ETV Bharat / bharat

କାର୍ଗିଲ ବିଜୟ ଦିବସ: ପ୍ରତିକୂଳ ପରିସ୍ଥିତିରେ ଅସୀମ ବୀରତା ପ୍ରଦର୍ଶନ କରିଥିଲା ଭାରତୀୟ ସେନା

ଆଜିକୁ ଠିକ ୨୨ ବର୍ଷ ତଳେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିଲା ଘମାଘୋଟ ଲଢେଇ । କାର୍ଗିଲ ଉଚ୍ଚ ପାହାଡକୁ କବଜା କରିଥିବା ପାକ୍ ସେନାକୁ ମାତ୍ ଦେଇ ଶେଷରେ ୧୯୯୯ ମସିଆ ଜୁଲାଇ ୨୬ରେ କାର୍ଗିଲର ଉଚ୍ଚ ପାହାଡ ଶୀର୍ଷରେ ତ୍ରିରଙ୍ଗା ଉଡାଇ ଥିଲା ଭାରତ । ପ୍ରତିକୂଳ ପରିସ୍ଥିତିରେ ଅସୀମ ବୀରତା ପ୍ରଦର୍ଶନ କରିଥିଲା ଭାରତୀୟ ସେନା । ଜାଣନ୍ତୁ ଏହି କର୍ଗିଲ ଯୁଦ୍ଧ ସହ ଜଡିତ କିଛି ଜଣାଅଜଣା କଥା

କାର୍ଗିଲ ବିଜୟ ଦିବସ: ଜାଣନ୍ତୁ କିଛି ଜଣାଅଜଣା କଥା

author img

By

Published : Jul 26, 2022, 12:33 PM IST

ନୂଆଦିଲ୍ଲୀ: ପାକିସ୍ତାନ ଅସ୍ତିତ୍ବକୁ ଆସିବା ପରଠୁ ଏହାର ଭାରତ ସହ ଏଯାବତ୍ ଚାରିଥର ଲଢେଇ ହୋଇସାରିଛି । ପ୍ରଥମ ୧୯୪୭ରେ ଭାରତ-ପାକିସ୍ତାନ ଲଢେଇ ହୋଇଥିଲା । ଯାହାକୁ କାଶ୍ମୀର ଯୁଦ୍ଧ ବି କୁହାଯାଏ । ଦ୍ବିତୀୟରେ ୧୯୬୫, ତୃତୀୟ ଲଢେଇ ୧୯୭୧ରେ ହୋଇଥିଲା । ଏଥିରେ ସାରା ଦୁନିଆ ଭାରତର ପରାକ୍ରମ ଦେଖିଥିଲା । ଏହି ଲଢେଇରେ ପାକିସ୍ତାନ ଦୁଇ ଭାଗ ହୋଇ ଗୋଟିଏ ଭାଗ ବାଲାଂଦେଶରେ ପରିଣତ ହୋଇଥିଲା । ଏହାପରେ ଚତୁର୍ଥ ତଥା ଅନ୍ତିମ ଯୁଦ୍ଧ ହୋଇଥିଲା କାର୍ଗିଲ । କାର୍ଗିଲ ଶିଖରକୁ କବ୍‌ଜା କରିଥିବା ପାକ୍ ସେନା ପୁଣିଥରେ ଭାରତ ଠାରୁ ମାତ୍ ଖାଇଥିଲା ।

କାର୍ଗିଲ ବିଜୟ ଦିବସ: ଜାଣନ୍ତୁ କିଛି ଜଣାଅଜଣା କଥା
କାର୍ଗିଲ ବିଜୟ ଦିବସ: ଜାଣନ୍ତୁ କିଛି ଜଣାଅଜଣା କଥା

