ETV Bharat / bharat

Karnataka Poll: 135ରୁ ଅଧିକ ଆସନ ଜିତିବ ବିଜେପି: ବିଏସ ୟେଦିରୁପ୍ପା - ଶେଷ ହେଲା ବିଧାନସଭା ନିର୍ବାଚନ ପ୍ରଚାର

ବିଏସ ୟେଦିରୁପ୍ପା କହିଛନ୍ତି, ‘‘ବିଜେପି 135 ରୁ ଅଧିକ ସିଟ ପାଇବ । ଦଳ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିବ । କଂଗ୍ରେସର କୌଣସି ରଣନୀତି କାମ ଦେବ ନାହିଁ ।" ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : May 8, 2023, 9:54 PM IST

ବେଙ୍ଗାଲୁର: ବିଜେପି 135 ରୁ ଅଧିକ ସିଟ ପାଇବ । ଦଳ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିବ । କଂଗ୍ରେସର କୌଣସି ରଣନୀତି କାମ ଦେବ ନାହିଁ । କଂଗ୍ରେସ ଗୋଟିଏ ବୁଡି ଯାଉଥିବା ଜାହାଜ । କଂଗ୍ରେସକୁ ଲୋକେ ପ୍ରତ୍ୟାଖାନ କରିଛନ୍ତି । ୟୁପିରେ କଂଗ୍ରେସର ଶୀର୍ଷ ନେତା 4 ରୁ 5 ମାସ ପ୍ରଚାର କଲା ପରେ ଦଳ 2 ରୁ 3 ଟି ଆସନ ପାଇଛି । କର୍ଣ୍ଣାଟକରେ ମଧ୍ୟ ସ୍ଥିତି ସେୟା ହେବ । ମୋର ବିଶ୍ବାସ ବିଜେପି ନିଜ ରଣନୀତିରେ ସଫଳ ହେବ । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଏହା କହିଛନ୍ତି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦିରୁପ୍ପା ।

ଏହାବି ପଢନ୍ତୁ- Agharia Samaj Voter: ଝାରସୁଗୁଡା ଉପନିର୍ବାଚନକୁ କେତେ ପ୍ରଭାବିତ କରିବେ ଅଘରିଆ ଭୋଟର?

ବିଏସ ୟେଦିରୁପ୍ପା କହିଛନ୍ତି, ‘‘ବିଜେପି 135 ରୁ ଅଧିକ ସିଟ ପାଇବ । ଦଳ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିବ । କଂଗ୍ରେସର କୌଣସି ରଣନୀତି କାମ ଦେବ ନାହିଁ । କଂଗ୍ରେସ ଗୋଟିଏ ବୁଡି ଯାଉଛିବା ଜାହାଜ । କଂଗ୍ରେସକୁ ଲୋକେ ପ୍ରତ୍ୟାଖାନ କରିଛନ୍ତି । ୟୁପିରେ କଂଗ୍ରେସର ଶୀର୍ଷ ନେତା 4 ରୁ 5 ମାସ ପ୍ରଚାର କଲା ପରେ ଦଳ 2 ରୁ 3 ଟି ଆସନ ପାଇଛି । କର୍ଣ୍ଣାଟକରେ ମଧ୍ୟ ସ୍ଥିତି ସେୟା ହେବ। ମୋର ବିଶ୍ବାସ ବିଜେପି ନିଜ ରଣନୀତିରେ ସଫଳ ହେବ ।’’

