ETV Bharat / bharat

ଆଜି ଦିନ ୨ଟାରେ କର୍ଣ୍ଣାଟକ କ୍ୟାବିନେଟ ସମ୍ପ୍ରସାରଣ - କର୍ଣ୍ଣାଟକ କ୍ୟାବିନେଟ ସମ୍ପ୍ରସାରଣ

ନୂଆ କ୍ୟାବିନେଟରେ କୌଣସି ଉପ-ମୁଖ୍ୟମନ୍ତ୍ରୀ ରହିବେ ନାହିଁ । ଏଥିପାଇଁ କେନ୍ଦ୍ରୀୟ ନେତା ନିଷ୍ପତି ନେଇଥିବା ମୁଖ୍ୟମନ୍ତ୍ରୀ ବାସବରାଜ ସ୍ପଷ୍ଟ କରିଛନ୍ତି । ଅଧିକ ପଢନ୍ତୁ...

Karnatak council of ministers
Karnatak council of ministers
author img

By

Published : Aug 4, 2021, 1:05 PM IST

ବେଙ୍ଗାଲୁର/ଦିଲ୍ଲୀ: ଆଜି ଦିନ ୨ଟା ବାଜି ୧୫ ମିନିଟରେ କର୍ଣ୍ଣାଟକ କ୍ୟାବିନେଟର ହେବ ସମ୍ପ୍ରସାରଣ । ରାଜଭବନ ଅଭିଷେକ ହଲରେ ଆୟୋଜିତ ହେବାକୁ ଥିବା ଏକ ସ୍ବତନ୍ତ୍ର ଉତ୍ସବରେ ନୂଆ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇବେ ରାଜ୍ୟପାଳ ଥାୱରଚନ୍ଦ୍ର ଗେହେଲଟ ।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ ନୂଆଦିଲ୍ଲୀ ଯାଇ କେନ୍ଦ୍ରୀୟ ନେତାଙ୍କ ପରାମର୍ଶରେ କ୍ୟାବିନେଟର ରୂପରେଖ ପ୍ରସ୍ତୁତ କରିଛନ୍ତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ ଆଜି ମୋଟ ୨୯ ଜଣ ବିଧାୟକ କ୍ୟାବିନେଟ ମନ୍ତ୍ରୀ ଭାବେ ନେବେ ଶପଥ । ସେମାନଙ୍କ ମଧ୍ୟରେ ଲିଙ୍ଗାୟତ ସମ୍ପ୍ରଦାୟରୁ ୮ ଜଣ ବିଧାୟକ, ୱକ୍କାଲିଙ୍ଗା ଓ ପଛୁଆ ବର୍ଗ(ଓବିସି) ରୁ ୭ ଜଣ ଲେଖାଏଁ, ୩ ଜଣ ଦଳିତ , ଜଣେ ଏସଟି ବର୍ଗରୁ ଓ ଜଣେ ମହିଳା ବର୍ଗରୁ ମନ୍ତ୍ରୀ ହେବେ । କ୍ୟାବିନେଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦିରୁପ୍ପାଙ୍କ ପୁଅ ବିଜୟେନ୍ଦ୍ରଙ୍କୁ ସାମିଲ କରାଯାଇ ନାହିଁ । ଯାହାକୁ ନେଇ ଏବେ ପୁଣି ଭିନ୍ନ ଭିନ୍ନ ଚର୍ଚ୍ଚା ହେଲେଣି ।

ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବର୍ତ୍ତମାନର କ୍ୟାବିନେଟରେ କୌଣସି ଉପ-ମୁଖ୍ୟମନ୍ତ୍ରୀ ରହିବେ ନାହିଁ । ଏଥିପାଇଁ କେନ୍ଦ୍ରୀୟ ନେତା ନିଷ୍ପତି ନେଇଥିବା ମୁଖ୍ୟମନ୍ତ୍ରୀ ବାସବରାଜ ସ୍ପଷ୍ଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.