେ, ଶିକ୍ଷାନୁଷ୍ଠାନରେ ପାଠପଢା ଜାରି ରଖିବାକୁ କର୍ଣ୍ଣାଟକ ସରକରାଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଆଜି ଏହି ବହୁଚର୍ଚ୍ଚିତ ମାମଲାର ଚୂଡାନ୍ତ ରାୟ ଆସିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 15, 2022, 6:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.