୧୯୯୯ ମସିହା, ଆଜକୁ ଠିକ ୨୨ ବର୍ଷ ତଳେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିଲା ଘମାଘୋଟ ଲଢେଇ । ଏହି ଲଢେଇ ସେତେବେଳେ ହୋଇଥିଲା ଯେତେବେଳେ ଭାରତର ଅଗୋଚରରେ କାର୍ଗିଲ ଉଚ୍ଚ ପାହାଡକୁ କବଜା କରିଥିଲା ପାକିସ୍ତାନ ସେନା । ସେଇଠୁ ଆରମ୍ଭ ହୋଇଥିଲେ ଲଢେଇ । ଶେଷରେ ୧୯୯୯ ମସିଆ ଜୁଲାଇ ୨୬ରେ କାର୍ଗିଲର ଉଚ୍ଚ ପାହାଡ ଶୀର୍ଷରେ ତ୍ରିରଙ୍ଗା ଉଡାଇ ଥିଲା ଭାରତ । ତେବେ ଏହି କାର୍ଗିଲ ଯୁଦ୍ଧ ପଛରେ ପାକିସ୍ତାନର କଣ ଉଦ୍ଦେଶ୍ୟ ରହିଥିଲା ଏବଂ କେମିତି ପାକ୍ ସେନା ପରାଜୟ ବରଣ କରିଥିଲେ ।

ଭାରତକୁ ପାକିସ୍ତାନର ଏହି କାର୍ଗିଲ ଷଡଯନ୍ତ୍ର ବିଷୟରେ କୌଣସି ପତ୍ତା ନଥିଲା । କିଛି ମେଷପାଳକ ଯେତେବେଳେ ସେହି ଅଞ୍ଚଳକୁ ଯାଇଥିଲେ ଏବଂ ଦେଖିଥିଲେ କୌଣସି ଅଜଣା ଲୋକ ଅସ୍ତ୍ରଶସ୍ତ୍ର ଧରି ଭାରତୀୟ ସୀମାରେ ଆଡ୍ଡା ଜମାଇଛନ୍ତି । ସେହିଠାରୁ ମେଷପାଳକ ଆସି ଏହି ସୂଚନା ଭାରତୀୟ ସେନାକୁ ଦେଇଥିଲେ । ଏ ସମ୍ପର୍କରେ ସୂଚନା ପାଇ ସ୍ଥିତିକୁ ନିରୀକ୍ଷଣ କରିବା ପରେ ଭାରତୀୟ ସେନା ବିଜୟ ଅପରେସନ ଆରମ୍ଭ କରିଥିଲେ । କିନ୍ତୁ ପାକିସ୍ତାନ ପକ୍ଷରୁ ଏହାର କୌଣସି ଜବାବ ଦିଆଯାଇନଥିଲା । କାରଣ ପାକ୍‌ ଅନ୍ୟ କିଛି ଚାଲ୍ ଚଳାଉଥିଲା ।

ପାକିସ୍ତାନୀ ସେନାର ତତ୍କଳୀନ ଜେନେରାଲ ପରବେଜ ମୁଶାରଫ ଜାଣିଥିଲେ ଯେ, ସେହି ସମୟରେ ଅତ୍ୟଧିକ ଥଣ୍ଡା ପାଇଁ ଭାରତୀୟ ସେନା ପ୍ରତିଦିନ ପାଟ୍ରୋଲିଂ ପାଇଁ ଯାଆନ୍ତି ନାହିଁ । ଏହାସହିତ ଏହି ଅଞ୍ଚଳ ଜାତୀୟ ରାଜପଥ-1-Dର ଖୁବ୍ ନିକଟତର ଅଟେ । ଏହି ରାସ୍ତା ଲଦାଖରୁ କାର୍ଗିଲ, ଶ୍ରୀନଗର ଏବଂ ଦେଶରେ ଅନ୍ୟ ଭାଗକୁ ଯୋଡିଥାଏ । ଏହାସହ ଏହା ସେନା ପାଇଁ ଗୁରୁତ୍ବପୂର୍ଣ୍ଣ ଯୋଗାଣ ମାର୍ଗ ଅଟେ । ତେଣୁ ଏହି ଅଞ୍ଚଳ ଶତ୍ରୁର କବ୍‌ଜାକୁ ଯିବା ଅର୍ଥ ଯୋଗାଣ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହେବା ।

