ETV Bharat / bharat

Karnataka: ସିଦ୍ଧରମୈୟା ବିଧାୟକ ଦଳ ନେତା ନିର୍ବାଚିତ, ଶନିବାର ନେବେ ଶପଥ - କର୍ଣ୍ଣାଟକ କଂଗ୍ରେସ

କଂଗ୍ରେସ ବିଧାୟକ ଦଳ ନେତା ହେଲେ ସିଦ୍ଧରମୈୟା । ଶନିବାର ଶପଥ ଗ୍ରହଣ ସମାରୋହ । ଶୁଭେଚ୍ଛା ଜଣାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବଶବରାଜ ବୋମ୍ମାଇ । ଅଧିକ ପଢନ୍ତୁ

Karnataka: ବିଧାୟକ ଦଳ ନେତା ନିର୍ବାଚିତ ହେଲେ ସିଦ୍ଧରମୈୟା, ଗୁରୁବାର ନେବେ ଶପଥ

author img

By

Published : May 18, 2023, 9:32 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ କଂଗ୍ରେସର ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେଲେ ସିଦ୍ଧରମୈୟା । ଆଜି ସଂଧ୍ୟାରେ ରାଜଧାନୀ ବେଙ୍ଗାଲୁରୁରେ ବସିଥିବା କଂଗ୍ରେସ ବିଧାୟକ ଦଳ ବୈଠକରେ ତାଙ୍କୁ ନେତା ନିର୍ବାଚିତ କରାଯାଇଛି । ନେତା ନିର୍ବାଚିତ ହେବା ପରେ ତାଙ୍କୁ କେନ୍ଦ୍ରୀୟ ନେତାଙ୍କ ସମେତ ଡି.କେ ଶିବକୁମାର ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବଶବରାଜ ବୋମ୍ମାଇ ମଧ୍ୟ ଟ୍ବିଟ କରି ସିଦ୍ଧରମୈୟାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

  • #KarnatakaCM | "Congratulations to Siddaramaiah on being chosen as the Chief Minister of Karnataka. I wish that you fulfill the aspirations of the people of Karnataka," tweets former CM and BJP leader Basavaraj Bommai pic.twitter.com/zzY6mbPGOY

    — ANI (@ANI) May 18, 2023 " class="align-text-top noRightClick twitterSection" data=" ">

ଆଜି ସଂଧ୍ୟାରେ ଆୟୋଜିତ ବିଧାୟକ ଦଳ ବୈଠକେରେ 135 ନିର୍ବାଚିତ ବିଧାୟକଙ୍କ ସହ ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଉପସ୍ଥିତ ଥିଲେ । ବୈଠକ ଆରମ୍ଭ ହେବା ପୂର୍ବରୁ ଅପରାହ୍ନରେ କଂଗ୍ରେସର ବରିଷ୍ଠ ନେତା ପରମେଶ୍ବର ଦଳୀୟ ପ୍ରତିନିଧି ଭାବେ ରାଜ୍ୟପାଳ ଥାଓ୍ବରଚାନ୍ଦ ଗେହେଲୋଟଙ୍କୁ ଭେଟି ସରକାର ଗଠନ ଦାବି କରି ସାରିଛନ୍ତି । ଏବେ ନିଜେ ସିଦ୍ଧରମୈୟା ରାଜ୍ୟପାଳଙ୍କୁ ଭେଟିବା ପାଇଁ ରାଜଭବନ ଗସ୍ତ କରିଥିବା ମଧ୍ୟ ସୂଚନା ମିଳିଛି । 20 ତାରିଖ (ଶନିବାର)ରେ ଶପଥ ଗ୍ରହଣ ଉତ୍ସବ ହେବାକୁ ଯାଉଛି । ଏଥିରେ ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଧରମୈୟା ଓ ଉପମୁଖ୍ୟମନ୍ତ୍ରୀ ଭାବେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାର ଶପଥ ଗ୍ରହଣ କରିବେ । ସେହିପରି ଅନ୍ୟ କେତେଜଣ ମନ୍ତ୍ରୀ ସିଦ୍ଧରମୈୟାଙ୍କ କ୍ୟାବିନେଟରେ ଶପଥ ନେବେ ସେ ନେଇ କିଛି ସ୍ପଷ୍ଟ ହୋଇନି । କେତେକ ବିଜେପି ବିରୋଧୀ ନେତାଙ୍କୁ ଦଳ ଶପଥ ଗ୍ରହଣ ସମାରୋହକୁ ଅତିଥି ଭାବେ ଡାକି ବିରୋଧୀ ଏକତାର ଝଲକ ଦେଖାଇବାରେ ବୋଲି ଚର୍ଚ୍ଚା ହେଉଛି ।

କର୍ଣ୍ଣାଟକରେ ଭାରତୀୟ ଜନତା ପାର୍ଟିକୁ କ୍ଷମତାରୁ କ୍ଷମତାଚ୍ୟୁତ କରି କଂଗ୍ରେସ ଐତିହାସିକ ବିଜୟ ହାସଲ କରିଛି । ଫଳାଫଳ ଆସିବା ପରେ ପ୍ରଦେଶ କଂଗ୍ରେସର ଦୁଇ ହେଭିଓ୍ବେଟ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ବର୍ତ୍ତମାନର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାର ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ଭାବେ ସାମ୍ନାକୁ ଆସିଥିଲେ । ସ୍ଥିତି ଏପରି ହୋଇଥିଲା ଯେ, ଉଭୟ ନେତାଙ୍କ ସହ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଆଲୋଚନା କରିବା ପରେ ମଧ୍ୟ ସମାଧାନର ରାସ୍ତା ବାହାରି ପାରିନଥିଲା । ଉଭୟଙ୍କୁ ଦିଲ୍ଲୀ ଡାକରା ଦେଇଥିଲେ ହାଇକମାଣ୍ଡ । ଉଭୟ ଦିଲ୍ଲୀ ଗସ୍ତ କରି ପୃଥକ ପୃଥକ ଭାବେ ଦଳୀୟ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ ।

ଦୀର୍ଘ 4 ଦିନର କଳ୍ପନା ଜଳ୍ପନା ପରେ ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ଓ ଡି.କେଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଦଳ ରାଜି କରିବାରେ ସଫଳ ହୋଇଥିଲା । ଆଜି ଉଭୟ ନେତା ଦିଲ୍ଲୀ ଗସ୍ତ ସାରି ବେଙ୍ଗାଲୁୁରୁରେ ପହଞ୍ଚିଥିଲେ । ସେଠାରେ ବିଧାୟକ ଦଳ ବୈଠକରେ ବିଧିବଦ୍ଧ ଭାବେ ସିଦ୍ଧରମୈୟା ନେତା ଭାବେ ନିର୍ବାଚିତ ହୋଇଛନ୍ତି । 20 ତାରିଖରେ ସିଦ୍ଧରମୈୟାଙ୍କ ଶପଥଗ୍ରହଣ ସହ ରାଜ୍ୟରେ କଂଗ୍ରେସ ଶାସନ ଆରମ୍ଭ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.