ବେଙ୍ଗାଲୁରୁ: ମହାମାରୀ କୋରୋନା ସମୟରେ ଅକ୍ସିଜେନର ସଙ୍କଟ । ଯାହା ଏବେ ପୁରା ଦେଶବାସୀଙ୍କ ଚିନ୍ତା ବଢାଇଦେଇଛି । ଏହାରି ମଧ୍ୟରେ ପ୍ରଥମ ଅମ୍ଳଜାନ ଏକ୍ସପ୍ରେସ ଟ୍ରେନ କର୍ଣ୍ଣାଟକ ବେଙ୍ଗାଲୁରୁର ହ୍ବାଇଟ ଫିଲ୍ଡରେ ଆସି ପହଞ୍ଚିଛି । 2ଟି ଏକ୍ସପ୍ରେସରେ 6ଟି କ୍ରାୟୋଜେନିକ କଣ୍ଟେନରରେ 120 ଟନ ତରଳ ମେଡିକାଲ ଅକ୍ସିଜେନ (ଏଲଏମଓ) ଆଜି ସକାଳେ ପହଞ୍ଚିଛି ।
ଏକ ସବୁଜ କରିଡର ମଧ୍ୟରେ ଟ୍ରେନ ଆସି ବେଙ୍ଗାଲୁରୁରେ ପହଞ୍ଚିଛି । ପ୍ରତ୍ୟେକ କଣ୍ଟେନରରେ 20 ଟନ୍ ଏଲଏମଓ ରହିଛି । ଏହି ଟ୍ରେନ ସୋମବାର ଟାଟାନଗର ଷ୍ଟେସନ ଛାଡି ଆଜି ସକାଳେ ବେଙ୍ଗାଲୁରୁରେ ପହଞ୍ଚିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