ପାକ୍ ସେନା ଥଣ୍ଡା ପାଗ ଓ ଶୂନଶାନ ଅଞ୍ଚଳର ଫାଇଦା ଉଠାଇ ସୀମାରେ ଅନୁପ୍ରବେଶ କରିବାକୁ ଯୋଜନା କରିଥିଲେ । ତାଙ୍କର ପ୍ରଥମ ଲକ୍ଷ୍ୟ ଟାଇଗର ହିଲ୍‌କୁ କବ୍‌ଜା କରିବା ଥିଲା । କିନ୍ତୁ ଭାରତ ନିଜର ବଳ ଦେଖାଇ 18,000 ଫୁଟ ଉଚ୍ଚରେ ସ୍ଥିତ ଟାଇଗଲ ହିଲ୍‌କୁ ଜିତି ନେଇଥିଲା । ଭାରତୀୟ ସେନା ଅଦ୍ୟମ ସାହସ ଓ ସାମର୍ଥ୍ୟ ସହ ପାକିସ୍ତାନ ସାଙ୍ଗରେ ଦୁଇ ମାସ ପର୍ଯ୍ୟନ୍ତ ଲଢେଇ କରିଥିଲା । ଶେଷରେ ୧୯୯୯ ଆଜିର ଦିନରେ କାର୍ଗିଲ ଶିଖରରେ ଉଡିଥିଲା ବିଜୟ ବାନା ।

  • ୩ ମେ ୧୯୯୯: କାର୍ଗିଲ ପାହାଡୀ ଅଞ୍ଚଳରେ ମେଷପାଳକ ପାକିସ୍ତାନୀ ସୈନିକ ଏବଂ ଆତଙ୍କୀଙ୍କୁ ଦେଖିଥିଲେ ।
  • ୫ ମେ ୧୯୯୯: ଭାରତୀୟ ସେନାର ଯବାନ ସେଠାକୁ ଯାଇଥିଲେ । ପାକିସ୍ତାନୀ ସେନା ସହ ଲଢେଇ ମଧ୍ୟରେ ୫ ଜଣ ଭାରତୀୟ ଯବାନ ଶହୀଦ ହୋଇଯାଇଥିଲେ ।

  • ୯ ମେ ୧୯୯୯: ପାକ୍ ସେନା ଭାରତୀୟ ସେନାର ଗୋଳାବାରୁଦ ଡିପୋକୁ ଟାର୍ଗେଟ କରି ଗୁଳିମାଡ କରିଥିଲେ ।
  • ୧୦ ଜୁଲାଇ ୧୯୯୯: ପାକ୍ ସେନା ଏଲଓସି ପାର୍ କରି ଦ୍ରାସ ଏବଂ କାକସର ସେକ୍ଟର ସହ ଜମ୍ମୁ କାଶ୍ମୀର ଓ ଅନ୍ୟ ଅଞ୍ଚଳରେ ଅନୁପ୍ରବେଶ କରିଥିଲେ । ଏହି ଦିନ ଭାରତୀୟ ସେନା ଅପରେସନ ବିଜୟ ଆରମ୍ଭ କରିଥିଲେ । କିନ୍ତୁ ପାକିସ୍ତାନ ସେନା ଭାରତ ସୀମାରେ ଅନୁପ୍ରବେଶ କରିଥିବା କଥାକୁ ଅସ୍ବୀକାର କରିଥିଲେ ।
  • ୨୬ ଜୁଲାଇ ୧୯୯୯: ଭାରତୀୟ ବାୟୁସେନା ଅପରେସନ ବିଜୟର ଅଂଶ ହୋଇଥିଲା । ଆକାଶ ମାର୍ଗକୁ ଆକ୍ରମଣ କରି ପାକ୍ ଅନୁପ୍ରବେଶକାରୀଙ୍କୁ ସଫା କରିବା ଆରମ୍ଭ କରିଥିଲା ।
  • ୧ ଜୁନ ୧୯୯୯: ପାକିସ୍ତାନୀ ସେନା ନ୍ୟାସନାଲ ହାଇୱେ ୧କୁ ଟାର୍ଗେଟ କରି କରିଥିଲେ । ଫ୍ରାନ୍ସ ଓ ଆମେରିକା ଭାରତ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କରିବା ନେଇ ପାକିସ୍ତାନକୁ ଦାୟୀ କରିଥିଲେ ।
  • ୫ ଜୁନ ୧୯୯୯: ପାକିସ୍ତାନ ସେନା ଯୁଦ୍ଧରେ ସାମିଲ ହୋଇଥିବାର ପ୍ରମାଣ ସମଗ୍ର ବିଶ୍ବ ଆଗରେ ରଖିଥିଲା ଭାରତ ।
  • ୧୩ ଜୁନ ୧୯୯୯: ପାକ୍ ସେନାଙ୍କୁ ମାତ୍ ଦେଇ ଭାରତୀୟ ସେନା ଟୋଲଲିଙ୍ଗ ଶିଖରରେ ପୁଣି କବ୍‌ଜା କରିଥିଲେ । ଭାରତର ତତ୍କଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ କାର୍ଗିଲ ଗସ୍ତ କରିଥିଲେ ।
  • ୨୦ ଜୁନ ୧୯୯୯: ଟାଇଗର ହିଲ ନିକଟ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳକୁ ଭାରତୀୟ ସେନା ନିଜ ଅକ୍ତିଆରକୁ ନେଇଥିଲା ।
  • ୪ ଜୁଲାଇ ୧୯୯୯: ଭାରତୀୟ ସେନା ଟାଇଗଲ ହିଲ୍ କବ୍‌ଜା କରିଥିଲେ ।
  • ୫ ଜୁଲାଇ ୧୯୯୯: ଅନ୍ତରାଷ୍ଟ୍ରୀୟ ଚାପ ଯୋଗୁଁ ପାକ୍ ପ୍ରଧାନମନ୍ତ୍ରୀ କାର୍ଗିଲରୁ ସେନା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଥିଲେ ।
  • ୧୨ ଜୁଲାଇ ୧୯୯୯: ପାକିସ୍ତାନୀ ସୈନିକଙ୍କ ପଛକୁ ହଟିବା ପାଇଁ ବାଧ୍ୟ କରାଯାଇଥିଲା ।
  • ୧୪ ଜୁଲାଇ ୧୯୯୯: ଅପରେସନ ବିଜୟ ସଫଳ ହୋଇଥିବା ଭାରତର ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ।
  • ୨୬ ଜୁଲାଇ ୧୯୯୯: ପାକିସ୍ତାନୀ ସେନା କବ୍‌ଜାରେ ଥିବା ସମସ୍ତ ଅଞ୍ଚଳକୁ ପୁଣି ନିଜ କବ୍‌ଜା ନେଇ ଭାରତ ଯୁଦ୍ଧ ବିଜୟୀ ହୋଇଥିଲା । ଶେଷରେ ୨ ମାସ ପରେ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପଡିଥିଲା ।

