ଡେରାଡୁନ: ଦୈନିକ ସଂକ୍ରମଣ କମିଥିଲେ ବି ବିପଦ ଟଳିନାହିଁ । କୋରୋନା ସ୍ଥିତିକୁ ନଜରରେ ରଖି ଚଳିତ ବର୍ଷ କାଉଡିଆଙ୍କ ଯାତ୍ରାକୁ ସ୍ଥଗିତ ରଖିଛନ୍ତି ଉତ୍ତରାଖଣ୍ଡ ସରକାର । ଗତକାଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କ ଅଧକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
କୋରୋନାର ଦ୍ବିତୀୟ ଲହର ନେଇ ବିଶେଷଜ୍ଞମାନେ ମତ ଦେବା ପରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଛି । ଜୀବନକୁ ଅଧିକ ଗୁରୁତ୍ବ ଦେଇ କାଉଡିଆଙ୍କ ଯାତ୍ରାକୁ ସ୍ଥିଗିତ ରଖିବାକୁ ଏହି ନିଷ୍ପତ୍ତି ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ବିବୃତ୍ତିରୁ ଜଣାପଡିଛି ।
ତିରଥ ସିଂହଙ୍କ ନେତୃତ୍ବ ସମୟରେ ଚଳିତ ବର୍ଷ ତୀର୍ଥଯାତ୍ରାକୁ ବାତିଲ କରିଥିଲେ । ମାତ୍ର ପୁଷ୍କର ସିଂ ଧାମୀ ମୁଖ୍ୟମନ୍ତ୍ରୀ ହେବା ପରେ ଏହି ନିଷ୍ପତ୍ତି ଉପରେ ପୁନଃ ବିଚାର କରିବାକୁ ନିଷ୍ପତ୍ତି ନେଇଛନ୍ତି । କାଉଡିଆଙ୍କ ଯାତ୍ରାକୁ ସ୍ଥଗିତ କରିବାକୁ ବିଶେଷଜ୍ଞମାନେ ଧାମିଙ୍କୁ ପରାମର୍ଶ ଦେଇଥିଲେ । ଏହି ଯାତ୍ରା ଉତ୍ତରାଖଣ୍ଡରେ କୋରୋନା ସଂକ୍ରମଣ ବଢାଇପାରେ ବୋଲି ଅନୁମାନ କରାଯାଇଥିଲା ।
ପ୍ରକାଶ ଥାଉ କି, ପୂର୍ବରୁ ତୃତୀୟ ଲହର ଆଶଙ୍କାରେ ଏହି ଯାତ୍ରାକୁ ସ୍ଥଗିତ ରଖିବାକୁ ଆଇଏମଏ ( Indian Medical Association) ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଥିଲା ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