ETV Bharat / bharat

Karnataka Assembly Elections: 65.69 ପ୍ରତିଶତ ସହ ସରିଲା ଭୋଟିଂ, 13 ରେ ଫଳାଫଳ

author img

By

Published : May 10, 2023, 9:12 PM IST

Updated : May 10, 2023, 9:19 PM IST

65.69 ପ୍ରତିଶତ ସହ ସରିଲା କର୍ଣ୍ଣାଟକରେ ଭୋଟିଂ । 13 ରେ ଫଳାଫଳକୁ ଅପେକ୍ଷା । ଏକଜିଟ ପୋଲରେ ଝୁଲା ସରକାର ଆଡକୁ ଇଙ୍ଗୀତ । ଅଧିକ ପଢନ୍ତୁ

Karnataka Assembly elections: 65.69 ପ୍ରତିଶତ ସହ ସରିଲା ଭୋଟିଂ, 13 ରେ ଫଳାଫଳ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଆଜି ଗୋଟିଏ ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ ସଂଧ୍ୟା 5ଟା ସୁଦ୍ଧା 65.69 ପ୍ରତିଶତ ସହ ଭୋଟିଂ ହୋଇଛି । ଭୋଟିଂ ସରିବା ପରେ କଡା ସୁରକ୍ଷା ମଧ୍ୟରେ ଇଭିଏମକୁ ଷ୍ଟ୍ରଙ୍ଗରୁମରେ ରଖାଯାଇଛି । ଆସନ୍ତା 13 ରେ ଭୋଟ ଗଣତି ଓ ଜନାଦେଶ ପ୍ରକାଶ ପାଇବାକୁ ଯାଉଛି । ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦଳ ମୁଖ୍ୟ ଜେପି ନଡ୍ଡା, କେନ୍ଦ୍ର ଗୃମହନ୍ତ୍ରୀ ଅମିତ ଶାହ, ଶିବରାଜ ସିଂ ଚୌହାନ, ଯୋଗୀ ଆଦିତ୍ୟନାଥ, ହିମନ୍ତ ବିଶ୍ବଶର୍ମା ପ୍ରମୁଖ ନିର୍ବାଚନୀ ମୈଦାନରେ ଦଳ ପାଇଁ ପ୍ରଚାର କରିଛନ୍ତି । ଦଳର ସବୁଠୁ ଲୋକପ୍ରିୟ ଚେହେରା ପ୍ରଧାନମନ୍ତ୍ରୀ ମୋଦି ଏକାଧିକ ଜନସଭାକୁ ସମ୍ବୋଧିତ କରିବା ରାଜଧାନୀ ବେଙ୍ଗାଲୁରୁ, ବେଲଗାଭୀ ଓ ମାଣ୍ଡ୍ୟା ଜିଲ୍ଲାରେ ରୋଡ ସୋ’ କରି ଦଳ ପାଇଁ କ୍ରାଉଡ୍‌ ପୁଲର ହୋଇଥିଲେ ।

ସେହିପରି ଶାସନରେ ଥିବା ବିଜେପିର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ମଧ୍ୟ ପ୍ରଚାରରେ କୌଣସି ଅବସର ଛାଡି ନଥିଲା । ଦଳ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ରଣଦ୍ବୀପ ସୂର୍ଯେ୍ଓ୍ବାଲା, ଜୟରାମ ରମେଶ, କେ.ସି ବେଣୁଗୋପଲ ପ୍ରମୁଖ ରାଜ୍ୟବ୍ୟାପୀ ମାରାଥାନ ପ୍ରଚାର କରିଥିଲେ । ଏପରିକି ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ପ୍ରାୟ 5 ବର୍ଷ ଧରି ନିର୍ବାଚନୀ ରାଲିରୁ ଦୂରେଇ ରହିଥିଲେ ସୁଦ୍ଧା ଚଳିତ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ । ଦଳର କେନ୍ଦ୍ରୀୟ ନେତୃତ୍ବଙ୍କ ସହ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବ କୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ପ୍ରମୁଖ ପ୍ରଚାର କରିଥିଲେ । କଂଗ୍ରେସ ବିଜେପିକୁ 40 ପ୍ରତିଶତ ପିସି ସରକାର କହି ଲୋକଙ୍କୁ ସୁଶାସନ ପାଇଁ କଂଗ୍ରେସକୁ ଭୋଟ ଦେବାକୁ ଅନୁରୋଧ କରିଥିଲା ।