କାର୍ଗିଲ ଯୁଦ୍ଧ ସହ ଜଡିତ ୧୦ଟି ଆଶ୍ଚର୍ଯ୍ୟକର ଖୁଲାସା:

1. ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସଆଇର ପୂର୍ବତନ ଅଧିକାରୀ ଶାହିଦ ଅଜିଜ ଖୋଦ ନିଜେ ନିଜ ଦେଶର ଅସଲ ମୁଖା ଖୋଲିଥିଲା । ପୂର୍ବରୁ ପାକିସ୍ତାନ କହିଥିଲା ଯେ, କାର୍ଗିଲ ଲଢେଇରେ ମୁଜାହିଦ୍ଦୀନ ସାମିଲ ଥିଲା । କିନ୍ତୁ ଦେଶର ନିୟମିତ ସୈନିକ ଏହି ଲଢେଇ ଲଢିଥିବାର ଅଜିଜ୍ କହିଥିଲା ।

2. କାର୍ଗିଲ ଲଢେଇ ଆରମ୍ଭର କିଛି ସପ୍ତାହ ପୂର୍ବରୁ ତତ୍କଳୀନ ପାକ୍ ଜେନେରାଲ ପରବେଜ ମୁଶାର୍ରଫ ଏକ ହେଲିକାପ୍ଟର ଯୋଗେ ନିୟନ୍ତ୍ରଣ ରେଖା ପାର୍ କରିଥିଲେ । ଏହାସହିତ ଭାରତ ସୀମାର ୧୧ କିମି ମଧ୍ୟରେ ଏକ ସ୍ଥାନରେ ରାତି ବିତାଇଥିଲେ ।

3. ଆଶା ଠାରୁ ଅଧିକ ଭୟାନକ ଥିବା କାର୍ଗିଲ ଯୁଦ୍ଧରେ ଏପରି ସମୟ ମଧ୍ୟ ଆସିଥିଲା ଯେତେବେଳେ, ମୁଶାର୍ରଫ ପରମାଣୁ ଅସ୍ତ୍ର ବ୍ୟବହାର କରିବାକୁ ମଧ୍ୟ ପ୍ରସ୍ତୁତ ହୋଇଥିଲେ ।