ୟେଦିରୁପ୍ପା କହିଛନ୍ତି ନିର୍ବାଚନରେ ବିଜେପିକୁ ସ୍ପଷ୍ଟ ବହୁମତ ମିଳିବ । ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ କର୍ଣ୍ଣାଟକର ସ୍ଥିତି ସମ୍ପର୍କରେ ପୁରା ଅବଗତ ଅଛନ୍ତି । ଏଥିପାଇଁ ରାଜ୍ୟ ବ୍ୟାପୀ ରାଲି ରୋଡ ଶୋ କରି ଲୋକଙ୍କ ପାଖକୁ ପହଞ୍ଚିଛନ୍ତି । ମୋର ବିଶ୍ବାସ ଦଳ 135 ରୁ ଅଧିକ ଆସନ ପାଇବ । କଂଗ୍ରେସ ଏକ ବୁଡିଯାଉଥିବା ଜାହଜ । କଂଗ୍ରେସର ଦୁଇ ଶୀର୍ଷ ନେତା ରାହୁଲ ଗାନ୍ଧୀ ପ୍ରିୟଙ୍କା ଗାନ୍ଧୀ ୟୁପିରେ 4 ରୁ 5 ମାସ ପ୍ରଚାର କଲେ । ଦଳ ପାଇଲା 2 ରୁ 3ଟି ଆସନ । ଏଠି ମଧ୍ୟ ସ୍ଥିତି ସେୟା ହେବ ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ବହୁ ମୁଦ୍ଦା ସ୍ଥାନ ପାଇଥିଲା । ବିଜେପି କଂଗ୍ରେସ ଆକ୍ରମଣ ପ୍ରତିଆକ୍ରମଣରେ ଉଭୟେ ଉଭୟଙ୍କୁ ଘେରିଥିଲେ । କିନ୍ତୁ କଂଗ୍ରେସ ଭ୍ରଷ୍ଟାଚାର, ନିଯୁକ୍ତି 40 ପ୍ରତିଶତ କମିଶନକୁ ବଡ ମୁଦ୍ଦା କରି ବିଜେପିକୁ ବ୍ୟାକଫୁଟକୁ ଠେଲିଦେଇଥିଲା । କିନ୍ତୁ ମେ’ 2 ରେ କଂଗ୍ରେସର ନିର୍ବାଚନ ଇସ୍ତାହାର ଜାରି ହେବା ପରେ ସମ୍ପୂର୍ଣ୍ଣ ବାଜି ଓଲଟି ପଡିଲା । ବ୍ୟାକଫୁଟରେ ଥିବା ବିଜେପି ହଠାତ ଫ୍ରଣ୍ଟଫୁଟକୁ ଆସି ଆକ୍ରମଣ କଲା । ବିଜେପିକୁ ମିଳିଗଲା ବଜରଙ୍ଗବାଲୀ ଅସ୍ତ୍ର । ଏହି ଗୋଟିଏ ପ୍ରସଙ୍ଗ ହିଁ ବିଜେପିକୁ ପୁରା କ୍ୟାମ୍ପେନରେ ବଡ ମାଇଲେଜ ଦେଲା । ଏହି ଗୋଟିଏ ପ୍ରସଙ୍ଗ ହିଁ ସବୁ ପ୍ରସଙ୍ଗକୁ ଧୂଳିସାତ କରିଦେଲା । ମେ’ ପରଠାରୁ ବଜରଙ୍ଗବାଲୀ ପିଏଫଆଇ ପ୍ରସଙ୍ଗ ହିଁ ବଡ ମୁଦ୍ଦା ହେଲା ।

ଏତତ ବ୍ୟତୀତ ପ୍ରଚାରର ଶେଷ ସପ୍ତାହରେ ମୈଦାନକୁ ଓହ୍ଲାଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ପରିବାରବାଦ, ସଶକ୍ତ ଭାରତ ନିର୍ମାଣ, ଡବଲ ଇଞ୍ଜିନ ସରକାର, ଦୀର୍ଘମିଆଦି ବିକାଶ, ହିନ୍ଦୁତ୍ବ ଏଜେଣ୍ଡା ସମେତ ବଜରଙ୍ଗବାଲୀ ପ୍ରସଙ୍ଗରେ ପୁରା ଛାଇ ଯାଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଘନ ଘନ ନିର୍ବାଚନ ରାଲି, ମନ୍ଦିର ଦର୍ଶନ, ରୋଡ ଶୋ ଜରିଆରେ ପୁରା ପାଗ ପରିବେଶ ବଦଳାଇ ଦେଇଥିଲେ । ବିଜେପିର ଅନ୍ୟ ବରିଷ୍ଠ ନେତା ମାନେ ମଧ୍ୟ ସାରା ରାଜ୍ୟରେ ଛାଇ ଯାଇଥିଲେ । କଂଗ୍ରେସ ମଧ୍ୟ ବିଜେପିକୁ କଡା ଟକ୍କର ଦେବା ସହ ପ୍ରତି ପ୍ରସଙ୍ଗରେ ବିଜେପି ଘେରିଛି ।

