ETV Bharat / bharat

୪୦ ଲକ୍ଷ ଲାଞ୍ଚ ନେଇ ବିଜେପି ବିଧାୟକଙ୍କ ପୁଅ ଗିରଫ

୪୦ ଲକ୍ଷ ଲାଞ୍ଚ ନେଉଥିବାବେଳେ ଧରାପଡିଲେ କର୍ଣ୍ଣାଟକ ବିଜେପି ବିଧାୟକଙ୍କ ପୁଅ । ଲାଞ୍ଚ ଟଙ୍କା ଜବତ ସହ ବିଧାୟକଙ୍କ ପୁଅ ଗିରଫ । ଅଧିକ ପଢନ୍ତୁ

author img

By

Published : Mar 3, 2023, 10:42 AM IST

ଲାଞ୍ଚ ନେଇ ବିଜେପି ବିଧାୟକଙ୍କ ପୁଅ ଗିରଫ
ଲାଞ୍ଚ ନେଇ ବିଜେପି ବିଧାୟକଙ୍କ ପୁଅ ଗିରଫ
ଲାଞ୍ଚ ନେଇ ବିଜେପି ବିଧାୟକଙ୍କ ପୁଅ ଗିରଫ
ଲାଞ୍ଚ ନେଇ ବିଜେପି ବିଧାୟକଙ୍କ ପୁଅ ଗିରଫ

ବେଙ୍ଗାଲୁରୁ: ଲାଞ୍ଚ ନେବାବେଳେ ଧରାପଡିଲେ ବିଜେପି ବିଧାୟକଙ୍କ ପୁଅ । ଜଣେ ବ୍ୟକ୍ତିଙ୍କ ଠାରୁ ୪୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ କର୍ଣ୍ଣାଟକ ବିଜେପି ବିଧାୟକ ମାଦଲ ବିରୁପ୍ରକାଶପ୍ପାଙ୍କ ପୁଅ ପ୍ରଶାନ୍ତ କୁମାର ଲୋକାୟୁକ୍ତ ହାତରେ ଧରା ପଡିଛନ୍ତି । ଗତକାଲି(ଗୁରୁବାର) ସେ ନିଜ ଅଫିସରେ ଏହି ଲାଞ୍ଚ ନେଉଥିବାବେଳେ ଲୋକାୟୁକ୍ତ ଅଧିକାରୀମାନେ ମାଡି ବସିଥିଲେ । ଅଫିସ୍‌ ଭିତରେ ଖୋଜାଖୋଜି ସମୟରେ ଆହୁରି ୧.୭ କୋଟି ଟଙ୍କା ଜବତ ହୋଇଥିଲା । ଲାଞ୍ଚ ମାମଲାରେ ଲୋକାୟୁକ୍ତ ଅଭିଯୁକ୍ତ ପ୍ରଶାନ୍ତଙ୍କୁ ଗିରଫ କରିଛି ।

ସୂଚନା ମୁତାବକ, କର୍ଣ୍ଣାଟକ ବିଜେପି ବିଧାୟକ ମାଦଲ ବିରୁପ୍ରକାଶପ୍ପା କର୍ଣ୍ଣାଟକ ସୋପ୍ ଏବଂ ଡିଟରଜେଣ୍ଟ ଲିମିଟେଡର (KSDL) ଅଧ୍ୟକ୍ଷ ଅଛନ୍ତି । KSDL ମହୀଶୂର ସାଣ୍ଡେଲ ସୋପ୍ ଉତ୍ପାଦନ ପାଇଁ ଅଧିକ ଜଣାଶୁଣା । ପୁଅ ପ୍ରଶାନ୍ତ କୁମାର ବେଙ୍ଗାଲୁରୁ ୱାଟର ସପ୍ଲାଏ ଆଣ୍ଡ ସ୍ବେରେଜ ବୋର୍ଡର ଚିଫ୍ ଆକାଉଣ୍ଟ ଅଫିସର ଅଟନ୍ତି । ପ୍ରଶାନ୍ତ କୌଣସି ଏକ କାମ ପାଇଁ ଜଣେ ବ୍ୟକ୍ତିଙ୍କୁ ୪୦ ଲକ୍ଷ ଟଙ୍କା ଦାବି କରିଥିବା ନେଇ ଗତକାଲି ସକାଳେ ଲୋକାୟୁକ୍ତରେ ଅଭିଯୋଗ ହୋଇଥିଲା । ତାଙ୍କୁ ଧରିବାକୁ ଲୋକାୟୁକ୍ତ ଅଧିକାରୀମାନେ ଜାଲ ବିଛାଇ ଥିଲେ । ପୂର୍ବ ଯୋଜନା ଅନୁସାରେ, ଅଭିଯୋଗକାରୀଙ୍କ ଠାରୁ ପ୍ରଶାନ୍ତ ଲାଞ୍ଚ ଗ୍ରହଣ କରୁଥିବା ସମୟରେ ପୂର୍ବରୁ ଛକି ରହିଥିଲେ ଲୋକାୟୁକ୍ତ ଅଧିକାରୀ ତାଙ୍କୁ ମାଡି ବସିଥିଲେ ।

ଏହାମଧ୍ୟ ପଢନ୍ତୁ: CM Mann meets Amit Shah: ସୀମାପାର ଅସ୍ତ୍ରଶସ୍ତ୍ର ଓ ନିଶା କାରବାର ପାଇଁ ମାଗିଲେ ଅନୁଦାନ

ଜଣେ ଲୋକାୟୁକ୍ତ ଅଧିକାରୀ କହିଛନ୍ତି ଯେ, ବିଧାୟକଙ୍କ ପୁଅ ଠାରୁ ୪୦ ଲକ୍ଷ ଲାଞ୍ଚ ଟଙ୍କା ଜବତ କରାଯିବା ପରେ ତାଙ୍କର ଅଫିସରେ ତଲାସି କରାଯାଇଥିଲା । ତେବେ ଛାନଭିନ୍ ସମୟରେ ଅଫିସରୁ ପୁଣି ୧.୭ କୋଟି ଟଙ୍କା ମିଳିଥିଲା । ଏହାପରେ ବିଧାୟକଙ୍କ ବାସଭବନରେ ଚଢାଉ କରାଯାଇଥିଲା । ସେଠାରୁ ଆହୁରି ୬ କୋଟି ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ତେବେ ପ୍ରଶାନ୍ତ ତାଙ୍କ ବାପା ବିରୁପ୍ରକାଶପ୍ପାଙ୍କ ପକ୍ଷରୁ ଏହି ଟଙ୍କା ନେଉଥିବା ସନ୍ଦେହ କରଯାଉଛି । ତେବେ କେଉଁ ଉତ୍ସରୁ ସେ ଏହି ଟଙ୍କା ଆଦାୟ କରିଥିଲେ ସେନେଇ ତଦନ୍ତ କରାଯାଉଛି । ଏହି ଘଟଣାରେ ପଚରାଉଚରା ପାଇଁ ଲୋକାୟୁକ୍ତ ବିଜେପି ବିଧାୟକଙ୍କୁ ସମନ ଜାରି କରିପାରେ ।

ଏହାମଧ୍ୟ ପଢନ୍ତୁ: ବ୍ୟବସାୟଠୁ ବଳିଗଲା ପରିବହନ ଖର୍ଚ୍ଚ: 1800 ଖର୍ଚ୍ଚ କରି ମାର୍କେଟରେ ପହଞ୍ଚିଲେ, ରୋଜଗାର ହେଲା 1400

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.