4. ପାକ୍ ସେନା କାର୍ଗିଲ ଯୁଦ୍ଧକୁ ୧୯୯୮ରେ ରୂପ ଦେବାକୁ ଯୋଜନା କରିଥିଲେ । ଏଥିପାଇଁ ପାକ୍ ୫ ହଜାର ଯବାନଙ୍କୁ କାର୍ଗିଲରେ ଚଢିବାକୁ ପଠାଇଥିଲା ।

5. କାର୍ଗିଲ ଯୁଦ୍ଧ ମଧ୍ୟରେ ପାକିସ୍ତାନୀ ବାୟୁସେନା ମୁଖ୍ୟଙ୍କୁ ପୂର୍ବରୁ ଏ ଅପରେସନ ବାବଦରେ ସୂଚନା ଦିଆଯାଇନଥିଲା । ଯେତେବେଳେ ତାଙ୍କୁ କୁହାଗଲା, ସେତେବେଳେ ଏହି ମିଶନରେ ସହଯୋଗ କରିବାକୁ ମନା କରିଦେଇଥିଲେ ।

6. ପାକିସ୍ତାନୀ ଖବରକାଗଜ ମୁତାବକ, ନୱାଜ ଶରିଫ କାର୍ଗିଲ ଯୁଦ୍ଧ ପାକିସ୍ତାନୀ ସେନା ପାଇଁ ଏକ ବିପଦ ସାବ୍ୟସ୍ତ ହୋଇଥିବା ସ୍ବୀକାର କରିଥିଲେ । ଏଥିରେ ପାକ୍ ୧୯୬୫ ଏବଂ ୧୯୭୧ ଯୁଦ୍ଧ ଠାରୁ ଅଧିକ କ୍ଷତି ସହିଥିଲା ।

7. ଯୁଦ୍ଧରେ ଭାରତୀୟ ବାୟୁସେନା ପାକିସ୍ତାନ ବିରୁଦ୍ଧରେ ମିଗ୍-୨୭ ଏବଂ ମିଗ୍-୨୯ର ବ୍ୟବହାର କରିଥିଲେ । ମିଗ୍-୨୭ ସାହାଯ୍ୟରେ ପାକିସ୍ତାନ କବ୍‌ଜାରେ ଥିବା ସ୍ଥାନରେ ବୋମାମାଡ କରାଯାଇଥିଲା ।

8. ମେ ୮ରେ କାର୍ଗିଲ ଯୁଦ୍ଧ ଆରମ୍ଭର ୩ ଦିନ ପରେ ଭାରତୀୟ ବାୟୁସେନା ସ୍ଥଳସେନାର ସହାୟତା କରିଥିଲା । ଏଥିରେ ବାୟୁସେନାର ପ୍ରାୟ ୩୦୦ ବିମାନ ଉଡାଣ ଭରିଥିଲେ ।

9. କାର୍ଗିଲର ଉଚ୍ଚତା ସମୁଦ୍ର ପତ୍ତନଠାରୁ ୧୬ ହଜାରରୁ ୧୮ ହଜାର ଫୁଟ ଅଟେ । ତେଣୁ ବିମାନଗୁଡିକୁ ପ୍ରାୟ ୨୦ ହଜାର ଫୁଟ ଉଚ୍ଚରେ ଉଡାଣ ଭରିବାକୁ ପଡିଥିଲା । ଏତେ ଉଚ୍ଚରେ ବାୟୁର ଘନତ୍ବ ୩୦ ପ୍ରତିଶତରୁ କମ୍ ହେବା ଯୋଗୁଁ ବିମାନ ଦୁର୍ଘଟଣାଗସ୍ତ ହେବାର ଆଶଙ୍କା ରହିଥିଲା । ତଥାପି ପରାକ୍ରମ ଦେଖାଇଥିଲା ବାୟୁସେନା ।

10. ଏହି ଯୁଦ୍ଧରେ ଭାରତୀୟ ସେନା ଆର୍ଟିଲାରୀରୁ ୨,୫୦,୦୦୦ ଗୁଳିଗୋଳା ଏବଂ ରକେଟ ଦିଆଯାଇଥିଲା । ୩୦୦ରୁ ଅଧିକ ତୋପ, ମୋର୍ଟାର ଏବଂ ରେକଟ ଲଞ୍ଚରରୁ ପ୍ରତିଦିନ ପାଖାପାଖି ୫ ହଜର ବୋମା ପକାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.