ଶେଷ ହୋଇଛି କର୍ଣ୍ଣାଟକ ବିଧାନସଭା ପାଇଁ ନିର୍ବାଚନ ପ୍ରଚାର । ସୋମବାର ସଂଧ୍ୟା 6 ଟା ରେ ଶେଷ ହୋଇଛି ପ୍ରଚାର । ଗୋଟିଏ ଦିନ ପରେ ଅର୍ଥାତ 10 ମେ’ ରେ ହେବ ମତଦାନ । 13 ମେ ’ ରେ ଆସିବ ଫଳାଫଳ । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ବେଳେ ବଦଳି ଯାଇଛି ସମୀକରଣ, ଆସିଛି ନୂଆ ନୂଆ ମୁଦ୍ଦା । ଆରୋପ ପ୍ରତ୍ୟାରୋପରେ ବି ବଦଳି ଯାଇଥିଲା ଶବ୍ଦ, ବଦଳିଥିଲା ସ୍ବର । ସବୁ ପ୍ରସଙ୍ଗରେ ବିଜେପି କଂଗ୍ରେସ ମଧ୍ୟରେ ହୋଇଥିଲା ସିଧା ଟକ୍କର । ନିର୍ବାଚନୀ ସଭା, ରୋଡ ଶୋ... କିମ୍ବା ପଥପ୍ରାନ୍ତ ବୈଠକ ସବୁଠି ପରସ୍ପର ପ୍ରତି ଆକ୍ରମଣାତ୍ମକ ହୋଇଥିଲେ ବିଜେପି କଂଗ୍ରେସ । ପ୍ରତି ପ୍ରସଙ୍ଗରେ କେହି କାହାକୁ ଛାଡିବା ମୁଡରେ ନଥିଲେ । ଉଭୟ ଦଳ ନିଜ ନିଜ ବିଜୟ ପାଇଁ ଦାବି ଜୋରଦାର କରିଥିଲେ । ଦୁଇ ଦଳର ଶୀର୍ଷ ନେତା ମାନେ ମଧ୍ୟ ପୁରା ଶକ୍ତି ଲଗାଇଥିଲେ କର୍ଣ୍ଣାଟକ ମୈଦାନରେ ।

ସୂଚନାଯୋଗ୍ୟ ଯେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ମୋଦି 6 ଦିନରେ 19 ଟି ନିର୍ବାଚନ ସଭା କରିଥିବା ବେଳେ 6 ଟି ରୋଡ ଶୋ କରିଥିଲେ । ସେହିପରି ଗୃହମନ୍ତ୍ରୀ ଅମିତ ଶାହ 16 ରାଲି ସହ 15 ଟି ରୋଡ ଶୋ, ଜେପି ନଡ୍ଡା 10 ରାଲି ସହ 16 ଟି ରୋଡ ଶୋ କରିଥିଲେ । ଏତତ ବ୍ୟତୀତ ରାଜନାଥ ସିଂ 4 ଟି ରାଲି, 2 ଟି ରୋଡ ଶୋ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ 3 ଟି ରାଲି କରିଥିଲେ । ବିଏସ ୟେଦିରୁପ୍ପା 44 ଟି ଜନସଭା କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.