ବିଜେପି ଓ କଂଗ୍ରେସ ଦୁଇଟି ଜାତୀୟ ଦଳ ଛଡା ଜେଡିଏସ ମଧ୍ୟ ନିର୍ବାଚନ ମୈଦାନରେ ଥିଲା । ପୂର୍ବଥର (2018)ରେ ଜେଡିଏସ୍‌ କଂଗ୍ରେସ ସହ ମିଶି ସରକାର ଗଠନ କରିଥିଲେ ସୁଦ୍ଧା ପରେ ଅନାସ୍ଥାରେ ସରକାରର ପତନ ହୋଇଥିଲା । ଏଚ.ଡି କୁମାରାସ୍ବାମୀ ପ୍ରଥମେ କଂଗ୍ରେସ ସହ ମେଣ୍ଟ ଶାସନରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ପରେ ସରକାରର ପତନ ହେବା ପରେ ବିଜେପି କ୍ଷମତାକୁ ଆସିବା ସହ ଦଳର ବରିଷ୍ଠ ନେତା ବି.ଏସ ୟେଦ୍ଦିରପ୍ପା ମୁଖ୍ୟମନ୍ତ୍ରୀ ହେଲେ । ପରେ ତାଙ୍କୁ ଦଳ ବିଶ୍ରାମ ଦେଇ ତାଙ୍କ ସରକାରରେ ଗୃହମନ୍ତ୍ରୀ ଥିବା ବଶବରାଜ ବୋମ୍ମାଇଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା । ଚଳିତ ନିର୍ବାଚନ ମଧ୍ୟ ବିଜେପି ବୋମ୍ମାଇଙ୍କ ନେତୃତ୍ବରେ ଲଢିଛି ।

ଆଜି ଭୋଟ ଗ୍ରହଣ ଶେଷ ହେବା ପରେ ବିଭିନ୍ନ ଗଣମାଧ୍ୟମରେ ଏକଜିଟ ପୋଲରେ ଝୁଲା ବିଧାନସଭା ଆଡକୁ ସଙ୍କେତ ମିଳିଛି । ରାଜ୍ୟରେ ବିଜେପି କିମ୍ବା କଂଗ୍ରେସକୁ ଏକକ ବହୁମତ ମିଳିବନାହିଁ । ଉଭୟ ଜାତୀୟ ଦଳ ବହୁମତ ଠାରୁ ପଛରେ ରହିବେ । ରାଜ୍ୟରେ ଚଳିତ ଥର ଝୁଲା ସରକାର ଗଠନ ହେବା ନେଇ ପୂର୍ବାକଳନ ପ୍ରକାଶ ପାଇଛି । ଏପରି ସ୍ଥଳରେ ଦେବେଗୌଡାଙ୍କ ଜନତା ଦଳ ସିକ୍ୟୁଲାର (JDS) 2018 ନିର୍ବାଚନ ଭୂମିକାକୁ ଆସି ସରକାର ଗଠନରେ ନର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରେ । ଆଜି(ବୁଧବାର) ମତଦାନ ଶେଷ ହେବା ପରେ ଏକାଧିକ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ବୁଥବାହୁଡା ଜନମତ ସର୍ଭେ (ଏକ୍‌ଜିଟ ପୋଲ)ରେ ଏପରି ପୂର୍ବାକଳନ ପ୍ରକାଶ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 10, 2023, 9:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.